PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କଂଗ୍ରେସରେ ଯୋଗ ଦେବେ କି ନିର୍ବାଚନ ରଣନୀତି ପ୍ରସ୍ତୁତ କର୍ତ୍ତା ପ୍ରଶାନ୍ତ କିଶୋର ?, ବରିଷ୍ଠ ନେତାଙ୍କ ସ୍ୱାଗତ

pic-indiatoday

ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତି ପ୍ରସ୍ତୁତ କର୍ତ୍ତା ପ୍ରଶାନ୍ତ କିଶୋର ?    ଏନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ବର୍ଷ କେତେକ ରାଜ୍ୟରେ ନିର୍ବାଚନ ହେବାର ଅଛି। ଏନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଉ ଦଳର ଏହି ପ୍ରସ୍ତୁତିରେ ପ୍ରଶାନ୍ତ ଫିଟ୍ ହେବେ କି ନାହିଁ ସେ ନେଇ ଗତ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ।

ଜୁଲାଇ ୨୨ରେ ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ସାମିଲ ହୋଇଥିଲେ କମଲ ନାଥ, ମଲ୍ଲୀକାର୍ଜୁନ ଖଡ଼ଗେ, ଏକ ଆଣ୍ଟୋନି, ଅଜୟ ମାକେନ, ଆନନ୍ଦ ଶର୍ମା, ହରିଶ ରାୱତ, ଅମ୍ବିକା ସୋନି ଓ କେସି ବେଣୁଗୋପାଳ। ରାହୁଲ ବରିଷ୍ଠ କଂଗ୍ରେସ ନେତାଙ୍କୁ ପ୍ରଶାନ୍ତ ସହିତ ହୋଇଥିବା ତାଙ୍କ ବୈଠକ ବିଷୟରେ କହିଥିଲେ।

ପ୍ରଶାନ୍ତ କଂଗ୍ରେସରେ ନିଜ ପାଇଁ ଏକ ରଣନୀତି ପ୍ରସ୍ତୁତ କରି ରଖିଛନ୍ତି ବୋଲି ରାହୁଲ କଂଗ୍ରେସ ନେତାମାନଙ୍କୁ ସୂଚନା ଦେଇଥିଲେ। ତେବେ ସେ କେବଳ ପରାମର୍ଶ ଦାତା ହିସାବରେ ନୁହେଁ ବରଂ ସେ ଦଳରେ ଯୋଗ ଦେବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ କଂଗ୍ରେସରେ ଯୋଗ ଦେବା ନେଇ ନିଷ୍ପତ୍ତି ସମ୍ପର୍କରେ ବୈଠକରେ ସମସ୍ତଙ୍କ ମତାମତ ମଗାଯାଇଥିଲା।

ବୈଠକରେ ଅଧିକାଂଶ ବରିଷ୍ଠ ନେତା ପ୍ରଶାନ୍ତ କିଶୋରଙ୍କ କଂଗ୍ରେସ ଯୋଗ ଦେବା ସମର୍ଥନରେ ମତ ଦେଇଥିଲେ। ପ୍ରଶାନ୍ତ ଦଳରେ ସାମିଲ ହେବା କଂଗ୍ରେସ ପାଇଁ ଭଲ ହେବ ବୋଲି ନେତାମାନେ କହିଥିଲେ।   ସୂଚନା ଥାଉକି, ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ଆଲୋଚନା କରିଥିଲେ। ୨୦୧୪ ନିର୍ବାଚନରେ ଦଳକୁ କିପରି ପୁନର୍ଗଠନ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା ବୋଲୁ ଖବର ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର