ପ୍ରମୂଖ ଖବର
  • ଆହୁରି ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇପାରେ ମୌସୁମୀ, ଅନୁକୂଳ ରହିଛି ପାଗ
  • ||
  • ବଲାଙ୍ଗୀର; କନେଷ୍ଟବଲଙ୍କ ହତ୍ୟା ଘଟଣାର ପର୍ଦାଫାର୍ସ, ରତ୍ନପଥର ପାଇଁ କରାଯାଇଥିଲା ହତ୍ୟା, ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜ୍ୟରେ ବଡ ଧରଣର ସିବିଆଇ ରେଡ୍, ୬୭ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ମାଲକାନଗିରି ଜିଲ୍ଲା : ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ମତଦାନ ହାର ଅଧିକ

ମାଲକାନଗିରି,୧୬।୫(ଆପ୍ର): ଚଳିତ ନିର୍ବାଚନ ରେ ମାଲକାନଗିରି ଜିଲ୍ଲା ରେ ପୁରୁଷ ମତଦାନ ଅପେକ୍ଷା ମହିଳା ମତଦାନ ହାର ଅଧିକ ଦେଖାଦେଇଛି। ବିଶେଷ କରି  ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟି ରେ  ଅଧିକ ସଂଖ୍ୟକ ମହିଳା ମାନେ ଧାଡିରେ ଠିଆ ହୋଇ ଭୋଟ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ମତଦାନ ହାର ୭୬ପ୍ରତିଶତ ଥିବା ବେଳେ ୧୪୭ମାଲକାନଗିରି ନିର୍ବାଚନ ମଣ୍ଡଳୀ ରେ ୭୬.୨୬ପ୍ରତିଶତ ଓ ୧୪୭ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୭୫.୮୨ ପ୍ରତିଶତ ମତଦାନ ହୋଇଛି।

ଗତ ୧୩ ତାରିଖ ଦିନ ମାଲକାନଗିରି ଜିଲ୍ଲାର ୧୪୬ ମାଲକାନଗିରି ନିର୍ବାଚନମଣ୍ଡଳୀ ଓ ୧୪୭ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛିା ଦୁଇଟି   ନିର୍ବାଚନମଣ୍ଡଳୀ ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟଳୟ ସୂତ୍ରରୁ   ଜଣାପଡିଛିା 

ମାଲକାନଗିରି ଜିଲ୍ଲା ରେ ମୋଟ ଭୋଟର ସଂଖ୍ୟା ୪ଲକ୍ଷ ୫୨ହଜାର ୫୪୪ ଜଣ ଥିବା ବେଳେ ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୨୧୯୪୨୬ଜଣ ମହିଳାଙ୍କ ସଂଖ୍ୟା ୨୩୩୦୭୨ ଜଣ ଓ ତୃତୀୟା ଲିଙ୍ଗ  ୪୬ଜଣ ଅଛନ୍ତି ।  ଚଳିତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ  ମୋଟ ୧୬୭୫୦୭ଜଣ ପୁରୁଷ ଭୋଟର ମତଦାନ କରିଥିବାବେଳେ  ୧୭୬୮୮୭ଜଣ ମହିଳା ଭୋଟର ମତଦାନ କରିଛନ୍ତି ଓ ୨୬ ଜଣ ତୃତୀୟ ଲିଙ୍ଗ  ଭୋଟର ମତଦାନ କରିଛନ୍ତିା ପୁରୁଷ ଙ୍କ ଠାରୁ ଅଧିକ ୯୩୮୦ ଜଣ ମହିଳା ଭୋଟର ମତଦାନ କରିଥିବାର ଜଣାପଡିଛି। ଏଥିରୁ ଜଣାପଡୁଛି ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଞ୍ଚଳର ମହିଳା ମାନେ କେଉଁଗୁଣ ରେ କମ ନୁହଁନ୍ତି, ସେମାନେ ନିର୍ବାଚନ ରେ ମୂଖ୍ୟ ଭୂମିକା ନିର୍ବାହ କରି ଗଣ ତନ୍ତ୍ର ର ମହାପର୍ବ ରେ ସାମିଲ ହୋଇ ନିଜର ମୂଲ୍ୟବାନ ଭୋଟ ଦାନ କରିଛନ୍ତି। ବିଶେଷ କରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟି ରେ ପୁରୁଷ ଅପେକ୍ଷା ମହିଳା ମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି।

 ୧୪୬ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ମୋଟ ୨୪୬୯୯୮ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ   ୧୨୧୦୯୦ ଜଣ ପୁରୁଷ ଭୋଟର ଙ୍କ ମଧ୍ୟରୁ ୯୨୧୨୮ଜଣ ପୁରୁଷ ଭୋଟର ମତଦାନ କରିଥିଲୋ ସେହିପରି ମହିଳା ଭୋଟର ସଂଖ୍ୟା ମୋଟ ୧୨୫୮୭୫ ଜଣ ଥିବା ବେଳେ ସେଥିମଧ୍ୟରୁ ୯୬୪୩୨ ଜଣ ମହିଳା ଭୋଟର ମତଦାନ କରିଥିଲେ ଏବଂ ତୃତୀୟ ଲିଙ୍ଗ ୩୩ ଜଣ ଥିବା ବେଳେ ସେଥିମଧ୍ୟରୁ ୧୭ ଜଣ ତୃତୀୟ ଲିଙ୍ଗ ମତଦାନ କରିଥିଲୋ 

ଅନୁରୂପ ୧୪୭ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨୦୫୫୪୬ ଜଣ ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ୯୮୩୩୬ ଜଣଙ୍କ ମଧ୍ୟରୁ ୭୫୩୭୯ ଜଣ ପୁରୁଷ ଭୋଟର ମତଦାନ କରିଥିଲୋ ସେହିପରି ମହିଳା ଭୋଟର ସଂଖ୍ୟା ମୋଟ ୧୦୭୧୯୭ଥିବା ବେଳେ ସେଥିମଧ୍ୟରୁ ୮୦୪୫୫ ଜଣ ମହିଳା ଭୋଟର ନିଜର ମତଦାନ କରିଛନ୍ତି ।ତୃତୀୟ ଲିଙ୍ଗ ୨୬ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୯ ଜଣ ମତଦାନ କରିଥିବାର ଜଣାପଡିଛି। ଚଳିତ ନିର୍ବାଚନ ରେ ମାଲକାନଗିରି ଜିଲ୍ଲାରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମତଦାନ ହାର ମଧ୍ୟ ଅଧିକ ଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.