କରୋନା କାଳରେ ଏହି କଥାକୁ ଧ୍ୟାନ ରଖନ୍ତୁ, ଆର୍ଥିକ ସଙ୍କଟରେ ପଡିବେନି

ସାରା ବିଶ୍ବର ଅର୍ଥବ୍ୟବସ୍ଥାରେ ଏବେ ବି କରୋନା ଭାଇରସର ବିପଦ କମ୍ ହୋଇନି। ଏମିତି ବି ସରକାର ଅନଲକ୍-୩ ର ଆରମ୍ଭ କରିଥିଲେ, କିନ୍ତୁ ଅଧିକାଂଶ ରାଜ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଲୋକମାନେ ଲଗଜରୀ ଲାଇଫଷ୍ଟାଇଲ ପ୍ରଡକ୍ଟଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଲୋକମାନଙ୍କ କଞ୍ଜୁମର ବିହେବିୟରରେ ନିକଟରେ ଆସିଥିବା ପରିବର୍ତ୍ତନ କାରଣ, ଅର୍ଥବ୍ୟବସ୍ଥାରେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ଯଦି ଆପଣ କିଛି ଜିନିଷକୁ ଧ୍ୟାନ ଦିଅନ୍ତି ତେବେ ଆପଣଙ୍କ ପକେଟ୍ ଖାଲି ରହିବ ନାହିଁ।

ବଜାଜ କ୍ୟାପିଟାଲର ମୁଖ୍ୟ ମାର୍କେଟିଂ ଅଫିସର ବିଶ୍ବଜିତ ପରାଶରଙ୍କ କହିବା ଅନୁସାରେ, ଭାରତୀୟ ଅର୍ଥବ୍ୟବସ୍ଥାର ହ୍ରାସର ଭବିଷ୍ୟବାଣୀ ପୂର୍ବରୁ ହୋଇସାରିଛି। ଏବେ ଏହାର ଆରମ୍ଭର ସଙ୍କେତ ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ଆପଣଙ୍କୁ ଏଭଳି କିଛି ଟିପ୍ସ ଦେଉଛୁ, ଯାହାଦ୍ବାରା ଆପଣ କର ସଙ୍କଟ କାଳରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେନି।ଆମେ ନିଜର ଗ୍ରାହକଙ୍କୁ ସବୁବେଳେ ପରାମର୍ଶ ଦେଇଥାଉ ଆକସ୍ମିକ ଖର୍ଚ୍ଚକୁ ପୂରା କରିବା ପାଇଁ ଏମର୍ଜନ୍ସି ଫଣ୍ଡ ଭାବରେ ଅତିକମରେ ୩ ମାସର ବେତନ ଅଲଗା କରି ରଖନ୍ତୁ। ଏହା ସହିତ ଆଉ କିଛି ଟିପ୍ସ।

ମ୍ୟୁଚୁଆଲ ଫଣ୍ଡର ସିପ୍ ଜାରି ରଖନ୍ତୁ:  ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଭାଗୁଛନ୍ତି ତେବେ ରୁହନ୍ତୁ। ହୋଇପାରେ ଏବେ ଆପଣଙ୍କୁ କ୍ଷତି ଦେଖାଯାଇପାରେ, କିନ୍ତୁ ଆମେ କହିବାକୁ ଚାହିଁବୁ ମ୍ୟୁଚୁଆଲ ଫଣ୍ଡରେ  SIP ଟଙ୍କା ହାରାହାରି ମୂଲ୍ୟର ଲାଭ ସହିତ ଆସିଥାଏ, ଯେଉଁଠି ଆପଣଙ୍କୁ ମାର୍କେଟ ତଳକୁ ଯିବା ପରେ ଅଧିକ ୟୁନିଟ୍ ମିଳିଥାଏ। ସେଭଳି ଯେତେବେଳେ ମାର୍କେଟ ଉପରକୁ ଯାଇଥାଏ କମ୍ ୟୁନିଟ୍ ମିଳିଥାଏ। ମାର୍କେଟ ରିବାଉଣ୍ଡ ହେବାପରେ ସିପ୍ ଜାରି ରଖିବା ଦ୍ବାରା ଆପଣଙ୍କୁ ବହୁ ପରିମାଣରେ ଟଙ୍କା ପାଇବାରେ ସାହାର୍ଯ୍ୟ ମିଳିବ।  ଏହାପରେ ବି ଯଦି ଆପଣ ଏହାକୁ ଫେରାଇ ନେବାକୁ ଯୋଜନା କରନ୍ତି ତେବେ ସୁନିଶ୍ଚିତ କରନ୍ତୁ ଆପଣ ନିଜର ଏସଆଇପି ପରଫର୍ମ କରିବା ପାଇଁ ସ୍ପେସ୍ ଦିଅନ୍ତୁ, ଅତି କମରେ ୫ ବର୍ଷ ପର୍ଯ୍ୟନ୍ତ।

ସେୟାର ମାର୍କେଟ ନିବେଶ ପାଇଁ ହ୍ରାସର ସମୟ ସବୁଠାରୁ ବନ୍ଧୁତ୍ୱପୂର୍ଣ୍ଣ ହୋଇଥାଏ। ଏଭଳି ହୋଇପାରେ ଆପଣ ମଧ୍ୟ ଏକ ସିଧା ନିବେଶ କରିବା ପାଇଁ ସଠିକ୍ ସମୟର ଅପେକ୍ଷା କରିପାରନ୍ତି। କିନ୍ତୁ, କ’ଣ ମାର୍କେଟ ଏବେ ବି ତଳେ ରହିଛି କିମ୍ବା ନାହିଁ ତେବେ କେବଳ ପରେ ହିଁ ଜଣାପଡିଥାଏ। ମାର୍କେଟରେ ୧୫% ହ୍ରାସ ଆସିପାରେ ଓ କିଛି ଏହାକୁ କମ୍ ହୋଇପାରେ। କିନ୍ତୁ ଏହାପରେ ୨୫%ରୁ ଅଧିକ ହ୍ରାସ ଘଟିପାରେ।

ପର୍ସନାଲ ହେଲଥ୍ ଇନସ୍ୟୁରାନ୍ସ ଛାଡନ୍ତୁ ନାହିଁ : ଏବେ ଗ୍ରୁପ୍ ଇନସ୍ୟୁରାନ୍ସ ଉପରେ ଭରସା କରିବା କିଛି ଭଲ ଆଇଡିଆ ନୁହେଁ, କାରଣ ଯେତେବେଳେ ଆପଣ ନିଜର ଚାକିରି ବଦଳିବେ ସେହି ପଲିସି ଲାପ୍ସ ହୋଇଯିବ। ତେଣୁ ସୁନିଶ୍ଚିତ କରନ୍ତୁ ଆପଣ ପାଖରେ ନିଜା ଓ ନିଜର ପରିବାର ପାଇଁ ଅତିକମରେ ୫-୭ ଲକ୍ଷ କଭର ଥିବା ପର୍ସନାଲ ହେଲଥ୍ ଇନସ୍ୟୁରାନ୍ସ ପଲିସି ହେବ ଯାହା ବହୁତ  ମାମୁଲି ମୂଲ୍ୟ ଉପରେ ମିଳିଯିବ। ଯଦି ଆପଣ କିମ୍ବା ଆପଣଙ୍କ ପରିବାର ସଦସ୍ୟ କୋଭିଡ୍-୧୯ ପଜିଟିଭ ଜଣାପଡନ୍ତି ତେବେ ଅପେକ୍ଷା କରିବାକୁ ୩୦ ଦିନ ସମୟ ଅବଧି ପରେ ଏହା ଆପଣଙ୍କୁ ହସ୍ପିଟାଳ ବିଲକୁ କଭର କରିବାରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ନିଶ୍ଚିତ ଭବରେ ସାହାର୍ଯ୍ୟ କରିବ।

ତରବରିଆ ଭାବରେ କିଛି କିଣନ୍ତୁ ନାହିଁ: ସବୁବେଳେ ଦେଖାଯାଏ ସଙ୍କଟର ସମୟରେ ଲୋକମାନେ ଅନାବଶ୍ୟକୀୟ ବସ୍ତୁ ବିନା କାରଣରେ ଜମା କରି ରଖିଥାନ୍ତି। ଆମେ ଲକଡାଉନ୍ ବେଳେ ଦେଖିଛୁ ଆବଶ୍ୟକୀୟ ଜିନିଷ ଉପଲବ୍ଧତା ରହିଛି। କେଉଁଠି କିଛି ଅସୁବିଧା ନହୁଏ ତେବେ ଅନଲକ୍ ପକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ତେଣୁ ନିଜର ଆଗାମୀ ଦିନରେ ଯେତେବେଳେ ସେଲ୍ ଚାଲିବ ତରବରିଆ ଭାବରେ କିଛି କିଣିବାକୁ ବଞ୍ଚନ୍ତୁ।

ଖର୍ଚ୍ଚ କାଟ: ଏଭଳି ସମୟରେ ଖର୍ଚ୍ଚ କାଟ ଏକ ଭଲ ପଦକ୍ଷେପ ହୋଇପାରେ। ଓଟିଟି, ଇଣ୍ଟରନେଟ୍, ଡିଶ୍ ଟିଭି, ବିଜୁଳି, ସମାଚାର ପତ୍ର ଆଦି ଉପରେ ନିଜ ଦ୍ବାରା କରାଯାଇଥିବା ମାସିକ ଖର୍ଚ୍ଚକୁ କିଛି କମ୍ କରନ୍ତୁ। ଆପଣ କିଛି ସମୟ ପାଇଁ ଓଟିଟି ସବସ୍କ୍ରିପସନକୁ ହଟାଇବା ଉପରେ ବିଚାର କରି ପାରନ୍ତି ଓ ଅଳ୍ପ କିଛି ବଞ୍ଚାଇ ରଖିବା ପାଇଁ ଇଣ୍ଟରନେଟ୍ ଓ ବିଜୁଳିର ଉପଯୋଗ କମ୍ କରିପାରନ୍ତି। ଆପଣ ରିଲାକ୍ସ ହେବା ପାଇଁ ଏହି ସମୟର ଉପଯୋଗ ନିଜର ପସନ୍ଦଯୋଗ୍ୟ ବହି ପଢିବା, ଯୋଗ କରିବା ଓ ଅନଲାଇନ୍ କ୍ଲାସ ଆଦି ନେଇ ପାରନ୍ତି।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଲକ୍ଷେ ଟଙ୍କାରେ ବିକ୍ରି ହେଉଥିବା iPhone 12 Proକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମାତ୍ର ୩୦ ହଜାର ଟଙ୍କା !

ଲଗାତର ତୃତୀୟ ଦିନ ହ୍ରାସ ପାଇଲା ସୁନା ଦାମ୍