୩ ସପ୍ତାହରେ ୧୦ ପାକିସ୍ତାନୀ କମାଣ୍ଡୋ ନିହତ କରିଛି ଭାରତୀୟ ସେନା

ନୂଆଦିଲ୍ଲୀ ୨୯/୮ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସୀମାରେ ଉତ୍ତେଜନା ଲାଗି ରହିଛି । ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ରାଜ୍ୟରେ ହିଂସାକାଣ୍ଡ ଘଟାଇବାକୁ ପାକିସ୍ତାନ ଲଗାତାର ଭାବେ ପ୍ରୟାସ ଜାରି ରଖିଥିଲା ବେଳେ ଭାରତୀୟ ଯବାନ ପାକିସ୍ତାନର ସମସ୍ତ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି । ଏପରିକି ସୀମାରେ ପାକିସ୍ତାନୀ ସେନା ପ୍ରବଳ ଗୁଳିଗୋଳା ବର୍ଷଣ କରୁଛି । ଭାରତୀୟ ଯବାନମାନେ ତାହାର ମୁହଁତୋଡ ଜବାବ ଦେଉଛନ୍ତି ।

ଗତ ୩ ସପ୍ତାହ ଭିତରେ ଭାରତୀୟ ସେନା ୧୦ ପାକିସ୍ତାନୀ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ନିପାତ କରିସାରିଲେଣି । ଭାରତରେ ଅନୁପ୍ରବେଶ କରାଇବାକୁ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ୧୦୦ ଏସ୍‌ଏସଜି କମାଣ୍ଡୋଙ୍କୁ ମୁତୟନ କରିଛି । ତା ସହିତ ସୀମାରେ ନିୟୋଜିତ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବା ଲାଗି ବାଟ୍‌ ଟିମ୍‌କୁ ପ୍ରସ୍ତୁତ କରି ସୁଯୋଗ ଅପେକ୍ଷାରେ ଅଛି । ଅନ୍ୟପକ୍ଷରେ ପାକିସ୍ତାନର ସବୁ ହରକତର ଜବାବ ଦେବାକୁ ସେନା ପ୍ରସ୍ତୁତ ରହିଛି ।

   ସମ୍ବନ୍ଧିତ ଖବର


ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର