ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୧୨/୯ : ପାଞ୍ଚ ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବିସ୍ଥିତ ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍‌ (ଇଆଇଏଲ୍‌) ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ବିଭିନ୍ନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ବିଭିନ୍ନ ରାଷ୍ଟ୍ର ସହ ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରର ସମୀକ୍ଷା ମଧ୍ୟ କରିଥିଲେ ।

ଆଜି ଶ୍ରୀ ପ୍ରଧାନ ଆଜରବଇଜାନର ଊର୍ଜା ମନ୍ତ୍ରୀ ପରଭିଜ୍‌ ଶାହବାଜଭଙ୍କୁ ସାକ୍ଷାତ କରିଥିଲେ । ଉଭୟେ ଭାରତୀୟ ତୈଳ କମ୍ପାନି ଦ୍ୱାରା ଊର୍ଜା ବ୍ୟାପାରକୁ କିପରି ସୁଦୃଢ଼ କରାଯାଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ । ଏହାବ୍ୟତୀତ ଆଜରବଇଜାନର ଅନ୍ୱେଷଣ ଓ ଉତ୍ପାଦନ ଏବଂ ଏଲଏନଜି କ୍ଷେତ୍ରରେ ସହଯୋଗ କରିବା ତଥା ଭାରତୀୟ ପୁଞ୍ଜି ନିବେଶ ଉପରେ ସମୀକ୍ଷା କରିଥିଲେ ।

ଥାଇଲାଣ୍ଡର ଶକ୍ତି ମନ୍ତ୍ରୀ ସୋନିଟାଟ୍‌ ସୋଂଟିଜୀରାୱଙ୍ଗଙ୍କୁ ଶ୍ରୀ ପ୍ରଧାନ ଭେଟିବା ସହ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ୟୁଏଇ ରାଷ୍ଟ୍ରମନ୍ତ୍ରୀ ତଥା ଏନଡିଓସିର ଅଧ୍ୟକ୍ଷ ସୁଲତାନ ଅହମ୍ମଦ ଅଲ୍‌ ଜାବରଙ୍କୁ ଭେଟିବା ସହ ଶ୍ରୀ ପ୍ରଧାନ ୟୁଏଇର ଅପଷ୍ଟ୍ରିମ୍‌ କ୍ଷେତ୍ରରେ ଭାରତୀୟ ପୁଞ୍ଜିନିବେଶର ସମୀକ୍ଷା କରିଥିଲେ । ଭାରତ-ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବଢ଼ାଇବା ନେଇ ମଧ୍ୟ ସେ ଆଲୋକପାତ କରିଥିଲେ ।

   ସମ୍ବନ୍ଧିତ ଖବର


ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

‘ପ୍ରେମ ଏଟିଏମ୍‌’ରେ ଚୁଲବୁଲି ନାୟିକା ‘ଲିପିକା’