୧ ଫେବ୍ରୁଆରୀରେ ଉପସ୍ଥାପିତ ହେବ ବଜେଟ୍ – ପୁଣି ଲାଗୁ ହେବ କୋଭିଡ ପ୍ରୋଟୋକଲ

ନୂଆଦିଲ୍ଲୀ – ସଂସଦର ବଜେଟ ଅଧିବେଶନରେ ପୁଣି କୋଭିଡ ପ୍ରୋଟୋକଲ ଲାଗୁ ହେବ । ରାଜ୍ୟସଭାରେ ପ୍ରୋସିଡିଂ ସକାଳ ୯ଟାରେ ଓ ଲୋକସଭାର ପ୍ରୋସିଡିଂ ସନ୍ଧ୍ୟା ୪ଟାରେ ଆରମ୍ଭ ହେବ । ନୂଆ ପ୍ରୋଟୋକଲ ୨ ଫେବ୍ରୁଆରୀରୁ ଲାଗୁ ହେବ । ୩୧ ଜାନୁଆରୀରେ ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପସ୍ଥାପିତ ହେବ ଏବଂ ୧ଫେବ୍ରୁଆରୀରେ ବଜେଟ ଆଗତ ହେବ ।
ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ରବିବାର କହିଛି କି , ବଜେଟ୍ ଅଧିବେଶନର ପୂର୍ବରୁ , ଗୃହରେ ଏବେସୁଦ୍ଧା ମୋଟ ୮୭୫ଷ୍ଟାଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି କି ୨୦ ଜାନୁଆରୀ ଯାଏ ୨,୮୪୭ଟି ପରୀକ୍ଷଣ କରାଯାଇଛି , ଯେଉଁଥିରୁ ୮୭୫ସଂସଦୀୟ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଛନ୍ତି ।
ଏଥିରେ ରାଜ୍ୟସଭା ସଚିବାଳୟ ଦ୍ୱାରା ମୋଟ ୯୧୫ଟି ଟେଷ୍ଟ କରାଯାଇଛି , ଯେଉଁଥିରେ ୨୭୧ ଜଣ ଲୋକ କରୋନା ଭାଇରସ ସଂକ୍ରମଣରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।