PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ଼ : କୋଭିଡ୍ କଟକଣାରେ ହେବ ଧବଳେଶ୍ୱରଙ୍କର ଜାଗର ଯାତ୍ରା, ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ନେଇ ନିଷ୍ପତ୍ତି ନିଆଯିବ , ଆଠଗଡ଼ ଉପ ଜିଲ୍ଲାପାଳ ଅଜାମ୍ୱର ମହାନ୍ତିଙ୍କ ସୂଚନା
  • ||
  • ନୀଳଗିରି : ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗରେ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ, ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବାକୁ ଛାତ୍ରଛାତ୍ରୀଙ୍କ ଚେତାବନୀ
  • ||
  • ଅନୁଗୁଳ : ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ୧୯ ତାରିଖରୁ ନିଖୋଜ ଥିଲେ ସୁଶାନ୍ତ ରାଉଳ
  • ||
  • ସମ୍ବଲପୁର: ଭାଲୁପାଲିରେ ଅଜଣା ଗାଡି ଧକ୍କାରେ ମହିଳା ମୃତ୍ୟୁ, ମିଳିନି ପରିଚୟ
  • ||
  • ଅନୁଗୁଳ: ନିଖୋଜ ବ୍ୟକ୍ତିଙ୍କ ଅର୍ଦ୍ଧ୍ବଦଗ୍ଧ ମୃତଦେହ ଉଦ୍ଧାର, ଆମ୍ବତୋଟାରୁ ମିଳିଲା ଗଳିତ ମୃତଦେହ, ଗତ ୧୯ତାରିଖରୁ ନିଖୋଜ ଥିଲେ
  • ||
  • ଭୁବନେଶ୍ଵର : ୧୦ ଜଣ ସଚିବଙ୍କୁ ମିଳିଲା ୧୦ ଜିଲ୍ଲା ଦାୟିତ୍ଵ, ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର କରିବେ ତଦାରଖ
  • ||
  • କୋରାପୁଟ: ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କଲା ପଟ୍ଟାଙ୍ଗି ପୋଲିସ, ୩ ଅଟକ
  • ||
  • ତିହିଡି: ନନ୍ଦପୁରବଜାରଠାରୁ ୨୩ ଲଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୁଲିସ
  • ||
  • ମାଲକାନଗିରି: ଘର ମାଲିକଙ୍କୁ ମିଠାରେ ନିଶାଦେଇ ଲୁଟିଲେ ଭଡାଟିଆ ଯୁବକ, ୩୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ମାରିଲେ ଛୁ…
  • ||
  • କୋରାପୁଟ : ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ , ସୁଙ୍କି ଆଉଟ୍‌ ପୋଷ୍ଟ ନିକଟରୁ ଜବତ କଲା ପଟାଙ୍ଗି ପୁଲିସ୍‌
  • ||
  • ଦେଓଗାଁ ଥାନା ଅନ୍ତର୍ଗତ କଛାରପାଲି ନିକଟରେ ରାସ୍ତା କଡ଼କୁ ଓଲଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
  • ||
  • ମୟୁରଭଞ୍ଜ : ଶିଶୁ ଶ୍ରମିକ ଚାଲାଣ ବେଳେ ପୋଲିସର ଚଢାଉ, ଉଦଳା ବସଷ୍ଟାଣ୍ଡ ନିକଟରୁ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଉଦଳା ପୋଲିସ, ୨ ମହିଳା ଦଲାଲ ଅଟକ
  • ||
  • ସମ୍ୱଲପୁର ଭିସୁଟ୍‌ରେ ୨୫ କୋଭିଡ୍‌ ପଜିଟିଭ୍‌ ପ୍ରସଙ୍ଗ -ଆଣ୍ଟିଜେନ୍‌ କିଟ୍‌ ଖରାପରୁ ରିପୋର୍ଟ ପଜିଟିଭ ଆସିଥିଲା , ଏନେଇ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା
  • ||
  • କୋହଲି ହାସଲ କଲେ ଖାସ୍‌ ସଫଳତା , ରୋନାଲ୍ଡୋଙ୍କର କ୍ଲବ୍‌ରେ ହେଲେ ସାମିଲ୍, ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କ ଫଲୋୟରଙ୍କ ସଂଖ୍ୟା ୧୦୦ ମିଲିୟନରେ ପହଞ୍ଚିଲା
  • ||
  • ସମ୍ବଲପୁର: ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପଶିଲା କରୋନା , ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ସ୍କୁଲ ବନ୍ଦ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଦେଉଳି ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଖଣିରେ ଚଢ଼ାଉ, ୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ
  • ||
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

କୃମିନାଶ ଅଭିଯାନ: ଏକ କୋଟି ୩୦ ଲକ୍ଷ ପିଲାଙ୍କୁ ଔଷଧ

ଭୁବନେଶ୍ୱର,୬ ।୨(ବ୍ୟୁରୋ): ପିଲାଙ୍କ ପେଟରେ ହେଉଥିବା କୃମିର ବିନାଶ ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ଅଭିଯାନ । ଆସନ୍ତା ୮ରେ ସବୁ ପିଲାଙ୍କୁ ମାଗଣାରେ ସରକାର କୃମିନାଶକ ଔଷଧ ଦେବେ । ୧ ବର୍ଷରୁ ୧୯ ବର୍ଷ ବୟସର ସବୁ ପିଲା ଏହି ଔଷଧ ଖାଇ ପାରିବେ । ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଏହା ଖାଇବାକୁ ଦିଆଯିବ । ଯେଉଁ ପିଲାମାନେ ଅସୁସ୍ଥତା ବଶତଃ କିମ୍ବା ଅନ୍ୟ କୌଣସି କାରଣରୁ ଅନୁପସ୍ଥିତ ଥିବେ, ସେମାନଙ୍କୁ ଆସନ୍ତା ୧୪ ତାରିଖରେ ଦିଆଯିବ । ଭୟଭୀତ ନହୋଇ ପିଲାମାନେ ଏହି ଔଷଧ ଖାଇବା ଦରକାର ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ଲିଙ୍ଗରାଜ ମିଶ୍ର କହିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ୟୁନିସେଫ୍‌ ପକ୍ଷରୁ ମିଳିତ ଭାବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ମିଶ୍ର କହିଛନ୍ତି, ୧ ବର୍ଷରୁ ୧୯ ବର୍ଷ ବୟସର ପିଲାଙ୍କୁ କୃମି ଔଷଧ ଦିଆଯିବାକୁ ଥିବାବେଳେ ୯ ମାସରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଭିଟାମିନ୍‌ ଦ୍ରବଣ ଦିଆଯିବ । କୃମିନାଶକ ଔଷଧ ଖାଇବା ଦ୍ୱାରା ପିଲାମାନେ ଏହି ପରଜୀବି ସଂକ୍ରମଣ ଦ୍ୱାରା ହେଉଥିବା ରକ୍ତହୀନତା, ପୁଷ୍ଟିହୀନତା, ମାନସିକ ଓ ବୌଦ୍ଧିକ ବିକାଶ ବାଧାରୁ ରକ୍ଷା ପାଇପାରିବେ ।
ଏହି ଅଭିଯାନରେ ସରକାର ୧ରୁ ୧୯ ବର୍ଷ ବୟସର ୧ କୋଟି ୩୦ ଲକ୍ଷ ପିଲାଙ୍କୁ ବଟିକା ଖାଇବାକୁ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ସହଯୋଗରେ ଅଭିଯାନ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ବିପିନ୍‌ ବିହାରୀ ପାଣିଗ୍ରାହୀ କହିଛନ୍ତି । ତେବେ ଅନୁଗୁଳ, ଭଦ୍ରକ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ୨ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫାଇଲେରିଆ ବଟିକା ସହିତ କୃମି ଔଷଧ ଦିଆଯାଉଥିବାରୁ ଏ ଜିଲ୍ଲାଗୁଡ଼ିକରେ ବଟିକା କେବଳ ୧ ରୁ ୨ ବର୍ଷ ବୟସର ପିଲାଙ୍କୁ ଦିଆଯିବ । ଚଳିତ ମାସରେ ସମସ୍ତ ଜିଲ୍ଲାରେ ୯ ମାସରୁ ୫ ବର୍ଷ ବୟସର ପିଲାଙ୍କୁ ଟୀକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଭିଟାମିନ୍‌ ‘କ’ ଦ୍ରବଣ ଖାଇବାକୁ ଦିଆଯିବ । ସ୍କୁଲ ଶିକ୍ଷକ, ମହିଳା ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ସ୍କୁଲ ଯାଉନଥିବା ଶିଶୁଙ୍କୁ ଅଙ୍ଗନବାଡ଼ି କର୍ମୀ ଓ ଦମନ ସ୍ୱେଚ୍ଛାସେବୀମାନେ ଘରକୁ ଯାଇ ବଟିକା ଖାଇବାକୁ ଦେବେ । ଏଥିରେ ଆଶାକର୍ମୀମାନେ ସହାୟତା କରିବେ ବୋଲି ଡା.ପାଣିଗ୍ରାହୀ କହିଛନ୍ତି ।
ୟୁନିସେଫ୍‌ର କମ୍ୟୁନିକେଶନ ସ୍ପେସିଆଲିଷ୍ଟ ଅଳକା ଗୁପ୍ତା କହିଲେ, ଲୋକେ କେମିତି ସଚେତନ ହୋଇ କୃମି ଔଷଧ ଖାଇବେ, ସେଥିପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରଚାର ବାର୍ତ୍ତା ପ୍ରସ୍ତୁତ କରାଯାଇଛି ।