PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଚୀନ୍‌ର ୧୫ଟି ପ୍ରଦେଶରେ ବ୍ୟାପିଲା ଡେଲ୍ଟା ଭାରିଆଣ୍ଟ, ବିଶ୍ବରେ କରୋନା ମାମଲା ୨୦ କୋଟି ପାର

https://www.dnaindia.com

ବେଜିଂ,୫।୮: କରୋନା ଭାଇରସର ଡେଲ୍ଟା ଭାରିଆଣ୍ଟ ସାରା ବିଶ୍ବରେ ବ୍ୟାପିବାରେ ଲାଗିଚି। ଏଭଳି ସ୍ଥିତି ବୁଧବାର କରୋନାର ମୋଟ ସଂକ୍ରମିତ ମାମଲା ୨୦ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। କରୋନାରୁ ଭଲ ହେବାପରେ ଏହି ସଂଖ୍ୟା ମଧ୍ୟ ୧୮.୦୯ କୋଟି ପହଁଞ୍ଚି ଯାଇଛି। ସେଭଳି ଚୀନ୍ ୧୫ଟି ପ୍ରଦେଶରେ କରୋନାର ଡେଲ୍ଟା ଭାରିଆଣ୍ଟରେ ୫୦୦ଟି ସଂକ୍ରମଣ ମାମଲା ଆସିସାରିଛି। ସେଭଳି ସଂକ୍ରମଣ ବ୍ୟାପିବାଠାରୁ ରୋକିବା ପାଇଁ ଚୀନ୍‌ର ବୁହାନ ଓ ଝାଙ୍ଗଜିୟାଜେଇ ସହରକୁ ସିଲ୍ କରିଦିଆଯାଇଚି। ଚୀନ୍ ଏହା ସହିତ ନୂଆ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି।

ଓ୍ବାର୍ଲ୍ଡମିଟର ଅନୁସାରେ, ବିଶ୍ବରେ ଗତ ୨୪ ଘଣ୍ଟା ଭିତରେ ୬.୮୩ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିଛି।  ଏହି ସମୟରେ ୪.୩୯ ଲକ୍ଷ  ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି। ୧୦,୧୧୭ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ସବୁଠାରୁ ଅଧିକ ୧.୧୨ ଲକ୍ଷ ମାମଲା ଆମେରିକାରେ ରେକର୍ଡ କରାଯାଇଛି। ଇଣ୍ଡୋନେସିଆରେ ସବୁଠାରୁ ଅଧିକ ୧,୭୨୭ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି। ଉଲ୍ଲେଖନୀୟ ଯେ, କରୋନା ପ୍ରଥମ ସଂକ୍ରମଣ ମାମଲା ଚୀନ୍‌ରେ ଦେଖିବାକୁ ମିଳିଥିଲା, କିନ୍ତୁ ଚୀନ୍‌ କରୋନା ଉପରେ ଶୀଘ୍ର ନିୟନ୍ତ୍ରଣ ପାଇପାରିଥିଲା। ଚୀନ୍ ବିଶ୍ବର ପ୍ରଥମ ଦେଶ, ଯିଏକି ଅନଲକ୍ ଥିଲା ଏବେ ସେଠାରେ କରୋନା କାୟା ବିସ୍ତାର କରିଛି।