PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଗୁରୁବାର ଭୋଟ୍‌ ଦେବେ ୧ ଲକ୍ଷ ଦିବ୍ୟାଙ୍ଗ

source;/www.ndtv.com

ଭୁବନେଶ୍ୱର,୯ା୪(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ରାଜ୍ୟର ୧ ଲକ୍ଷରୁ ଅଧିକ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇଛି । ସୁବିଧାରେ ମତଦାନ ପାଇଁ ପୁଲିଂ ବୁଥ୍‌ରେ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଆଜି ଏହି ସୂଚନା ଦେଇଛନ୍ତି । ସିଇଓ କହିଛନ୍ତି, ଏପ୍ରିଲ ୧୧ରେ ୪ଟି ଲୋକସଭା ଆସନ ଓ ସେଗୁଡ଼ିକ ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଭୋଟ୍‌ ଦେବା ପାଇଁ ଭୋଟର ତାଲିକାରେ ୧,୦୩,୩୦୭ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ ରହିଛି । ସେହିଭଳି ଏହି ପର୍ଯ୍ୟାୟରେ ଥିବା ମୋଟ୍‌ ୭,୨୩୩ ବୁଥ୍‌ ମଧ୍ୟରୁ ୬,୯୮୮ଟି ବୁଥ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲ୍‌ ଚେୟାର ବ୍ୟବସ୍ଥା ହୋଇଛି । ସେମାନଙ୍କୁ ବୁଥ୍‌ରେ ସହାୟତା କରିବାକୁ ୧୨,୧୬୨ ଜଣ ସ୍ୱେଚ୍ଛାସେବୀ ନିୟୋଜନ କରାଯାଇଛି । ଏହାଛଡ଼ା ଦିବ୍ୟାଙ୍ଗ ଭୋଟରଙ୍କୁ ଘରୁ ପୁଲିଂ ବୁଥ୍‌କୁ ନେବା ଆଣିବା କରିବା ପାଇଁ ୨,୬୧୭ଟି ଗାଡ଼ିକୁ ମଧ୍ୟ ନିୟୋଜନ କରାଯାଇଛି । ଏହା ବ୍ୟତୀତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଭୋଟ୍‌ଦାନ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପଥ୍ରମ ପର୍ଯ୍ୟାୟ ମତଦାନ ବେଳେ ଗୋଟିଏ ବୁଥକ୍‌ ସମ୍ପୁର୍ଣ୍ଣ ଦିବ୍ଯାଙ୍ଗ ବୁଥ୍‌ ଭାବେ ସ୍ଥାପନ କରାଯାଇଛି, ଯେଉଁଠାରେ କି ସମସ୍ତ ପୁଲିଂ ଅଫିସର ଦିବ୍ୟାଙ୍ଗ ଅଟନ୍ତି । ଏପରିକି ଦୃଷ୍ଟିହୀନ ଭୋଟରଙ୍କ ପାଇଁ ୫,୦୫୧ଟି ବୁଥ୍‌ରେ ବ୍ରେଲି ଡମି ବାଲାଟ୍‌ ପେପର୍‌ ବ୍ୟବସ୍ଥା କରାଯାଇଛି । ଫଳରେ ଦୃଷ୍ଟିହୀନ ବ୍ୟକ୍ତିମାନେ ଆତ୍ମବିଶ୍ୱାସର ସହ ନିଜର ମତଦାନ କରିପାରିବେ ।