ଅଢ଼େଇ କୋଟିର ଗଞ୍ଜେଇ ଜବତ : କଦଳୀ ବୋଝେଇ କଣ୍ଟେନରରେ ଲୁଚାଇ ବିଶାଖାପାଟଣାରୁ ଭୁବନେଶ୍ୱର ହେଉଥିଲା ଚାଲାଣ

ଭୁବନେଶ୍ୱର,୨୮।।୨ : ଅଭିନବ ଉପାୟରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଛି । ଚୋରା ଚାଲାଣକାରୀମାନେ କେତେବେଳେ ଇଟା ଭିତରେ ଲୁଚାଇ ଆଣୁଛନ୍ତି ତ ଆଉ କେତେବେଳେ କୋଇଲା ବସ୍ତା ଓ ସଉଦା ବସ୍ତା ଭିତରେ ଲୁଚାଇ ବାହାରକୁ ଚାଲାଣ କରୁଛନ୍ତି । ଏଭଳି ଏକ ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ୍‌ କରିଛି ବିଶାଖାପାଟଣାସ୍ଥିତ ଆନ୍ଧ୍ର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) । ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱରକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଶାଖାପାଟଣାର ଏନ୍‌ଏଡି ଜଙ୍କସନ୍‌ ନିକଟରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଚଢ଼ଉ କରି ଗଞ୍ଜେଇ ସହ କଣ୍ଟେନର ଓ ଏକ କାର୍‌ ଜବତ କରିଛନ୍ତି । ଜବତ ଗଞ୍ଜେଇର ମୂଲ୍ୟ ଅଢ଼େଇ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ୪ ଚାଲାଣକାରୀଙ୍କୁ ବିଶାଖାପାଟରା ଡିଆରଆଇ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା ଚାଲିଛି ।

ଡିଆରଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଏକ କଦଳୀ ବୋଝେଇ କଣ୍ଟେନରରେ କଦଳୀ କାନ୍ଧି ସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଗଞ୍ଜେଇ ବିଶାଖାପାଟଣାରୁ ଭୁବନେଶ୍ୱର ଚାଲାଣ ହେଉଥିଲା । ଚାଲାଣକାରୀମାନେ ନରସିଂହପଟନମ୍‌ ଅଣକପଲ୍ଲୀ ଦେଇ ବିଶାଖାପାଟଣା ଅଭିମୁଖେ ଆସୁଥିଲେ । ସେଠାରୁ ଭୁବନେଶ୍ୱର ଚାଲାଣ ହେବାର ଥିଲା । ଡିଆରଆଇ ଅଧିକାରୀମାନେ ବିଶାଖାପାଟଣା ଏନ୍‌ଏଡି ଜଙ୍କସନ୍‌ ନିକଟରେ ଚଢ଼ଉ କରି ଗଞ୍ଜେଇ ଭର୍ତ୍ତି କଣ୍ଟେନର(ଓଡି୦୨ବିଡି-୪୧୫୫)କୁ ଜବତ କରିବା ସହ ଉକ୍ତ ଗାଡ଼ିକୁ ଏସ୍‌କର୍ଟ କରି ନେଉଥିବା(ଓଡି୦୨ୟୁ-୭୧୨୩) କାର୍‌କୁ ଜବତ କରିଥିଲେ । କଣ୍ଟେନର ଯାଞ୍ଚ କରିବା ବେଳେ ୪୦ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଉପରେ କଦଳୀ କାନ୍ଧି ଥୁଆ ହୋଇଥିଲା । ୪୦ ବସ୍ତାରୁ ୮୦୦ଟି ଗଞ୍ଜେଇ ପ୍ୟାକେଟ୍‌ ବାହାରିଥିଲା । ଜବତ ଗଞ୍ଜେଇର ମୂଲ୍ୟ ଅଢ଼େଇ କୋଟି ଟଙ୍କା ହେବ । ତେଣୁ ଡିଆରଆଇ ଅଧିକାରୀମାନେ ଗଞ୍ଜେଇଭର୍ତ୍ତି କଣ୍ଟେନର ଓ ଏସ୍‌କର୍ଟ କରି ନେଉଥିବା କାର୍‌ ଜବତ କରିବା ସହ ୪ ଚାଲାଣକାରୀଙ୍କୁ ଉଠାଇନେଇ ଜେରା ଚଳାଇଛନ୍ତି । ଏହି ଚୋରା ଗଞ୍ଜେଇ ଚାଲାଣ ର‌୍ୟାକେଟ୍‌ର ମୁଖ୍ୟ କିଏ ସେନେଇ ଡିଆରଆଇ ଅଧିକାରୀମାନେ ତନାଘନା ଚଳାଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

‘ବାହା ନ ହେଲେ ମାରିଦେବି ନ ହେଲେ ମରିଯିବି’: ପାଗଳ ପ୍ରେମୀକୁ ବାନ୍ଧିଲା ପୁଲିସ

ଓଡ଼ିଶା ପୁଣି କରୋନା ନେଲା ୧୭ ଜୀବନ: ମୃତକଙ୍କ ସଂଖ୍ୟା ୧୬୫୭କୁ ବୃଦ୍ଧି

ସବୁଜ ହେଉଛି ଓଡ଼ିଶା ମାନଚିତ୍ର, କମୁଛି ସଂକ୍ରମିଣ: ୨୪ଘଣ୍ଟା ଆଉ ୬୬୮ ପଜିଟିଭ ଚିହ୍ନଟ୍ : ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ଟପିଲା

ଆଜି ଯେ ରୂପଜୀବୀ, କାଲି ସେ ରାଣୀ ମହୁମାଛି: ଡିମାଣ୍ଡ ଦେଖି ସପ୍ଲାଏ କରୁଛନ୍ତି ଦଲାଲ୍,ଫୁଲ୍ ସୁରକ୍ଷାରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଛନ୍ତି ଯୁବତୀ

୨୪ରେ ଓଡ଼ିଶା ଆସିବେ ମୋହନ ଭାଗବତ୍‌