୧୩୦ କୋଟି ଲୋକଙ୍କ ସୁରକ୍ଷା ପାଇଁ ଦେଶରେ କାର୍ଯ୍ୟରତ ଅଛନ୍ତି ୧.୨ କୋଟି କରୋନା ଯୋଦ୍ଧା

ନୂଆଦିଲ୍ଲୀ ୨୮/୪: କରୋନା କବଳରୁ ଦେଶର ୧୩୦ କୋଟି ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ୧.୨ କୋଟି ଲୋକ କାର୍ଯ୍ୟରତ । ଏହି କରୋନା ଯୋଦ୍ଧାମାନେ ମୋଟ ୧୮ଟି ଭିନ୍ନ ଭିନ୍ନ ବିଭାଗରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲ୍ୟାବ କର୍ମୀ, ଆଶା, ଅଙ୍ଗନବାଡି, ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଏବଂ ଅନ୍ୟ କେତେକ ସ୍ୱାସ୍ଥ୍ୟକର୍ମୀ ଅନ୍ତର୍ଭୁକ୍ତ । ଏହି ୧.୨ କୋଟି କରୋନା ଯୋଦ୍ଧାଙ୍କ ମଧ୍ୟରେ ୪୨.୭ ଲକ୍ଷ ଅର୍ଥାତ୍‌ ୩୪ ପ୍ରତିଶତ କେବଳ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍‌ କର୍ମୀ ଅଛନ୍ତି । ଏମାନେ ରୋଗୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସୁଥିବାରୁ ଏମାନଙ୍କ ନିକଟରେ କରୋନା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି ।

ଅନ୍ୟମାନଙ୍କ ମଧ୍ୟରେ ୨.୧ ଲକ୍ଷ ଡେଣ୍ଟିଷ୍ଟ, ୩୦ ଲକ୍ଷ ଏନ୍‌ସିସି ଓ ଏନ୍‌ଏସ୍‌ଏସ୍‌ କର୍ମୀ, ୩୫.୫ ଲକ୍ଷ ଅଙ୍ଗନବାଡି ଏବଂ ଆଶାକର୍ମୀ ଏବଂ ୮.୩ ଲକ୍ଷ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ରାଜ୍ୟ ଅନୁଯାୟୀ ବିଶ୍ଳେଷଣ କଲେ ଜଣାଯାଏ କରୋନା ରୋଗୀଙ୍କ ସେବା କରୁଥିବା ୫୦ ପ୍ରତିଶତ ଡାକ୍ତର ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରେ ରହିଛନ୍ତି । ନର୍ସମାନଙ୍କର ୪୨ ପ୍ରତିଶତ ଏବଂ ଲ୍ୟାବ ଭଲ୍ୟୁଣ୍ଟିୟରଙ୍କର ୫୫ ପ୍ରତିଶତ ମଧ୍ୟ ଏହି ରାଜ୍ୟମାନଙ୍କରେ ରହିଛନ୍ତି ।

   ସମ୍ବନ୍ଧିତ ଖବର


ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର