ରାଜଧାନୀରେ କମୁଛି ସଂକ୍ରମଣ ହାର, ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ, ଗତ ୨୪ ଘଣ୍ଟାରେ ୫ ହଜାର ୭୬୦ ଜଣ ଆକ୍ରାନ୍ତ ଚିହ୍ନଟ

pic- pti
ନୂଆଦିଲ୍ଲୀ,୨୪/୦୧: ରାଜଧାନୀ ଦିଲ୍ଲୀରେ ଲଗାତର କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ଯା। ସେହିପରି କରୋନା ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ।
ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତ ୨୪ ଘଣ୍ଟାରେ ୫ ହଜାର ୭୬୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪ ହଜାର ୮୩୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ କରୋନାରେ ୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ଜାନୁଆରୀ ୪ରେ ଗୋଟିଏ ଦିନରେ ୫ ହଜାର ୪୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଏହାପରେ ଜାନୁଆରୀ ୫ ପାଖରୁ ଏହି ସଂଖ୍ୟା ଲଗାତର ବଢ଼ିଚାଲିଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୮ ହଜାର ୮୪୪ କରୋନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୧୧.୭୯ ପ୍ରତିଶତ ନମୁନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ରବିବାର ସଂକ୍ରମଣ ହାର ୧୩.୩୨ ପ୍ରତିଶତ ରହିଥିଲା ଯେତେବେଳେ କି ଜାନୁଆରୀ ୨୧ ଶୁକ୍ରବାର କରୋନା ସଂକ୍ରମଣ ହାର ୧୮.୦୪ ପ୍ରତିଶତ ରହିଥିଲା।