ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କର୍ଣ୍ଣାଟକ – ଆଜି ଅର୍ଥାତ୍‌ ୧୫ ଅଗଷ୍ଟରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ତିରଙ୍ଗା ପତାକା ଭାରତର ଗର୍ବ ଏବଂ  ପ୍ରତିବର୍ଷ ସ୍ୱାଧୀନତା ଓ ଗଣତନ୍ତ୍ର ଦିବସରେ ଏହାକୁ ସମ୍ମାନ ପୂର୍ବକ  ଦେଶର ସବୁ ସଂସ୍ଥାରେ ପତାକା ଉତ୍ତୋଳନ କରାଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ତ୍ରିରଙ୍ଗା ପତାକା କିଏ ତିଆରି କରିଥାନ୍ତି ? ତ୍ରିରଙ୍ଗା ପତାକା  ତିଆରି କରିବା ପାଇଁ କର୍ଣ୍ଣାଟକରେ ଏକମାତ୍ର କମ୍ପାନୀ ଅଛି । ଯେଉଁଥିରେ କେବଳ ମହିଳାମାନେ କାମ କରନ୍ତି ଏବଂ ସେମାନଙ୍କ ଦ୍ୱାରା ତିଆରି ତିରଙ୍ଗାକୁ ପୁରା ଦୁନିଆରେ ସମ୍ମାନ ଦିଆଯାଏ ।

କର୍ଣ୍ଣାଟକର ମହିଳା ମାନେ ତିଆରି କରନ୍ତି ତ୍ରିରଙ୍ଗା ପତାକା –

କର୍ଣ୍ଣାଟକର ତୁଳସୀଗରୀ ଦେଶର ଏକମାତ୍ର ତ୍ରିରଙ୍ଗା ବନାଉଥିବା କମ୍ପାନୀ , ଯେଉଁଠାରେ ମହିଳାମାନେ ମିଶି ତ୍ରିରଙ୍ଗା ପତାକା ପ୍ରସ୍ତୁତ କରିଥାନ୍ତି। ଏହି କମ୍ପାନୀରେ  ପାଖାପାଖି ୪୦୦ ଜଣ ଲୋକ କାମ କରନ୍ତି। ଯେଉଁଥିରେ ମହିଳାମାନଙ୍କ ସଂଖ୍ୟା ବହୁତ ଅଧିକ।

କମ୍ପାନୀର ସୁପରଭାଇଜର ଅନ୍ନପୂର୍ଣ୍ଣା କୋଟି କୁହନ୍ତି, ମହିଳାଙ୍କ ତୁଳନାରେ ପୁରଷଙ୍କ ମଧ୍ୟରେ ଧୈର୍ଯ୍ୟ ଶକ୍ତି କମ୍‌ ଥାଏ । ସେ ମାପ ନେବାରେ ତରତର ହୁଅନ୍ତି , ଯାହାକି ଭୁଲ୍ ହୋଇପାରେ । ଏହି କାରଣରୁ ତାଙ୍କ କମ୍ପାନୀରେ ପୁରୁଷଙ୍କ ସ୍ଥାନରେ ମହିଳା କର୍ମଚାରୀ ଅଧିକ ଥାନ୍ତି।

PunjabKesari

କମ୍ପାନୀର ସୁପରଭାଇଜର କୁହନ୍ତି , ଯଦି କିଛି ଭୁଲ୍‌ ହୋଇଯାଏ ତ ପତାକା ତିଆରି କରିବାର ପ୍ରକ୍ରିୟା ପୁଣି ଆରମ୍ଭ କରିବାକୁ ପଡ଼େ । ଏତିକି ବେଳେ ପୁରୁଷ କାମ ଛାଡ଼ି ପଳାନ୍ତି । ପତାକା ତିଆରି କରିବା ପାଇଁ ଖଦିର ଆବଶ୍ୟକ ହୋଇଥାଏ ଏବଂ  ଏଠାରେ  ମହିଳାମାନେ ବୁଣିବା ଠାରୁ ନେଇ ସିଲେଇ ଯାଏ ସବୁ କାମ ନିଜେ କରନ୍ତି ।

PunjabKesari

ଦୁଇ ମାସ ପୂର୍ବରୁ ଅର୍ଡର ଆସେ –

ଫେଡରେସନର ସଚିବ ଏଚ୍‌.ଏନ୍‌.ଏଣ୍ଟିନ୍‌ କହିଛନ୍ତି କି , କମ୍ପାନୀରେ କର୍ମଚାରୀ  ବର୍ଷସାରା ରାଷ୍ଟ୍ର ଧ୍ୱଜ ତିଆରି କରନ୍ତି । ସ୍ୱାଧୀନତା ଦିବସ  କିମ୍ୱା ଗଣତନ୍ତ୍ର ଦିବସ ଅବସରରେ ଲାଲ କିଲ୍ଲାରେ ଉତ୍ତୋଳନ ହେଉଥିବା ତିରଙ୍ଗାର ଅର୍ଡର  ପାଖାପାଖି ୨ ମାସ ପୂ୍ବରୁ ମିଳିଥାଏ ।

   ସମ୍ବନ୍ଧିତ ଖବର


ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଜଳୁଛି ଟ୍ୟାପ୍‌ରୁ ବାହାରୁଥିବା ପାଣି ! ଭିଡ଼ିଓ ଭାଇରାଲ

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଅଜବ ଫୁଲ, କିଏ ଗନ୍ଧାଏ ତ ଆଉ କିଏ ଜୀବଙ୍କୁ ମାରି ଖାଇଯାଏ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ