୧ରୁ ରାଜଧାନୀ ଏକ୍ସପ୍ରେସ୍‌ରେ କ୍ୟାଟରିଂ ସେବା ଇଚ୍ଛାଧୀନ: ଟିକେଟ୍‌ ଦେୟରେ କ୍ୟାଟେରିଂ ଦେୟକୁ ମିଶାଯିବ ନାହିଁ

ଭୁବନେଶ୍ୱର ୩୧/୮: ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ଯାତାୟାତ କରୁଥିବା ରାଜଧାନୀ ଏକ୍ସପ୍ରେସରେ କ୍ୟାଟରିଂ ସେବା ଇଚ୍ଛାଧୀନ ହେବ । ୧ରୁ ଟ୍ରେନ୍‌ରେ ଯିବା ପାଇଁ କିଣାଯାଉଥିବା ଟିକେଟରେ ଏହି ବ୍ୟବସ୍ଥା ମିଳିପାରିବ । ଯାତ୍ରା ସମ୍ରୟରେ ଯାତ୍ରୀମାନେ ଚାହିଁଲେ ସାଙ୍ଗରେ ନେଇଥିବା ନିଜ ଖାଦ୍ୟ ଖାଇପାରିବେ । ଟ୍ରେନ୍‌ ଟିକେଟ୍‌ ଦେୟରେ କ୍ୟାଟରିଂ ଦେୟ ମିଶାଯିବ ନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ୍‌ଗୁଡ଼ିକରେ କ୍ୟାଟରିଂ ସେବାକୁ ଯାତ୍ରୀଙ୍କ ପାଇଁ ଇଚ୍ଛାଧୀନ ଭାବେ ବାଛିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିପାଇଁ ଯାତ୍ରୀମାନେ ଟିକେଟ୍‌ ବୁକ୍‌ କରିବା ସମୟରେ କ୍ୟାଟରିଂ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ । ଥରେ ପସନ୍ଦ ଦର୍ଶାଯିବା ପରେ ତାହାକୁ ଆଉ ବଦଳାଯାଇପାରିବ ନାହିଁ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…