ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଡାଟା ସେଣ୍ଟର କ୍ଷମତାରେ ଲିଡର ପାଲଟିଲା ଭାରତ, ପଛରେ ପଡିଲେ ଅଷ୍ଟ୍ରେଲିଆ, ଜାପାନ ଏବଂ ସିଙ୍ଗାପୁର

ନୂଆଦିଲ୍ଲୀ,୧୭/୦୫: ଡାଟା ସେଣ୍ଟର କ୍ଷମତାରେ ଭାରତ ପାଲଟିଛି ଲିଡର । ଏ କ୍ଷେତ୍ରରେ ଆମ ଦେଶ ଅଷ୍ଟ୍ରେଲିଆ, ଜାପାନ ଏବଂ ସିଙ୍ଗାପୁର ଭଳି ରାଷ୍ଟ୍ରଗୁଡ଼ିକୁ ପଛରେ ପକାଇ ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏସିଆ ପ୍ରଶାନ୍ତ ଅଞ୍ଚଳରେ ଭାରତ ପାଲଟିଛି ଡାଟା ସେଣ୍ଟର ଲିଡର । ଇନ୍‌ଷ୍ଟଲ୍‌ଡ କାପାସିଟିରେ ଏହା ସିଙ୍ଗାପୁର, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ହଂକଂକୁ ପଛରେ ପକାଇ ଦେଇଥିବା ଗ୍ଲୋବାଲ ରିୟଲ ଇଷ୍ଟେଟ୍‌ କନ୍‌ସଲ୍‌ଟାଣ୍ଟ ସିବିଆର୍‌ଇ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ବର୍ଦ୍ଧିତ ଡାଟା ଚାହିଦା ଏଥିରୁ ସ୍ପଷ୍ଟ ବାରି ହେଉଥିବା ରିପୋର୍ଟରେ କୁହାଯାଇଛି ।

 ସିବିଆର୍‌ଇର ଅଧ୍ୟକ୍ଷ ତଥା ସିଇଓ(ଭାରତ, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା) ଅଂଶୁମାନ ମ୍ୟାଗାଜିନ୍‌ କହିଛନ୍ତି ଯେ, ଭାରତ ଏକ  ଅନୁକୂଳ ବଜାର । ତେଣୁ ନିଜ ନିଜର ଡିଜିଟାଲ ସେବାର ସମ୍ପ୍ରସାରଣ ପାଇଁ ବଡ଼ ବଡ଼ ବହୁରାଷ୍ଟ୍ରୀୟ କମ୍ପାନିଗୁଡ଼ିକ ଭାରତକୁ ଟାଣି ହୋଇଆସୁଛନ୍ତି । ଆଉ କିଛି କମ୍ପାନି ଯୋଗାଣ ଶୃଙ୍ଖଳଜନିତ ସମସ୍ୟା ଯୋଗୁ ଅନ୍ୟ ଏସୀୟ ବଜାରଗୁଡ଼ିକରୁ ମୁହଁ ଫେରାଇ ଭାରତକୁ ଆକୃଷ୍ଟ ହେଉଛନ୍ତି । ବିଏଫ୍‌ଏସ୍‌ଆଇ କମ୍ପାନି, ପ୍ରଯୁକ୍ତି ସଂସ୍ଥା ଏବଂ କ୍ଲାଉଡ୍‌ ସେବା ପ୍ରଦାନକାରୀମାନଙ୍କ ପକ୍ଷରୁ ନିରନ୍ତର ଚାହିଦା ଆଶା ରହିଥିବା ଅଂଶୁମାନ କହିଛନ୍ତି ।

୨୦୧୮ରୁ ୨୦୨୩ ମଧ୍ୟରେ ଭାରତର ଡାଟା ସେଣ୍ଟର ଶିଳ୍ପ ୪୦୦୦ କୋଟି ଡଲାରରୁ ଊଦ୍ଧ୍ୱର୍ ନିବେଶ ପ୍ରତିଶ୍ରୁତି ସାଉଁଟିଛି । ଉଭୟ ବିଦେଶୀ ଏବଂ ଘରୋଇ ନିବେଶକ ଭାରତରେ ନିବେଶ କରିବାକୁ ମନ ବଳାଇଛନ୍ତି । ଗ୍ଲୋବାଲ ଅପରେଟର, ରିୟଲ ଇଷ୍ଟେଟ୍‌ ଡେଭେଲପର୍‌ ଏବଂ ଘରୋଇ ଇକ୍ୱିଟି ଫଣ୍ଡଗୁଡ଼ିକରୁ ବିପୁଳ ନିବେଶ ଆସୁଥିବା ଅଂଶୁମାନ କହିଛନ୍ତି । 

ବିପୁଳ ମାତ୍ରାରେ ନିବେଶ ପ୍ରତିଶ୍ରୁତି ହାସଲ କରିଥିବା ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତାମିଲ୍‌ନାଡୁ ରହିଛି । ଭାରତ ପରେ ଜାପାନରେ ଦ୍ୱିତୀୟ ସର୍ବାଧିକ ଡାଟା ସେଣ୍ଟର କ୍ଷମତା(୮୯୨ଏମ୍‌ଡବ୍ଲ୍ୟୁ) ରହିଛି । ଏହା ପଛକୁ ଅଷ୍ଟ୍ରେଲିଆରେ ଡାଟା ସେଣ୍ଟର କ୍ଷମତା ରହିଛି ୭୭୩ ଏମ୍‌ଡବ୍ଲ୍ୟୁ । ସିଙ୍ଗାପୁରରେ ଏହା ୭୧୮ ଏମ୍‌ଡବ୍ଲ୍ୟୁ ଥିବାବେଳେ ହଂକଂରେ ୬୧୩ ଏମ୍‌ଡବ୍ଲ୍ୟୁ ଏବଂ ଦକ୍ଷିଣ କୋରିଆରେ  ଏହା ୫୩୧ ଏମ୍‌ଡବ୍ଲ୍ୟୁ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.