ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ICC ର ବାର୍ଷିକ ଟିମ୍ ରାଙ୍କିଙ୍ଗ ଜାରି: ଦିନିକିଆ ଓ ଟି-୨୦​‌ ରେ ଶୀର୍ଷରେ ଭାରତ, ଟେଷ୍ଟରେ ବାଜିମାତ୍ କଲା କଙ୍ଗାରୁ ଦଳ

ନୂଆଦିଲ୍ଲୀ,୩।୫: ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲ ଅର୍ଥାତ ଆଇସିସି ଶୁକ୍ରବାର ୩ ମଇରେ ଟେଷ୍ଟ, ଓ୍ବାନଡେ ଓ ଟି-୨୦ ରାଙ୍କିଙ୍ଗର ବାର୍ଷିକ ଅପଡେଟ୍ ଜାରି କରିଛନ୍ତି। ଏହି ଅପଡେଟ୍ ପରେ ଭାରତରୁ ନମ୍ବର-୧ ଟେଷ୍ଟ ଦଳର ରାଙ୍କ ଚାଲିଯାଇଛି। ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୧-୨୩ ଫାଇନାଲରେ ଭାରତକୁ ଧୁଳି ଚଟାଇଥିବା ଅଷ୍ଟେ୍ରଲିଆ ଟିମ୍‌ ଏବେ ଟେଷ୍ଟରେ ପ୍ରଥମ ସ୍ଥାନ ହାସଲ କରିଛି। ତେବେ ଭାରତ ଓ୍ବାନଡେ ଓ ଟି-୨୦ ରେ ପ୍ରଥମ ସ୍ଥାନରେ ରହିଛି। ଟିମ୍ ଇଣ୍ଡିଆ ଏହି ଦୁଇଟି ଫର୍ମାଟରେ ପ୍ରଥମ ସ୍ଥାନରେ ରହିଛି।

ଆଇସିସିର ଏହି ବାର୍ଷିକ ଅପଡେଟ୍‌ ପରେ ଟେଷ୍ଟରେ ଅଷ୍ଟେ୍ରଲିଆର ୧୨୪ ରେଟିଂ ରହିଛି, ସେଭଳି ଭାରତ ୧୨୦ ରେଟିଂ ସହିତ ଦ୍ବିତୀୟ ସ୍ଥାନରେ ରହିଛି। ତାପରେ ଇଂଲଣ୍ଡ ୧୦୫ ରେଟିଂ ସହିତ ତୃତୀୟ ସ୍ଥାନରେ ରହିଛି। ଟେଷ୍ଟ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରୁ ନବମ ସ୍ଥାନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇ ନାହିଁ। ସାଉଥ୍ ଆଫ୍ରିକା(୧୦୩ ) ଚତୁର୍ଥ, ନ୍ୟୁଜିଲାଣ୍ଡ(୯୬) ପଞ୍ଚମ, ପକିସ୍ତାନ(୮୯) ଷଷ୍ଠ, ଶ୍ରୀଲଙ୍କା(୮୩) ସପ୍ତମ, ଓ୍ବେଷ୍ଟଇଣ୍ଡିଜ୍(୮୨) ଅଷ୍ଟମ ଓ ବାଂଲାଦେଶ (୫୩) ନବମ ସ୍ଥାନରେ ରହିଛି। 

ସବୁ ଟିମ୍‌ ମଇ ୨୦୨୧  ପରେ ପରଫରମାନ୍ସର ପ୍ରଭାବ ତାଜା ରାଙ୍କିଙ୍ଗ ଉପରେ ପଡିଛି। ମଇ ୨୦୨୧ ଓ ମଇ ୨୦୨୩ ଭିତରେ ସବୁ ରେଜଲ୍ଟକୁ ୫୦% ମହତ୍ବ ଦିଆଯାଇଛି, ସେଭଳି ଆଗାମୀ ୧୨ ମାସରେ, ଯେଉଁଥିରେ ଅଷ୍ଟେ୍ରଲିଆ  ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ଜିତିବା ମଧ୍ୟ ସାମିଲ ରହିଛି, ତାକୁ ୧୦୦ ପ୍ରତିଶତ ମହତ୍ବ ଦିଆଯାଇଛି। 

  • prameyanews
  • ICC ODI Ranking
  • Indian cricket team
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.