PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଏୟାର ଇଣ୍ଡିଆର “ଜୟ ହିନ୍ଦ” ଆଡଭାଇଜରୀକୁ ମେହମୁବାଙ୍କ ଆପତ୍ତି, କହିଲେ ଆକାଶକୁ ମଧ୍ୟ ଛାଡିଲାନି ଦେଶଭକ୍ତିର ଜୋଶ

ନୂଆଦିଲ୍ଲୀ,୫।୩; ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପିର ଅଧ୍ୟକ୍ଷ ମେହବୁବା ମୁଫତି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏଡଭାଇଜରୀ ଉପରେ ଆପତ୍ତିପ୍ରକାଶ କରିଛନ୍ତି ମେହବୁବା।ସେ କହିଛନ୍ତି ଏବେ ନିର୍ବାଚନ ସମୟ ପାଖେଇ ଆସିବାରୁ ଆକାଶରେ ଦେଶଭକ୍ତିର ଯୋଶ ଦେଖିବାକୁ ମିଳୁଛି।  ଉଲ୍ଳେଖନୀୟ ଯେ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ନିକଟରେ ଏକ ନୂତନ ନିର୍ଦେଶ ଜାରି କରାଯାଇଛି। ଯାହାଦ୍ୱାରା କ୍ୟାବିନ୍ ଓ କକପିଟ୍  ମେମ୍ବରଙ୍କୁ କୁହାଯାଇଛି ବିମାନରେ ଯେବେ କୌଣସି ଘୋଷଣା କରାଯାଉଛି ଶେଷରେ   ପୁରା ଜୋଶର ସହ ଜୟ ହିନ୍ଦ ନିଶ୍ଚିତ ପକ୍ଷେ କୁହାଯିବ ଦରକାର।

 ଏୟାର ଇଣ୍ଡିଆର ନିର୍ଦେଶ ପରେ ମଙ୍ଗଳବାର ସକାଳେ ନିଜର ଏକ ଟ୍ୱିଟ କରି ମେହବୁବା ମୁଫତୀ ଲେଖିଥିଲେ , ଆଶ୍ଚର୍ଯ୍ୟର କଥା ଯେ ଏପରି ଏକ ସମୟ ଯେତେବେଳେ ସାଧାରଣ ନିର୍ବାଚନ ହେବାକୁ ଯାଉଛି, ସେତେବେଳେ ଦେଶ ଭକ୍ତିର ଯୋଶ ଆକାଶକୁ ମଧ୍ୟ ଛାଡିଲାନି ।  ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସରକାରଙ୍କ ପଦକ୍ଷେପକୁ ଲଗାତାର ଭାବରେ ବିରୋଧ କରିଆସୁଛନ୍ତି। ତାଙ୍କର ଏହି ବିରୋଧ ସେବେ ଠାରୁ ଜାରି ରହିଛି ଯେତେବେଳ ଠାରୁ କଶ୍ମୀରରେ ବିଜେପି ସହିତ ତାଙ୍କର ମେଣ୍ଟ ଭାଙ୍ଗିଛି। ଏବେ ନିକଟରେ ସେ ଜମାତ-ଏ-ଇସ୍ଳାମୀ ଉପରେ ଲଗାଯାଇଥିବା କଟକଣାକୁ ମଧ୍ୟ କଡା ବିରୋଧ କରିଥିଲେ।

source: https://www.indiatoday.in

 ଉଲ୍ଳେଖନୀୟ ଯେ,ଏୟାର ଇଣ୍ଡିଆରେ ଏବେ ୩୫୦୦ କ୍ରିୟୁ ଏବଂ ୧୨୦୦ କକପିଟ୍ କ୍ରିୟୁ ମେମ୍ବର ରହିଛନ୍ତି। ଅଶ୍ବିନୀ ଲୋହାନୀ ଏୟାର ଇଣ୍ଡିଆର ଦ୍ବିତୀୟ ଥର  ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ହୋଇଛନ୍ତି। ଦ୍ବାୟିତ୍ବ ଗ୍ରହଣ କରିବା ପରେ ସେ ଏହି ନିର୍ଦେଶ ଦେଇଛନ୍ତି। ଗତ ଥର ୨୦୧୬ରେ ଲୋହାନୀ ଏୟାର ଇଣ୍ଡିଆର ସିଏମଡି ଥିବା ବେଳେ ମଧ୍ୟ ଏଭଳି ନିର୍ଦେଶ ଦେଇଥିଲେ।