PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମହିଳାଙ୍କୁ ଛୁରୀ ଭୁସି ଦେଲା ଚେନ୍‌ ଲୁଟେରା, ସିସିଟିଭିରେ କଏଦ୍ ଦୃଶ୍ୟ …

www.jansatta.com/

ନୂଆଦିଲ୍ଲୀ –ସପିଂ କରି ନିଜର ୨ବର୍ଷର ପିଲା ସହ ଘରକୁ ଫେରୁଥିଲେ ମହିଳା । ଚେନ୍‌ ଲୁଟେରା ତାଙ୍କୁ ଅଟକାଇ ବେକରୁ ଚେନ୍‌ ଛଡ଼ାଇ ନେଉଥିଲା । ସେ ବିରୋଧ କରିବାରୁ ତାଙ୍କୁ କରି ଦେଲେ ହତ୍ୟା । ବଡ଼ ବଡ଼ କାରନାମା ଦେଖାଇବାରେ ପ୍ରସିଦ୍ଧ ଥିବା ଦିଲ୍ଲୀ ପୁଲିସ୍‌ ଏବେ ସୁଦ୍ଧା ଏହି ଦୁର୍ବୃତ୍ତକୁ ଧରି ପାରିନାହିଁ । ଆଦର୍ଶ ନଗର ଅଞ୍ଚଳରେ ହୋଇଥିବା  ଘଟଣା ସିସିଟିଭିରେ କଏଦ୍‌ ହୋଇଛି । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ସାରିଛି। ମହିଳାଙ୍କର ହତ୍ୟାରେ ଲୋକେ ବହୁତ ରାଗି ଯାଇଛନ୍ତି ।  

ଲୁଟେରାର କ୍ରୁରତାର ଶିକାର ହୋଇଥିବା ସିମରନ କୌରଙ୍କର ବୟସ  ୨୫ ବର୍ଷ ଥିଲା ।  ୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ତାଙ୍କର ୨ ବର୍ଷର ଗୋଟିଏ ଛୋଟ ପିଲା ଅଛି । ସିମରନ୍‌ଙ୍କର ଶ୍ୱଶୁର ପଞ୍ଜାବର ପଟିଆଲାରେ ରହିଛି ।  ଏବେ ସେ ଆଦର୍ଶ ନଗର ଅଞ୍ଚଳରେ  ଥିବା ନିଜର ମାଆ-ବାପାଙ୍କ ଘରକୁ ଆସିଥିଲେ ।

ଶନିବାର ଦିନ ସିମରନ୍‌ ଆଉ ଜଣେ ମହିଳାଙ୍କ  ସହ ପାଖ ବଜାରକୁ ସପିଂ କରି ଫେରୁଥିଲେ। ଏହି ସମୟରେ ରାତି ପାଖାପାଖି ୯.୩୦ ହେବ । ସେତିକି ବେଳେ ଏହି ଚେନ୍‌ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲା । ଆଉ ବେକରେ ଛୁରୀ ଲଗେଇ ଦେଇଥିଲା।

ସିସିଟିଭିରେ ନଜର ଆସିଥିଲା କି, ମହିଳାଙ୍କର କୋଳରେ ତାଙ୍କର ପିଲା ଥିଲା। ସେ ଅନ୍ୟ ଜଣେ ମହିଳାଙ୍କ ସହ ନିଜ ଘରକୁ ଆସୁଥିଲେ । ସେତିକି ବେଳେ ଗଳି ରାସ୍ତାରେ ଚେନ୍‌ ସ୍ନାଚର  ସିମରନଙ୍କ ପାଖକୁ ଆସିଥିଲା ଏବଂ ଆକ୍ରମଣ କରିଥିଲା । ସେ ଯେତେବେଳେ ବିରୋଧ କଲେ , ତାଙ୍କ ବେକକୁ ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେ ବଞ୍ଚି ପାରିନଥିଲେ ।