୧୦ଟା ୧୦୦ ଟଙ୍କିଆ ନୋଟ୍କୁ ଗଣିପାରିଲା ନାହିଁ ବର, ତିନି ଥର ଚେଷ୍ଟା କଲା ତଥାପି… ଶେଷରେ ବିବାହ କରିବାକୁ ମନାକରିଦେଲା କନ୍ୟା, କହିଲା….

https://www.google.com/search
ବିହାର ୧୮।୩: ମଧୁବନୀ ଜିଲ୍ଲା ପନଡୋଲ୍ ସ୍ଥିତ ବ୍ରହ୍ମୋତର ଗାଁର କନ୍ୟା ବର ବେକରେ ବରଣ ମାଳା ପକାଇ ସାରିଥିଲେ। ମାତ୍ର ସତ ସାମ୍ନାକୁ ଆସିଲା ପରେ ବିବାହ କରିବାକୁ ମନା କରିଦେଲେ କନ୍ୟା। ସତ ଏହା ଥିଲା କି ବିବାହ କରିବାକୁ ଯାଉଥିବା ବର ଜଣେ ଅଶିକ୍ଷିତ। ଯେଉଁ କାରଣରୁ କନ୍ୟା ବିବାହ କରିବାକୁ ଚାହୁଁନଥିଲେ। କନ୍ୟାର ଏଭଳି ନିଷ୍ପତ୍ତିକୁ ଗାଁ ଲୋକେ ବି ସ୍ବାଗତ କରିଥିଲେ। ପରେ ସେହି କନ୍ୟା ସେହି ମଣ୍ଡପରେ ପୁଣି ଥିରେ ବିବାହ କରିଥିଲେ ମାତ୍ର ଆଉ ଜଣଙ୍କୁ।

ବ୍ରହ୍ମୋତର ଗାଁର ଯୁବକ ରାହିକା ସ୍ଥିତ ମୋମିନପୁର ଗାଁର ଝିଅ ସହିତ ବିବାହ ସ୍ଥିର ହୋଇଥିଲା। ବାହାଘର ଦିନ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟକ୍ରମ ଅନୁସାରେ ବରଯାତ୍ରୀ ପଂହଞ୍ଚିଥିଲା। ରୀତିନୀତି ଅନୁସାରରେ ବିବାହ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଥିଲା। ପୁଣି କନ୍ୟା ବର ବେକରେ ପକାଇଥିଲା ବରଣମାଳା। ଏହାପରେ ମଣ୍ଡପରେ ଅନ୍ୟ ରୀତିନୀତି ଚାଲିଥିବାବେଳେ କନ୍ୟାର ସାଙ୍ଗମାନେ ବର ସହିତ କଥାବାର୍ତ୍ତା ଦେଉଥିଲେ। ଏମିତି କିଛି କଥାବାର୍ତ୍ତା ହେଉଥିବା ସମୟରେ ବରର ଶିକ୍ଷିତ ହେବା ଉପରେ ସନ୍ଦେହ କରିଥିଲେ।
କନ୍ୟାର ସାଙ୍ଗମାନେ ବରକୁ ୧୦ଟା ୧୦୦ ଟଙ୍କିଆ ନୋଟ୍ ଗଣିବାକୁ ଦେଇଥିଲେ। ଯାହାକୁ ବର ଠିକ ଭାବେ ଗଣି ପାରିନଥିଲା। ଥରେ କି ଦୁଇ ଥର ନୁହେଁ ତିନି ଥର ଚେଷ୍ଟା କଲା ପରେ ବି ଟଙ୍କା ଗଣିପାରିନଥିଲା। ଏହାପରେ ବରକୁ ତାର ନାଁ ଏବଂ ଗାଁର ନାଁ ପଚରାଯାଇଥିଲା। ଏହାର ବି ଉତ୍ତର ଦେଇପାରିନଥିଲା ବର। ଶେଷରେ କୈାଣସି ପ୍ରଶ୍ନର ଉତ୍ତର ଦେଇନପାରିବାରୁ କନ୍ୟା ନିଜର ସାହସ ଦେଖାଇ ବିବାହ ନ କରିବାକୁ ମନା କରିଦେଲା।

କନ୍ୟାର ଏହି ସାହସକୁ ଦେଖି ସେହି ବିବାହ ମଣ୍ଡପରେ ଉପସ୍ଥିତ ଥିବା ଆଉ ଜଣେ ବ୍ୟକ୍ତି ନିଜ ପଢ଼ା ଲିଖା ପୁଅ ସହିତ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବରେ କନ୍ୟା ସହିତ ତାଙ୍କ ଘର ଲୋକ ମଧ୍ୟ ରାଜି ହୋଇଯାଇଥିଲେ। ଆଉ ଡେରି ନ କରି ସେହି ମଣ୍ଡପରେ ହିଁ କନ୍ୟା ପୁଣି ଥରେ ବିବାହ କରିଥିଲେ।