PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ଏହି ୧୦ ବଡ କାରଣ, ଯେଉଁଥିପାଇଁ ପୁଣି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦି !

source:www.bbc.com

ନୁଆଦିଲ୍ଲୀ ୧୧/୩: ବାଜିଲାଣି ନିର୍ବାଚନ ବିଗୁଲ୍ । ନିର୍ବାଚନ ତାରିଖ ମଧ୍ଯ ଘୋଷଣା ହୋଇଗଲା । ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କିଏ ଏହି ଯୁଦ୍ଧରେ ଜିତିବ ତାହା ଜାଣିବା ପାଇଁ ସମସ୍ତେ ଇଛୁକ । ଅବଶ୍ଯ ରାଜନୀତିରେ କିଛି ଅନୁମାନ ଲଗାଯାଇପାରିବ ନାହିଁ କାରଣ କେଉଁ ପାଣି କେତେବେଳେ କୁଆଡେ ଯିବ ତାହା ତ କେହି କୁହାପାରିବେନି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କାରଣ କହିବୁ ଯାହାକୁ ଜାଣିବାପରେ ଆପଣକୁ ମଧ୍ଯ ଲାଗିବ ଯେ ମୋଦି ପୁଣି ପ୍ରଧାନମନ୍ତ୍ରୀ  ହେବା ଦିଗରେ ଅଗ୍ରସର ହେଉଛନ୍ତି । ଗତ ୫ ବର୍ଷରେ ମୋଦିଙ୍କ ଶାସନକୁ ତ ସାରା ଦେଶବାସୀ ନିଜେ ଦେଖିଲେ ଅନୁଭବ କଲେ । ଅବଶ୍ଯ କେତେକଙ୍କୁ ମୋଦି ପସନ୍ଦ ଆସନ୍ତିନାହିଁ । କିନ୍ତୁ ଦେଶର ଅଧିକାଂଶ ନାଗରିକ ମୋଦିଙ୍କ ପ୍ରଭାବଶାଳୀ ନେତୃତ୍ୱରେ ଦିୱାନା ହୋଇଯାଇଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ ସେହି କାରଣ ଯେଉଁଥିପାଇଁ ପାଇଁ ମୋଦି ପୁଣି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

୧. ସବୁ ପ୍ଲାଟଫର୍ମରେ ଭୋଟର୍ସଙ୍କ ସହିତ ଯୋଡିହେବାର କୌଶଳ
ଆଜିର ନିର୍ବାଚନରେ ଟଙ୍କା, ମେସିନ୍ ଓ ମିଡିଆର ଅଧିକ ଗୁରୁତ୍ୱ ରହିଛି । ମୋଦିଙ୍କ ଟିମ୍ ଏଥିରେ ଭଲ ପ୍ରଦର୍ଶନ କରିଆସିଛନ୍ତି । ଭାରତୀୟ ନିର୍ବାଚନ ଇତିହାସରେ ଏଭଳି କେହି ଏକତରଫା ପ୍ରଦର୍ଶନ କରିନାହାନ୍ତି । ଗତ କିଛି ଦିନ ତଳେ ଏକ ରିପୋର୍ଟ ଅନୁସାରେ ବିଜ୍ଞାପନରେ ମୋଦି ସରକାର ସବୁଠାରୁ ଅଧିକ ଖର୍ଚ୍ଚ କରିଛନ୍ତି ଏବଂ ଟିଭିରେ ସବୁଠାରୁ ଅଧିକ ବିଜ୍ଞାପନ ବିଜେପିର ହିଁ ଦେଖିବାକୁ ମିଳୁଛି ।  ଅନ୍ଯପଟେ ଏହି ତୁଳନାରେ କଂଗ୍ରେସ, ବିଜେପିଠୁ ବହୁ ପଛରେ ପଡିଛି ।

୨. ନମ୍ବର ୧ ୱାନ୍ ନେତା ମୋଦି
ଏବେ ବି ନରେନ୍ଦ୍ର ମୋଦି ନମ୍ବର ୱାନ୍ ନେତା । ତାଙ୍କ ପ୍ରଭାବଶାଳୀ ନେତୃତ୍ୱ ଏମିତି ଷ୍ଟାରଡମ୍ ନିର୍ମାଣ କରିଛି ଯେ ସମସ୍ତେ ତାଙ୍କ ଫ୍ୟାନ୍ସ ହୋଇଯାଇଛନ୍ତି । ନିର୍ବାଚନ ଅଭିଯାନ ସମୟରେ ତାଙ୍କ ବକ୍ତବ୍ଯ, ତାଙ୍କ ବ୍ୟକ୍ତିତ୍ୱ, ବିନା କ୍ଲାନ୍ତରେ ବିନା ବିଶ୍ରାମରେ ତାଙ୍କର ପରିଶ୍ରମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ସମସ୍ତେ ତାଙ୍କର ଏଭଳି ବ୍ଯକ୍ତିତ୍ୱକୁ ପ୍ରଶଂସା କରିଥାନ୍ତି । ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସବୁବେଳେ ଦଳକୁ ଶକ୍ତି ପ୍ରଦାନ କରିଥାଏ । ନିର୍ବାଚନ ଘୋଷଣା ପୂର୍ବରୁ ସେ ଏତେ ରାଲି ଓ ଆୟୋଜନ କରିଦେଲେ ଯେ ତାଙ୍କ ମୁଖ୍ଯ ପ୍ରତିଦ୍ୱନ୍ଦୀମାନେ  ମେଣ୍ଟ ହୋଇ ମଧ୍ଯ କରିପାରିଲେନି । ବାଲାକୋଟ ଏୟାରଷ୍ଟ୍ରାଇକର ନିଷ୍ପତ୍ତି ଏକ ଦୃଢ ନେତୃତ୍ୱର ପ୍ରମାଣ ଦେଇଥାଏ ।

୩. ଅମିତ ଶାହଙ୍କ ଇଲେକ୍ସନ ଇଞ୍ଜିନିୟରିଂ
ପିଏମ୍ ମୋଦି ଓ ବିଜେପିକୁ ଅମିତ ଶାହଙ୍କ ଇଲେକ୍ସନ ‘ଇଞ୍ଜିନିୟରିଂ’ର ଲାଭ ମିଳୁଛି । ୨୦୧୪ରେ ଅମିତ ଶାହ ୟୁପିର ଇନଚାର୍ଜ ଥିଲେ ଏବଂ ରାଜ୍ଯରେ ବିଜେପିକୁ ଜବରଦସ୍ତ ସଫଳତା ମିଳିଥିଲା । ୨୦୧୯ରେ ପାର୍ଟି ଅଧ୍ଯକ୍ଷ ରୂପେ ସାରା ଦେଶରେ ବିଜେପିର ଇନଚାର୍ଜ ଅଛନ୍ତି । ଅବଶ୍ଯ ଭାରତୀୟ ରାଜନୀତିରେ ସମସ୍ତଙ୍କ ପାଇଁ କୌଣସି ଗୋଟିଏ ଫର୍ମୁଲା କାଟୁ କରିନଥାଏ ।

୪.କଂଗ୍ରେସର ପରିସ୍ଥିତି
୩ ରାଜ୍ଯରେ ବିଜୟ ହାସଲ ପରେ ମଧ୍ଯ କଂଗ୍ରେସ ସେହି ଗତିକୁ ଚାଲୁ ରଖିପାରିନି । ମୋଦି ସରକାର ଖୁବ୍ କମ୍ ସମୟ ମଧ୍ଯରେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ଚାଷୀ, ସବର୍ଣ୍ଣ, ମଧ୍ଯମ ଏବଂ ଲଘୁ ଉଦ୍ୟୋଗ, ଶ୍ରମିକଙ୍କ ପାଇଁ ଅନେକ ଘୋଷଣା କରିସାରିଲେଣି । କଂଗ୍ରେସର ଅବସ୍ଥା ଦେଖି ଲାଗୁଛି ଯେମିତି ଜଣେ ରୋଗୀ ମେଡିକାଲରୁ ବାହାରି ଆସିଛି କିଛି ପୂର୍ବପରି ଚଲାବୁଲା କରିପାରୁନି । ଆଉ କିଛି ସମୟ ଦରକାର । କିନ୍ତୁ ସେହି ସମୟ ମଧ୍ଯରେ ମୋଦି ଆହୁରି ଆଗକୁ ବଢିଯାଇଥିବେ ।

୫. ରାହୁଲ ଗାନ୍ଧୀଙ୍କ ନେତୃତ୍ୱ
୨୦୧୭ ଗୁଜରାତର ଲଢେଇ ଓ ୨୦୧୮ ଡିସେମ୍ବର ବିଧାନସଭା ନିର୍ବାଚନରେ ଜଣେ ପରିଶ୍ରମୀ ଓ ଭଲ ପ୍ରଚାରକ ରୂପେ ସମ୍ମାନ ହାସଲ କରିଥିଲେ ରାହୁଲ । କିନ୍ତୁ ଆଜି ପର୍ଯ୍ଯନ୍ତ ଜଣେ ପ୍ରକୃତ ରାଜନେତା ହିସାବରେ ସେ ନିଜକୁ ପ୍ରମାଣିତ କରିପାରିଲେନି । ତାଙ୍କ ପାଖରେ ପ୍ରଖର ରାଜନୈତିକ ଜ୍ଞାନ ଦେଖିବାକୁ ପାଇଲେନି ଦେଶବାସୀ । ତାଙ୍କୁ ଆଜି ବି ସୋସିଆଲ ମିଡିଆରେ ଟ୍ରୋଲ୍ କରି ମଜା ଲୁଟୁଛନ୍ତି ୟୁଜର୍ସ ।

୬. ଆକଳନ ହିସାବରେ ବିଜେପି ମଜଭୁତ
୨୦୧୪ରେ ଉତ୍ତର ଓ ପଶ୍ଚିମ ଭାରତରେ ବିଜେପିକୁ ପ୍ରାୟ ୯୦ ପ୍ରତିଶତ ସିଟରେ ବିଜୟ ମିଳିଥିଲା । ତେବେ ଏଭଳି ପ୍ରଦର୍ଶନ ଏଥର ସମ୍ଭବ ହୋଇନପାରେ  କିନ୍ତୁ ବିଜେପି ଏଥର ମଧ୍ଯ ଏହି ଅଞ୍ଚଳମାନଙ୍କରେ ନିଜ ପ୍ରତିଦ୍ୱନ୍ଦୀଙ୍କ ତୁଳନାରେ ୭୫ରୁ ୧୦୦ ସିଟ୍ ଅଧିକ ହାସଲ କରିପାରେ ।

ଏହା ଭୁଲିବା ଉଚିତ୍ ନୁହେଁ ଯେ ୨୦୧୪ ନିର୍ବାଚନରେ ବିଜେପି ୪୨ ଲୋକସଭା ଆସନରେ ୩ ଲକ୍ଷ ଅଧିକ ଭୋଟରେ, ୭୫ ସିଟ୍ ୨ ଲକ୍ଷ ଅଧିକ ଭୋଟରେ ଓ ୩୮ ସିଟ୍ ୧.୫ ଲକ୍ଷ ଅଧିକ ଭୋଟରେ ଜିତିଥିଲା । ତେଣୁ ବିଜେପିକୁ ଏଥର ସବୁଠାରୁ ବଡ ରାଜନୈତିକ ଦଳ ବନିବାରୁ ରୋକିବାପାଇଁ ବିରୋଧୀଙ୍କୁ ବଡ ସଂଖ୍ୟାରେ ବହୁମତ ଦରକାର । ଯଦି ବିଜେପିକୁ ୨୦୦ ସିଟରୁ ଅଧିକ ମିଳେ ତେବେ ପୁଣି ଏନଡିଏ ସରକାର ଗଠନ ହୋଇପାରେ ।

୭.ମେଣ୍ଟ ସମସ୍ୟା
ମେଣ୍ଟ କରି ମଧ୍ଯ ବିରୋଧୀ ସମ୍ପୂର୍ଣ୍ଣ ରୂପେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇପାରୁନାହାନ୍ତି । କୌଣସି ପରଫେକ୍ଟ ନେତା କିମ୍ବା ଦଳ ଫାଇନାଲ ହୋଇପାରିନାହିଁ ଯେ ଯାହାକୁ ‘ମୋଦି ବନାମ …’ କୁହାଯାଇପାରିବ । ସମସ୍ତ ୫୪୩ ସିଟରେ ଏକାଠି ଲଢିବା ବଦଳରେ ବିରୋଧୀଙ୍କୁ ଭୋଟ୍ ବିଭାଜନ ହୋଇଯିବା ଚିନ୍ତା ଅଧିକ ବିବ୍ରତ କରୁଛି । ଖାସ୍ କରି ୟୁପି ଭଳି ରାଜ୍ଯରେ । ଏନେଇ ବିରୋଧୀଙ୍କୁ କୌଣସି ଦୃଢ ନିଷ୍ପତ୍ତି ନେବାକୁ ପଡିବ ।

୮. ୟୁପି ଭଳି ରାଜ୍ଯ
ୟୁପିରେ ଏସପି-ବିଏସପି ମେଣ୍ଟକୁ ନେଇ ବିରୋଧୀଙ୍କ ମଧ୍ଯରେ ଭାରି ଚର୍ଚ୍ଚା ଓ ଉତ୍ସାହ ଅଛି, ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ସାମିଲ ମଧ୍ଯ ହୋଇଯାଇଛନ୍ତି । ତଥାପି ଏହା ବାସ୍ତବ ସମୀକରଣଠୁ ସାମାନ୍ୟ ଦୂରରେ ଥିବା ଭଳି ଲାଗୁଛି । ପ୍ରକୃତରେ କଣ ଯାଦବ ଭୋଟର ସହଜରେ ବିଏସପି ପଟେ ହୋଇଯିବ ? ପ୍ରିୟଙ୍କା ମଧ୍ଯ ରାଜନୀତିକୁ ଆସିବା ପରେ ବେଶ୍ କିଛି ପ୍ରଭାବ ଦେଖିବାଭଳି ମିଳୁନି ।

ଅନ୍ଯପଟେ ୟୁପିରେ ବିଜେପି ଝୁଙ୍କ ବଢିବାରେ ଲାଗିଛି । ଯଦି ରାଜ୍ୟରେ ବିଜେପି ୨୦୧୪ର ୭୩ ତୁଳନାରେ ଅଧା ସିଟ ବିଜିତେ ତେବେ ମୋଦି ସରକାର ଆସିବାକୁ କେହି ରୋକିପାରିବେନି ।

୯. ପୁଲୱାମା, ପାକିସ୍ତାନ, ବାଲାକୋଟ ଏୟାରଷ୍ଟ୍ରାଇକ୍
ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧରୂପୀ  ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ସାରା ଦେଶବାସୀଙ୍କ ଜୋଶ୍ ବଢିଯାଇଛି । ଅଭିନନ୍ଦନଙ୍କୁ ୬୦ ଘଣ୍ଟା ଭିତରେ ପାକିସ୍ତାନରୁ ଭାରତ ଫେରାଇ ଆଣିବା ପରେ ମୋଦିସରକାରଙ୍କ ଉପରେ ନାଗରିକଙ୍କ ଭରସା ବଢିଯାଇଛି । ଏବେ ମୋଦି ଏକ ନାଁ ନୁହେଁ ଏହା ଏକ ବ୍ରାଣ୍ଡ ସାଜିଛି । ଯେଉଁମାନେ ପୂର୍ବରୁ ମୋଦିଙ୍କ ବାରମ୍ବାର ବିଦେଶ ଗସ୍ତକୁ ନେଇ ପ୍ରଶ୍ନ କରୁଥିଲେ ଏବେ ସେମାନଙ୍କ ମନ ପରିବର୍ତ୍ତନ ହୋଇଯାଇଛି ଏବଂ ସେମାନେ ମଧ୍ଯ ମୋଦିଙ୍କ ପ୍ରଶଂସା କରି ଥକୁନାହାନ୍ତି । ଗ୍ରାମାଞ୍ଚଳକୁ ମଧ୍ଯ ମୋଦି ଲହରୀ ପହଞ୍ଚୁଛି ।

୧୦. ‘ହିନ୍ଦୁତ୍ୱ’ ଚିନ୍ତାଧାରା ଥିବା ନୂଆ ଭୋଟର୍
ନିର୍ବାଚନ ଆୟୋଗ ଅନୁସାରେ ଦେଶର ୮.୪ କୋଟି ଲୋକ ପ୍ରଥମ ଥରପାଇଁ ଭୋଟ୍ ଦେବେ ଯାହାକି ସମୁଦାୟ ମତଦାତାଙ୍କ ୧୦ ପ୍ରତିଶତ । ଏମାନେ ଏମିତିଆ ଭୋଟର୍ ଯେଉଁମାନଙ୍କ ମୁଣ୍ଡରେ ବାବ୍ରୀ ମସଜିଦ୍ ଭାଙ୍ଗିବା, କିମ୍ବା ୨୦୦୨ ଗୁଜରାତ ଦଙ୍ଗାର କୌଣସି ସ୍ମୃତି ନାହିଁ । ଏମାନେ ହେଉଛନ୍ତି ସେହି ଯୁବଗୋଷ୍ଠୀ, ଯେଉଁମାନେ ମୋଦିଙ୍କ ‘ନ୍ଯୁ ଇଣ୍ଡିଆ’, ‘ମଜଭୁତ ସରକାର’, ‘ହାଓ ଇଜ୍ ଦ ଜୋଶ୍’ ଆଦି ନାରାରେ ପ୍ରଭାବିତ । ଏମାନେ ସେହି ଗୋଟିଏ ବାକ୍ୟରେ ପ୍ରଭାବିତ ଯେ ‘ଆତଙ୍କବାଦ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍’ ।

ଏମାନେ ଡିଜିଟାଲ ଇଣ୍ଡିଆ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି । ଏବଂ ସେମାନେ ପ୍ରକୃତରେ ଅନୁଭବ କରୁଛନ୍ତି ଯେ କେବଳ ମୋଦି ସରକାରଙ୍କ କାର୍ଯ୍ୟକାଳରେ ହିଁ ଅନଲାଇନ୍ ୱାଲେଟ୍, କ୍ୟାସଲେସ୍ ପେମେଣ୍ଟ ଆଦି ପ୍ରାରମ୍ଭ ହୋଇଛି ଏବଂ ଅନେକ ସୁବିଧା ମିଳୁଛି । ତେଣୁ ସେମାନେ ଦିଲ୍ ସେ ନମୋ ଫ୍ଯାନ୍ । ସେମାନେ ଅନ୍ଯ କାହାକୁ ଭୋଟ୍ ଦେବା କଥା ଚିନ୍ତା ମଧ୍ଯ କରିବେନି । ସେମାନଙ୍କ ସହଯୋଗ ମିଳିବାରୁ ବିଜେପି ଅଧିକ ମଜଭୁତ ହୋଇଯାଇଛି ।

ସମ୍ବନ୍ଧିତ ଖବର