ନିର୍ବାଚନ ଖବର
  • ସୁସ୍ଥ ହୋଇ ଘରକୁ ଫେରିଲେ ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ
  • ||
  • ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଉଦ୍‌ଘାଟନୀ ଉତ୍ସବର ରିହାଲସଲ୍‌ ସ୍ଥଗିତ
  • ||
  • ନୟାଗଡ଼ କୁସୁମୀ ନଦୀରେ ବୁଡି ଭାଇ ଭଉଣୀ ମୃତ,
  • ||
  • ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକର, ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ହେବେ ସାମିଲ୍
  • ||
  • କଳାହାଣ୍ଡି: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାପା ମୃତ, ପୁଅ ଓ ଅନ୍ୟ ଜଣେ ଗୁରୁତର
  • ||
  • କାଲିମେଳାରୁ ନିଖୋଜ ଡାକ୍ତର କର୍ଣ୍ଣାଟକରେ ଠାବ, ଖୁବ୍‌ଶୀଘ୍ର ମାଲକାନଗିରି ଅଣାଯିବ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ: ଓମାନକୁ ୧୬୫ ରନ୍ ଟାର୍ଗେଟ୍ ଦେଲା କଙ୍ଗାରୁ ବାହିନୀ, ସନ୍ଧ୍ୟାରେ ୟୁଏସ୍‌କୁ ଭେଟିବ ପାକିସ୍ତାନ
  • ||
  • ଏନ୍‌ଡିଏର ନେତା ହେଲେ ନରେନ୍ଦ୍ର ମୋଦି, ୮ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
  • ||
  • ଆସନ୍ତା ୩ରୁ ୪ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ, ୧୨ରୁ ପୁଣି ବଢ଼ିପାରେ ତାତି
  • ||
  • ନୂଆ ସରକାର ଆସିଲେ କ’ଣ ହେବ ? ଡରରେ ଆଗଧାଡ଼ିଆ ଅଫିସରଙ୍କ ଛାତି ଧଡ଼ଧଡ଼, ଖଣ୍ଡାଧାରରେ ଭାଗ୍ୟ
  • ||

ଅରବିନ୍ଦ କେଜ୍ରିୱାଲଙ୍କ ସହ ବୈଠକରେ ଯୋଗ ଦେଲେନି ଆପ୍‌ର ବଡ଼ ନେତା, ଅଣ୍ଡରଗ୍ରାଉଣ୍ଡ ହୋଇଥିବା ଦାବି

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆପ୍‌ ବିଧାୟକଙ୍କ ସହ ପ୍ରମୁଖ ବୈଠକ କରିଛନ୍ତି। ଏହି ବୈଠକରେ ପାର୍ଟିର ପାଖାପାଖି ସବୁ ବିଧାୟକ ଉପସ୍ଥିତ ରହିଥିବା ବେଳେ ପାର୍ଟିର ଜଣେ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଖୁବ୍‌ ଚର୍ଚ୍ଚା। ଉଲ୍ଲେଖନୀୟ ଯେ , ଦିଲ୍ଲୀର ଓଖଲାରୁ ଆମ୍‌ ଆଦମୀ ପାର୍ଟିର ବଡ଼ ଚେହେରା ତଥା ବିଧାୟକ ଅମାନତୁଲ୍ଲାହ ଖାନ ଏହି ବୈଠକରେ ଅନୁପସ୍ଥିତ ଅଛନ୍ତି। 

କହି ରଖୁଛୁ କି , ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନ ଓ ତାଙ୍କ ପୁଅ ଅନସଙ୍କ ଉପରେ ଅଭିଯୋଗ ଲାଗିଛି। ସେମାନେ ନୋଏଡର ସେକ୍ଟର ୯୫ ସ୍ଥିତ ଏକ ପେଟ୍ରୋଲ ପମ୍ପର କର୍ମୀଙ୍କୁ ଧମକାଇବା ଓ ତାଙ୍କୁ ମାରପିଟି କରି ଥିବା କୁହାଯାଉଛି। ଏହାପରେ ନୋଏଡା ପୁଲିସ ମଧ୍ୟ ଅମାନତୁଲ୍ଲାହ ଖାନଙ୍କୁ ତଲାସ କରୁଛି। କୁହାଯାଉଛି କି, ପୁଲିସ ଦାବି କରିଛି କି ଅମାନତୁଲ୍ଲାହ ଖାନ ଓ ତାଙ୍କର ପୁଅ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛନ୍ତି।

ନୋଏଡା ପୁଲିସ ପକ୍ଷରୁ ସୂଚନା ଦିଆଯାଇ ଥିଲା କି ଉଭୟ ବିରୋଧରେ ମାରପିଟି ଓ ଅପରାଧିକ କାର୍ଯ୍ୟକୁ ନେଇ କେସ୍‌ ରୁଜୁ କରାଯାଇଛି। ନୋଏଡା ପୁଲିସର ଏକ ଟିମ୍ ମଧ୍ୟ ଆପ୍‌ ବିଧାୟକଙ୍କ ଘରକୁ ଯାଇଥିଲା , ହେଲେ ବିଧାୟକ ଓ ତାଙ୍କର ପୁଅ ଉଭୟ ଘରେ ନଥିଲେ। ପୁଲିସର କହିବାନୁସାରେ , ଅମାନତୁଲ୍ଲାହ ଖାନ ଓ ତାଙ୍କ ପୁଅ ଯାଞ୍ଚରେ ସହଯୋଗ କରୁ ନାହାନ୍ତି। ତାଙ୍କର ମୋବାଇଲ ଫୋନ୍‌ ସ୍ୱିଚ୍‌ ଅଫ୍‌ ରହିଛି। 

ଉଲ୍ଲେଖନୀୟ ଯେ,ନୋଏଡାରେ ହୋଇଥିବା ଏକ ଭିଡ଼ିଓ ମଧ୍ୟ ସାମନାକୁ ଆସି ଥିଲା। ଏହି ଭିଡ଼ିଓରେ ନଜର ଆସିଥିଲା କି ପେଟ୍ରୋଲ ପମ୍ପରେ ମାରପିଟି ହୋଇଥିଲା। ପେଟ୍ରୋଲ ପମ୍ପର କର୍ମଚାରୀଙ୍କ କହିବାନୁସାରେ ଅନସ ଖାନ ପେଟ୍ରୋଲ ପମ୍ପକୁ ଆସିବା ପରେ ଧାଡ଼ି ଭାଙ୍ଗି ପ୍ରଥମେ ତେଲ ନେବାକୁ ଜିଦି କରିଥିଲେ, କିନ୍ତୁ ସେଠାରେ ଥିବା ପେଟ୍ରୋଲ କର୍ମଚାରୀ ଏମିତି କରିବାକୁ ମନା କରି ଥିଲେ। ଏହାପରେ ସେମାନଙ୍କ ଭିତରେ ମାରପିଟି ଆରମ୍ଭ ହୋଇଥିଲା। କର୍ମୀଙ୍କ ଦାବି କି ପରେ ସେଠାକୁ ନିଜେ ଅମାନତୁଲ୍ଲାହ ଖାନ ମଧ୍ୟ ଆସି ଥିଲେ। ଅଭିଯୋଗ କି ଏଠାକୁ ଆସି ଆପ୍‌ ବିଧାୟକ ଅମାନତୁଲ୍ଲାହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.