PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୨୦୧୫ରୁ ୨୦୧୯ ମଧ୍ୟରେ ଦେଶରେ ହୋଇଛି ୧.୭୧ ଲକ୍ଷ ଦୁଷ୍କର୍ମ ମାମଲା

ପ୍ରତିକାତ୍ମକ ଚିତ୍ର

ନୂଆଦିଲ୍ଲୀ: ଭାରତରେ ମହିଳା କେତେ ସୁରକ୍ଷିତ? ଏପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଆସୁଛି। ହେଲେ ନାରୀ ନିର୍ଯାତନା ସମ୍ପର୍କିତ ସରକାରୀ ତଥ୍ୟ ଦେଖିଲେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ମିଳିଯିବ। ୨୦୧୫ରୁ ୨୦୧୯ ମଧ୍ୟରେ ଦେଶରେ ସରକାରୀ ଭାବେ ୧.୭୧ ଲକ୍ଷ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳିଥିବା ବେଳେ ତା ପଛକୁ ରାଜସ୍ଥାନ ରହିଛି। ବୁଧବାର ସଂସଦରେ ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସଭାରେ ଏସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଲିଖିତ ଭାବେ ଦେଇଥିଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର।

ମନ୍ତ୍ରୀ କହିଥିଲେ ଯେ ୧୦୧୫-୧୦୧୯ ମଧ୍ୟରେ ମଧ୍ୟପ୍ରଦେଶରେ ୨୨,୭୫୩ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ସେହିପରି ରାଜସ୍ଥାନରେ ଉକ୍ତ ସମୟ ଅବଧି ମଧ୍ୟରେ ୨୦,୯୩୭ ମାମଲା ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୧୯,୦୯୮, ଏବଂ ମହାରାଷ୍ଟ୍ରରେ ୧୪,୭୦୭ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳା ସୁରକ୍ଷିତ ନାହାଁନ୍ତି। ଏଠାରେ ମଧ୍ୟ ଏହି ୧୫-୧୯ ମଧ୍ୟରେ ୮.୦୫୧ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି।

୨୦୧୫ରେ ମୋଟ ୩୪,୬୫୧ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୬ରେ ୩୮,୯୪୭ ମାମଲା, ୨୦୧୭ରେ ୩୨,୫୫୯ ମାମଲା, ୨୦୧୮ରେ ୩୩,୩୫୭ ମାମଲା, ଏବଂ ୨୦୧୯ରେ ୩୨,୦୩୩ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ତେବେ ପ୍ରଶ୍ନ ଉଠୁଛି ସରକାରୀ ତଥ୍ୟ ଅନୁସାରେ ୫ ବର୍ଷ ମଧ୍ୟରେ ଯଦି ଦେଶରେ ୧.୭୧ ଲକ୍ଷ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି ତେବେ ବେସରକାରୀ ଏହି ମାମଲା କେତେ ହେବ ଅନୁମାନ କରନ୍ତୁ।

ସମ୍ବନ୍ଧିତ ଖବର