ଭାରତରେ ଆସନ୍ତା ୨ ବର୍ଷ ପାଇଁ ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ୍‌ ଅଛି – କେନ୍ଦ୍ର ମନ୍ତ୍ରୀ


ନୂଆଦିଲ୍ଲୀ ୨୫ ମାର୍ଚ୍ଚ – ଭାରତରେ ଆସନ୍ତା ୨ ବର୍ଷ ପାଇଁ ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ୍‌ ଅଛି ବୋଲି କେନ୍ଦ୍ର ମନ୍ତ୍ରୀ ରାଓ ସାହେବ୍‌ ଦାନଭେ କହିଛନ୍ତି । ସାରା ଭାରତରେ ୨୧ ଦିନ ପାଇଁ ଲକ୍‌ ଡାଉନ୍‌ ଘୋଷଣା କରାଯିବା ପରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଯଦି କୌଣସି ସ୍ଥାନରେ ଅତ୍ୟାବଶକୀୟ ଜିନଷ ପରିବହନରେ ଅସୁବିଧା ହେଉଛି ତେବେ ସେମାନେ ଜିଲ୍ଲା ପ୍ରଶାସନକୁ ଜଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଦେଶରେ ଆସନ୍ତା ୨ ବର୍ଷ ପାଇଁ ଖାଦ୍ୟ ଶସ୍ୟର କୌଣସି ଅସୁବିଧା ହେବ ନାହିଁ । କୌଣସି ରାଜ୍ୟରେ ଅତ୍ୟାବଶକୀୟ ସାମଗ୍ରୀ ଓ ଖାଦ୍ୟ ଶସ୍ୟରେ ଅସୁବିଧା ହେଲେ ସେ ବିଷୟରେ ଜଣାଇଲେ ତାଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌