ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଯେଉଁ ବିମାନବନ୍ଦରକୁ କୋଟି କୋଟି ଟଙ୍କା ଦେଇ ତିଆରି କରିଥିଲା ଡ୍ରାଗନ୍, ତା’ର ପରିଚାଳନା ଦାୟିତ୍ବ ଏବେ ଭାରତକୁ ଦେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୭।୪:ଶ୍ରୀଲଙ୍କାର ହମ୍ବନତୋଟା ସ୍ଥିତ ମଟାଲା ରାଜପାକ୍ସେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପରିଚାଳନା ଦାୟିତ୍ବ ଭାରତ ଓ ଋଷର କମ୍ପାନୀକୁ ଦିଆଯାଇଛି। ଏହି ବିମାନ ବନ୍ଦରର ନିର୍ମାଣ ୨୦.୯ କୋଟି ଆମେରିକୀୟ ଡଲାରରେ କରାଯାଇଥିଲା। ଗୋଟିଏ ସମୟରେ ଉଡାଣର ଅଭାବ କାରଣରୁ ଏହାକୁ ଦୁନିଆର ସବୁଠାରୁ ଶୁନଶାନ୍ ବିମାନବନ୍ଦର ଭାବରେ ଘୋଷଣା କରାଯାଇଥିଲା। ମଟାଲା ବିମାନ ବନ୍ଦରର ନାଁ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପାକ୍ସେଙ୍କ ନାଁରେ ରଖାଯାଇଛି। ମହିଦ୍ରାଙ୍କ ରାଜପାକ୍ସେ ପ୍ରାୟ ଏକ ଦଶକର ଶାସନ କାଳରେ ବହୁ ବିଶାଳ ଆଧାରଶିଳା ପ୍ରକଳ୍ପ ଆରମ୍ଭ କରିଥିଲେ, ଯାହା ଭିତରୁ ଏହା ଗୋଟିଏ।

ସରକାରୀ ମୁଖପାତ୍ର ଓ ମନ୍ତ୍ରୀ ବାନ୍ଦୁଲା ଗୁଣବର୍ଦ୍ଧନେ କହିଛନ୍ତି, ଶ୍ରୀଲଙ୍କାର ମନ୍ତ୍ରୀମଣ୍ଡଳ ୯ ଜାନୁଆରୀରେ ସମ୍ଭାବିତ ପକ୍ଷକାରଙ୍କ ଭିତରେ ରୁଚି ପତ୍ର ଆମନ୍ତ୍ରିତ କରିବାର ମଞ୍ଜୁରୀ ଦେଇଥିଲେ। ଏହାପରେ ୫ଟି ପ୍ରସ୍ତାବ ମିଳିଛି। କ୍ୟାବିନେଟ୍‌ ପକ୍ଷରୁ ନିଯୁକ୍ତି ପରାମର୍ଶଦାତାଙ୍କ କମିଟି ଭାରତର ଶୌର୍ଯ୍ୟ ଏରୋନେଟିକ୍ସ(ପ୍ରାଇଭେଟ୍) ଲିମିଟେଡ୍ ଓ ଋଷର ଏୟାରପୋର୍ଟ ଅଫ୍ ରିଜନ୍ସ ମ୍ୟାନେଜମେଣ୍ଟ କମ୍ପାନୀକୁ ୩୦ ବର୍ଷ ପାଇଁ ପରିଚାଳନା କରିବାର ନିଷ୍ପତ୍ତି ନିଆଯାଇଛି। ଗୁଣବର୍ଦ୍ଧନେ କହିଛନ୍ତି, ମନ୍ତ୍ରୀମଣ୍ଡଳ ନାଗରିକ ବିମାନସେବା ଓ ବିମାନବନ୍ଦର ସେବା ମନ୍ତ୍ରୀଙ୍କ ପକ୍ଷରୁ ଆଗତ କରାଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। 

ଏହି ପ୍ରୋଜେକ୍ଟ ପାଇଁ ଚୀନ୍ ଉଚ୍ଚ ସୁଧ ହାର ଉପରେ କମର୍ସିଆଲ ଲୋନ୍ ଦେଇଛି।  ପ୍ରକଳ୍ପ ଉପରେ ୨୦.୯ କୋଟି ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି, ଯେଉଁଥିରେ ୧୯ କୋଟି ଡଲାର ଚୀନ୍‌ର  ଏକଜିମ୍ ବ୍ୟାଙ୍କ ଉଚ୍ଚ ସୁଧହାରରେ ଯୋଗାଇ ଥିଲା। ଶ୍ରୀଲଙ୍କା ସରକାର ୨୦୧୬ ରୁ ଏହି ବିମାନ ବନ୍ଦର ପରିଚାଳନା ପାଇଁ ବାଣିଜ୍ୟିକ ସହଯୋଗୀ ଖୋଜୁଥିଲା, କାରଣ ଏହାଦ୍ବାରା ତାକୁ ବହୁ କ୍ଷତି ହେଉଥିଲା। ଯାତ୍ରୀଙ୍କ ସଂଖ୍ୟା କମ୍ ହେବା କାରଣରୁ ଉଡାଣ ସଂଖ୍ୟା କମ ହୋଇଯାଇଥିଲା। ଏହାଛଡା ଏୟାରପୋର୍ଟର ପରିବେଶ ଖୁବ୍ ସମ୍ବେଦନଶୀଳ ଥିଲା। ଲଗାତାର କ୍ଷତିରେ ରହିବା କାରଣରୁ ବିମାନବନ୍ଦର ନିର୍ମାଣ ଉପରେ ପ୍ରଶ୍ନ ଉଠୁଥିଲା। ଏହାକୁ ତିଆରି କରି ଶ୍ରୀଲଙ୍କାକୁ ଚୀନ୍ ଋଣ ବୋଝ ତଳେ ଫଶାଇ ରଖିଥିଲା। ଏବେ ଦେଖିବାର ଅଛି ଭାରତ ଓ ଋଷ କମ୍ପାନୀକୁ ମ୍ୟାନେଜମେଣ୍ଟର ଦାୟିତ୍ବ ମିଳିବା ପରେ କ’ଣ ପରିବର୍ତ୍ତନ ସୃଷ୍ଟି ହେଉଛି ? 

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.