
ରେକର୍ଡ କରିଛି ଅକ୍ଷୟ କୁମାର-କିୟାରା ଆଡଭାନି ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ । ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ବେଶ୍ କିଛି ବଲିଉଡ୍ ସିନେମା ରିଲିଜ୍ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ‘ଲୁଟକେସ୍’, ‘ଖୁଦା ହାଫିଜ୍’, ‘ସଡ଼କ ୨’, ‘ଦିଲ୍ ବେଚାରା’ ଭଳି ଫିଲ୍ମ ଥିଲା । ସେହି ସବୁ ଫିଲ୍ମ ମଧ୍ୟରେ ‘ଦିଲ୍ ବେଚାରା’ ଓଟିଟି ପ୍ଲାଟଫର୍ମରେ ସବୁଠୁ ଭଲ ବ୍ୟବସାୟ କରିପାରିଥିଲା । କାରଣ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ସୁଶାନ୍ତ ଅଭିନୟ କରିଥିବାରୁ ଫିଲ୍ମଟିକୁ ଦର୍ଶକମାନେ ଭାବାବେଗ ସହ ଦେଖିଥିଲେ ।
କିନ୍ତୁ ‘ଦିଲ୍ ବେଚାରା’କୁ ମଧ୍ୟ ପଛରେ ପକାଇ ଦେଲା ଅକ୍ଷୟ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ ଦାବି କରିଛନ୍ତି ଓଟିଟି ପ୍ଲାଟଫର୍ମର ଅଧିକର୍ତ୍ତାମାନେ ।ଏହି ହରର୍-କମେଡି ଫିଲ୍ମରେ ଅକ୍ଷୟଙ୍କୁ ସଂପୂର୍ଣ୍ଣ ନୂଆ ରୂପରେ ଦେଖିବାକୁ ମିଳିଛି । ଅକ୍ଷୟଙ୍କ ଲକ୍ଷାଧିକ ଅନୁଗାମୀ ଫିଲ୍ମଟି ମୁକ୍ତ ପାଇବାର ଘଣ୍ଟାଏ ମଧ୍ୟରେ ଓଟିଟି ପ୍ଲାଟଫର୍ମରେ ଲଗ୍ ଇନ୍ କରିଥିଲେ । ବିତର୍କ ଉପୁଜିଥିବାରୁ ଫିଲ୍ମଟିର ନାଁ ‘ଲକ୍ଷ୍ମୀ ବମ୍’ରୁ ‘ଲକ୍ଷ୍ମୀ’ ରଖାଯାଇଥିଲା । ଏକଥା ସତ ଯେ ଅନେକ ଲୋକ ପ୍ରବଳ ଆଗ୍ରହ ନେଇ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ଦେଖିଲେ । କିନ୍ତୁ ସୋସିଆଲ୍ ମିଡିଆ ଅନୁସାରେ ଅଧିକାଂଶ ଦର୍ଶକ ପସନ୍ଦ କରିନାହାନ୍ତି ଅକ୍ଷୟଙ୍କର ଏହି ଫିଲ୍ମକୁ । ଆଇଏମଡିବିରେ ଫିଲ୍ମର ରେଟିଂ ୧୦ରୁ ମଧ୍ୟରୁ ୨.୩ ପାଇଛି । ରାଘବ ଲରେନ୍ସ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଅନେକ ଦର୍ଶକ ସୋସିଆଲ୍ ମିଡିଆରେ ନାପସନ୍ଦ କରିଛନ୍ତି । କେହି କେହି କହିଛନ୍ତି ଅଯଥାରେ ଅଢେଇ ଘଣ୍ଟା ବରବାଦ ହେଲା । ଆଉ କିଛି ଦର୍ଶକ ମନ୍ତବ୍ୟ ଦେଇଛନ୍ତି ଯେ ଦକ୍ଷିଣୀ ଇଣ୍ଡଷ୍ଟ୍ରୀରେ ଯେମିତି ଏହି ଫିଲ୍ମ ରେକର୍ଡ କରିଥିଲା ‘ଲକ୍ଷ୍ମୀ’ ସେହି ରେକର୍ଡ ଗଢ଼ିବାରେ ଅସମର୍ଥ ହେଲା । ତେବେ ଏହା ଖୁସିର କଥା ହେଲା ଯେ ଦର୍ଶକମାନେ ଯାହା ବି କୁହନ୍ତୁ ପଛେ ଅକ୍ଷୟ କୁମାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଶୁଣିବାକୁ ମିଳିଛି ଅକ୍ଷୟ କାଳେ ନିର୍ଦ୍ଦେଶକ ମୁଦ୍ଦସର ଅଜିଜଙ୍କ ପରବର୍ତ୍ତୀ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ଯାହା ଏକ କମେଡି ଜେନର୍ର ହେବ ବୋଲି ଜଣାଯାଇଛି ।