ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ନୂଆଦିଲ୍ଲୀ,୧୧।୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ସାରା ଦେଶକୁ ସ୍ତବ୍ଧ ଦେଇଥିଲା। ଏହି ଘଟଣାପରେ ମହିଳାଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିଲା ବଡଧରଣର ପ୍ରଶ୍ନବାଚୀ। ବେଙ୍ଗାଲୁରର ୧.୩ ଲକ୍ଷ ଲୋକ ‘ସୁରକ୍ଷା ଆପ୍’ ଡାଉନଲୋଡ୍ କରିଛନ୍ତି। ବେଙ୍ଗାଲୁରର ଡେପୁଟି କମିଶନର କୁଲଦୀପ ଜୈନ କହିଛନ୍ତି, ଗତ ସପ୍ତାହରେ ହାଇଦ୍ରାବାଦରେ ହୋଇଥିବା ଗଣଦୁଷ୍କର୍ମ ପରେ ପ୍ରଥମ ଥର ପାଇଁ ୧ ସପ୍ତାହ ଭିତରେ ବହୁ ସଂଖ୍ୟାରେ ଲୋକମାନେ ଏହି ଆପକୁ ଡାଉନଲୋଡ୍ କରିଛନ୍ତି।

ଏହି ଆପ୍ ୨୦୧୭ରେ ଲଞ୍ଚ କରାଯାଇଥିଲା ଓ ଏ ପର୍ଯ୍ୟନ୍ତ ୨.୮ ଲକ୍ଷ ଲୋକ ଏହାକୁ ଡାଉନଲୋଡ୍ କରି ସାରିଛନ୍ତି। ପୋଲିସର କହିବା ଅନୁସାରେ, ଏହି ଆପ୍ ଉପରେ ମାତ୍ର ୭ ସେକେଣ୍ଡର ରେସପନ୍ସ ମିଳିଥାଏ। ସହରର ସମସ୍ତ ପୋଲିସ ଷ୍ଟେସନରେ ଦୁଇଟି ପାଟ୍ରୋଲିଂ ଭେଇକିଲ ମୁତୟନ କରାଯାଇଛି, ଯାହାକି ଆପ ଉପରେ ଆସିଥିବା ଏମର୍ଜନ୍ସିଂ କଲ୍ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।

‘ସୁରକ୍ଷା ଆପ୍’କୁ ପୁରୁଷ ଓ ମହିଳା ଉଭୟ ବ୍ୟବହାର କରିପାରିବେ। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହାକୁ ଅଧିବ ବ୍ୟବହାର କରୁଛନ୍ତି। ଲଞ୍ଚିଂ ସମୟରେ ଏତେ ଭଲ ରେସପନ୍ସ ମିଳିନଥିଲା, କିନ୍ତୁ ଏବେ ଏହାର ଡାଉନଲୋଡ୍ ବଢିବାରେ ଲାଗିଛି।  ମିଳିଥିବା ରିପୋର୍ଟ ଅନୁସାରେ, ଗୁଗୁଲ ପ୍ଲେ ଷ୍ଟୋରରେ ମହିଳାଙ୍କ ସୁରକ୍ଷା ପାଇଁ ୨୦୦ରୁ ଅଧିକ ଆପ୍ଲିକେସନ୍ ରହିଛି କିନ୍ତୁ ମାତ୍ର ୨୦% ହିଁ କାମ କରିଥାଏ।

ସୁରକ୍ଷା ଦୃଷ୍ଟିରୁ ମଧ୍ୟପ୍ରଦେଶର ୧ ଲକ୍ଷରୁ ଅଧିକ ଲୋକ ‘ଏମପିଇକପ୍’ ଆପ ବ୍ୟବହାର କରୁଛନ୍ତି। ସେଭଳି ରାଜସ୍ଥାନର ୧ ଲକ୍ଷ ଲୋକ ‘ରାଜକପ୍ ଆପ୍’ ନିଜର ମୋବାଇଲରେ ଇନଷ୍ଟଲ କରିଛନ୍ତି। ରେପ୍ କ୍ୟାପିଟାଲ ବୋଲି କୁହାଯାଉଥିବା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦୁଇଟି ଆପ୍ ଅଧିକ ଚାଲିଛି। ଗୋଟିଏ ହେଲା ‘ହିମତ ପ୍ଲସ’ ଓ ‘ତତ୍ପର’।  ସେଭଳି ଦେଶର ସବୁଠାରୁ ଅଧିକ ଅପରାଧ ହେଉଥିବା ଉତ୍ତର ପ୍ରଦେଶରେ ୧୦ରୁ ୧୨ଟି ଆପ୍ ଆରମ୍ଭ ହୋଇଥିଲେ ମଧ୍ୟ ଏ​‌ବେ ସେ ସବୁ ବନ୍ଦ ହୋଇ ରହିଛି। ତେ​‌ବେ ମହିଳାଙ୍କ ପାଇଁ ହେଲପଲାଇନ୍ ନମ୍ବର ୧୦୯୦ ଆକ୍ଟିଭ ରହିଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା