ଚନ୍ଦ୍ରଯାନ-୨କୁ ଲାଗିଲା ୪୮ ଦିନ; ଆପୋଲୋ-୧୧ ନେଇଥିଲା ମାତ୍ର ୪ଦିନ

ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପାଇଁ ଭାରତର ଚନ୍ଦ୍ରଯାନ-୨କୁ ୪୮ ଦିନ ସମୟ ଲାଗିଛି । କିନ୍ତୁ ସୋଭିଏତ ରୁଷ ଏବଂ ଆମେରିକାର ଚନ୍ଦ୍ର ମିସନ୍‌ ଅଳ୍ପ କେତୋଟି ଦିନ ମଧ୍ୟରେ ଶେଷ ହୋଇଥାଏ ।

ରୁଷର ଲୁନା-୨କୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ମାତ୍ର ୩୪ ଘଣ୍ଟା ସମୟ ଲାଗିଥିଲା । ସେହିଭଳି ଆମେରିକାର ଆପୋଲୋ-୧୧ ମାତ୍ର ୪ ଦିନ ସମୟ ନେଇଥିଲା ।

ଚଳିତବର୍ଷ ଜୁଲାଇ ୨୨ରେ ଉତ୍‌କ୍ଷେପଣ କରିଥିଲା ଚନ୍ଦ୍ରଯାନ-୨ । ଏହା ପରଠାରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକମାନେ ଚନ୍ଦ୍ରଯାନ ଉପରେ ୨୪ ଘଣ୍ଟା ନଜର ରଖିଥିଲେ । ବିଭିନ୍ନ ପର୍ଯ୍ୟାୟରେ ଏହା ଚନ୍ଦ୍ର କକ୍ଷ ପଥରେ ଘୂରିବୁଲିଥିଲା । ଶେଷରେ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା । ଇସ୍ରୋ ପାଇଁ ଏହା ଐତିହାସିକ ଦିନ ବୋଲି କୁହାଯାଉଛି । କିନ୍ତୁ ରୁଷ ଓ ଆମେରିକାର ମୁନ୍‌ ମିସନ୍‌ ଅତ୍ୟନ୍ତ ବିକଶିତ । ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହି ମୁନ୍‌ ମିସନ୍‌ ପ୍ରସ୍ତୁତ କରାଯାଉଛି ।

ଆମେରିକା ଚନ୍ଦ୍ରପୃଷ୍ଠକୁ ୧୯୬୯ରେ ମାନବ ପଠାଇଥିଲା ବେଳେ ୨୦୧୯ରେ ଭାରତ ଏହାର ଯାନ ପଠାଇଛି । ତେଣୁ ଏ କ୍ଷେତ୍ରରେ ଆମେରିକା କେତେ ଆଗରେ ରହିଛି, ତାହା ଅନୁମାନ କରାଯାଇପାରେ । ୧୯୬୯ରେ ଆମେରିକୀୟ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲେ ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ନବୀନ: ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟ୍ରେଲରକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍