ଜାତିସଂଘକୁ କହିଲା ବାଂଲାଦେଶ, ମ୍ୟାମାଁର ଶରଣାର୍ଥୀଙ୍କୁ ଆଉ ଦେଇ ହେବନି ସ୍ଥାନ

ଢାକା,୧।୩: ଜାତିସଂଘର ସୁରକ୍ଷା ପରିଷଦରେ ବାଂଲାଦେଶ କହିଛି ଯଦି ମ୍ୟାମାଁର ପଟୁ ଆହୁରି ଶରଣାର୍ଥୀ ଆସନ୍ତି ତେବେ ତାଙ୍କୁ ସ୍ଥାନ ଦେବୁ ନାହିଁ। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଶାହିଦୁଲା ହକ୍ ସୁରକ୍ଷା ପରିଷଦର ବୈଠକରେ କହିଥିଲେ ତାଙ୍କ ଦେଶରେ ଥିବା ରୋହିଙ୍ଗ୍ୟା ସମୁଦାୟର ଲକ୍ଷ ଳକ୍ଷ ଲୋକଙ୍କୁ ସ୍ବଦେଶ ଫେରାଇ ଆଣିବାରୁ ସଙ୍କଟ ବଢିଯାଇଛି। ଏହା ସହ ସୁରକ୍ଷା ପରିଷଦକୁ ନିର୍ଣ୍ଣାୟକ ପଦକ୍ଷେପ ଉଠାଇବା ପାଇଁ ମଧ୍ୟ ଅପିଲ କରିଛନ୍ତି।
ଏଠାରେ ଉଲ୍ଳେଖନୀୟ ଯେ ୨୦୧୭ରେ ରଖାଇନରେ ସୈନ୍ୟ ଅଭିଯାନ ପରେ ରୋହିଙ୍ଗ୍ୟା ସମ୍ପ୍ରଦାୟର ପ୍ରାୟ ୭,୪୦,୦୦୦ ଲୋକ ବାଂଲାଦେଶର ଶିବିରରେ ଶରଣ ନେଇଥିଲେ। ଜାତିସଂଘ ମ୍ୟାମାଁର ସେନାର ଏହି ଅଭିଯାନକୁ ଜାତୀୟ ସଫେଇ ବୋଲି ଘୋଷଣା କରିଥିଲା। ହକ୍ କହିଛନ୍ତି ଏଠି ମୋତେ ପରିଷଦକୁ ଦୁଃଖର ସହ କହିବାକୁ ପଡୁଛି ଆଗାମୀ ଦିନରେ ମ୍ୟାମାଁର ପଟୁ ଆସୁଥିବା ଶରଣାର୍ଥୀଙ୍କୁ ଆଉ ବାଂଲାଦେଶ ଶରଣ ଦେବାର ସ୍ଥିତିରେ ନାହିଁ। ଏକ ଚୁକ୍ତି ଅନୁସାରେ ବାଂଲାଦେଶ ମ୍ୟାମାଁରର କିଛି ଶରଣାର୍ଥୀଙ୍କୁ ଫେରାଇ ଆଣିବାକୁ ରାଜି ହୋଇଛି। କିନ୍ତୁ ଜାତିସଂଘ ଏହି କଥା ଉପରେ ଜୋର ଦେଇଛି ଯେ ରୋହିଙ୍ଗ୍ୟା ଲୋକଙ୍କ ସୁରକ୍ଷା ତାଙ୍କର ପ୍ରତ୍ୟାବର୍ତ୍ତନ ଚୁକ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି କ’ଣ ବାଂଲାଦେଶ ପଡୋଶୀ ଦେଶର ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କ ପ୍ରତି ସହାନୁଭୂତି ଦେଖାଇବାର ମୂଲ୍ୟ ଦେଉଛି?