ଦୁର୍ଗା ପ୍ରତିମା ବିସର୍ଜ୍ଜନ ବେଳେ ଅଘଟଣ: ନଦୀରେ ବୁଡ଼ିଗଲେ ୧୦ ଜଣ, ଅନେକ ନିଖୋଜ

ଧୋଲପୁର ୯।୧୦: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ମଙ୍ଗଳବାର ରାତିରେ ଦୁର୍ଗା ପ୍ରତିମା ବିସର୍ଜ୍ଜନ ବେଳେ ଏକ ଅଘଟଣ ଘଟିଛି। ପାର୍ବତୀ ନଦୀରେ ପ୍ରାୟ ୧୦ ଜଣ ଲୋକ ବୁଡ଼ିଯାଇଥିବାବେଳେ ଏ ପର୍ଯ୍ୟନ୍ତ ପାଣିରୁ ସାତ ଜଣଙ୍କର ଶବ ଉଦ୍ଧାର କରାଯାଇଛି। ଅନ୍ୟ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି।

ଧୋଲପୁର ଜିଲ୍ଲାପାଳ ରାକେଶ ଜୈସ୍ୱାଲ୍‌ କହିଛନ୍ତି, ନଦୀରେ ୧୦ ଜଣ ବୁଡ଼ି ଯାଇଛନ୍ତି। ଆମେ ସାତ ଜଣଙ୍କ ଶବ ଉଦ୍ଧାର କରିଛୁ। ରାତ୍ରୀ ଯୋଗୁଁ ତଲାସ ଅଭିଯାନ ଅଟକି ଯାଇଛି। ବୁଧବାର ସକାଳେ ପୁଣି ତଲାସ କାର୍ଯ୍ୟ ଜାରି ରହିଛି। ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏକ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ।

ଜଣେ ପୁଲିସ କର୍ମଚାରୀ କୃଦୁଳ କଝାବାଙ୍କ କହିବେନୁସାରେ, ମୂର୍ତ୍ତି ବିସର୍ଜ୍ଜନ ସମୟରେ ଗାଧୋଇବାକୁ ଜଣେ ବାଳକ ନଦୀକୁ ଡେଇଁ ପଡ଼ିଲା। ତାକୁ ଉଦ୍ଧାର କରିବାକୁ ଅନ୍ୟମାନେ ବି ଡେଇଁ ପଡ଼ିଲେ, ଫଳରେ ଏକାସାଙ୍ଗରେ ସମସ୍ତେ ବୁଡ଼ି ଯାଇଥିଲେ। ଏଭଳି ଭାବେ ମୋଟ ୧୦ ଜଣ ଯୁବକ ନଦୀରେ ବୁଡ଼ିଯାଇଥିଲେ। ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବୁଡ଼ାଳି ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ଡକାଇଛନ୍ତି। ତେବେ ପୋଷ୍ଟମର୍ଟମ ପରେ ଶବକୁ ପରିଜନ ଲୋକଙ୍କୁ ଦେଇଦିଆଯିବ।

   ସମ୍ବନ୍ଧିତ ଖବର


ଜିୟା ଭରାଲି ନଦୀରେ ବୁଡିଲା ଡଙ୍ଗା, ଥିଲେ ୭୦ରୁ ୮୦ ଯାତ୍ରୀ

ଭାରତରେ ବ୍ୟାପିବାରେ ଲାଗିଛି ୯୯୬ ୱର୍କ କଲ୍ଚର, ପ୍ରଭାବିତ ହେଉଛି ବ୍ୟକ୍ତିଗତ ଜୀବନ

ରାମ ମନ୍ଦିର ମାମଲା : ମଧ୍ୟସ୍ଥତା ପ୍ୟାନେଲର ସମାଧାନ ରାସ୍ତାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ହେବ ବିଜୟ

ପୁଣି ପାକିସ୍ତାନର ନୀଚ କାର୍ଯ୍ୟ : ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଏଫ୍-୧୬ ଦ୍ବାରା ଘଣ୍ଟେ ପର୍ଯ୍ୟନ୍ତ ଘେରିକି ରଖିଥିଲା