ଭାଇରସରୁ ରକ୍ଷା ପାଇବାକୁ ବିଜେପି ନେତା ଲଗାଇଥିଲେ କରୋନା ସେଫଟି ପାଉଚ୍ , ତଥାପି ଏବେ ବାହାରିଲେ କରୋନା ପଜିଟିଭ

ଡେରାଡୁନ୍,୨୯।୮: ଉତ୍ତରାଖଣ୍ଡରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପ୍ରଦେଶ ଅଧ୍ୟକ୍ଷ ବଂଶୀଧର ଭଗତ କରୋନା ପଜିଟିଭ। ଗତ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଆରଟିପିସିଆର ରିପୋର୍ଟ ପଜିଟିଭ ଆସିଛି। ଏହାପରେ ଭଗତ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି। ଭଗତଙ୍କୁ କରୋନା ପଜିଟିଭ ହେବାକୁ ନେଇ ଏବେ ଖୁବ୍ ଚର୍ଚ୍ଚା, କାରଣ ସେ ନିଜର ବେକରେ  କରୋନାରୁ ବଞ୍ଚିବା ପାଇଁ କେମିକାଲର ଏକ ପାଉଚ (Corona Safety Pouch) ଲଗାଇକି ରହୁଥିଲେ। ଭଗତ କହୁଥିଲେ, ଏଭଳି ପାଉଚ୍ ପିନ୍ଧିବା ଫଳରେ ୧ ମିଟର ପରିସର ପର୍ଯ୍ୟନ୍ତ କୌଣସି ଭାଇରସ୍ ତାଙ୍କ ପାଖକୁ ଆସିପାରିବ ନାହିଁ।

ଅନ୍ୟପକ୍ଷେ ବଂଶୀଧର ଭଗତଙ୍କ କୋଭିଡ୍-୧୯ ପଜିଟିଭ ଆସିଥିବାର ସୂଚନା ମିଳିବା ପରେ ବିଜେପି ନେତାଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। କାରଣ ଗତ ଏକ ସପ୍ତାହରେ ଭଗତ ପାର୍ଟିର ବହୁ ବରିଷ୍ଠ ଲିଡରଙ୍କୁ ସାକ୍ଷାତ କରିସାରିଛନ୍ତି। ୭୦ ବର୍ଷରୁ ଅଧିକ ବୟସର ବଂଶୀଧର ୨୧ ଅଗଷ୍ଟରେ ଜମୁନା କଲୋନୀ ସ୍ଥିତ ବାସଭବନ ଆର-୫ରେ ସିଫ୍ଟ ହୋଇଥିଲେ। ଏହି ଦିନ ଭଗତ ଗୃହ ପ୍ରବେଶ ସମାରୋହ ଆୟୋଜନ କରିଥିଲେ। ବହୁ ସଂଖ୍ୟାରେ ନେତା, ସାମ୍ବାଦିକ ଓ ଦଳର କର୍ମୀ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଓ୍ବାଇଏମର ପ୍ରଦେଶର ଉପାଧ୍ୟକ୍ଷ ଓ ବଂଶୀଧର ଭଗବତଙ୍କ ପୁଅ ବିକାଶ ଭଗତ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆଗାମୀ ଦିନ ହଲଦାନୀ ଫେରିବା ପରେ ବିକାଶ ଭଗତଙ୍କ ଦେହ ଖରାପ ହୋଇଥିଲା। ସେ ନିଜର କରୋନା ଟେଷ୍ଟ କରାଯାଇଥିଲା। ଶୁକ୍ରବାର ପୁଅ ବିକାଶ ଭଗତଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ବଂଶୀଧର ଭଗତ ମଧ୍ୟ ଶୁକ୍ରବାର ନିଜକୁ ଆଇସୋଲେଟ୍ କରି ନିଜର ଟେଷ୍ଟ କରାଇଥିଲେ। ଏହାପରେ ବଂଶୀଧରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ତାଙ୍କୁ ହାଲକା ଜ୍ବର ରହିଛି।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି