ଆପଣଙ୍କ ATM କାର୍ଡରୁ ମିଳିବ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଅଫର୍ ସମ୍ପର୍କରେ…

ନୂଆଦିଲ୍ଲୀ ୨୭/୧୦: ଯଦି ଆପଣ ମଧ୍ୟ ଏପର୍ଯ୍ୟନ୍ତ ଜନଧନ ଆକାଉଣ୍ଟ ଖୋଲିନାହାଁନ୍ତି ତେବେ ଆଜି ହିଁ କରନ୍ତୁ । ପାର୍ବଣ ଋତୁରେ ଆକାଉଣ୍ଟ ଖୋଲୁଥିବା ଗ୍ରାହକଙ୍କୁ ଭଲ ଅଫର୍ ପ୍ରଦାନ କରାଯାଉଛି । କହିରଖୁଛୁ ଏଟିଏମ କାର୍ଡ ଦେଉଥିବା କମ୍ପାନୀ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ(NPCI) ରୂପେ ଫେଷ୍ଟିଭ୍ କାର୍ନିଭାଲ(Rupay Festive carnival) ଆରମ୍ଭ କରିଛି । ଏଥିରେ ଏଟିଏମ କାର୍ଡ ହୋଲ୍ଡର୍ସଙ୍କୁ ସ୍ପେଶାଲ୍ ବେନିଫିଟ୍ ଦିଆଯିବ । ଏହା ସହିତ ଗ୍ରାହକଙ୍କୁ ଦମଦାର୍ ଅଫର୍ସ ଓ ଡିସ୍କାଉଣ୍ଟ ମଧ୍ୟ ମିଳିବ । ଆସନ୍ତୁ ଜାଣିବା ଏହି ଅଫର୍ସ ସମ୍ପର୍କରେ…

NPCI ଦେଲା ସୂଚନା
NPCIରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ଗ୍ରାହକଙ୍କ ପାଖରେ ରୂପେ କାର୍ଡ ଥିବ ସେମାନଙ୍କୁ ଅନେକ ଫାଇଦା ମିଳିବ । ଏଥିରେ ହେଲ୍ଦ, ଫିଟନେସ୍, ଶିକ୍ଷା ଓ ଇ-କମର୍ସ କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରସ୍ତାବ ମିଳିବ । ଏହା ସହିତ ଆପଣଙ୍କୁ ଡାଇନିଂ, ଫୁଡ୍ ଡେଲିଭରୀ, କିଣାକିଣି, ମନୋରଞ୍ଜନ, ବାଲାନ୍ସ ଓ ଫାର୍ମାସି ଭଳି କାଟାଗୋରୀରେ ମଧ୍ୟ ଦମଦାର୍ ଅଫର୍ ସହିତ କିଣାକିଣି କରିପାରିବେ ।

ଚେକ୍ କରନ୍ତୁ କେଉଁଠି ମିଳୁଛି କେତେ ରିହାତି ?
ଆପଣଙ୍କୁ ଇ-କମର୍ସ ସପିଂଠୁ ନେଇ ଏଜୁକେସନରେ ରୂପେ ଫେଷ୍ଟିଭ୍ କାର୍ଣ୍ଣିଭାଲରେ ରିହାତି ମିଳୁଛି ।
Myntraରେ ୧୦ ପ୍ରତିଶତ ରିହାତି ମିଳିବ ।
ଟେଷ୍ଟବୁକ ଡଟକମର ଟେଷ୍ଟ ପାସରେ ୬୫ ପ୍ରତିଶତ ରିହାତି ମିଳିବ ।
ସାମସଙ୍ଗ ଟିଭି, ଏସି ଓ ସ୍ମାର୍ଟଫୋନରେ ୫୨ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ ।
ବାଟାରେ ୨୫ ପ୍ରତିଶତ ରିହାତି ମିଳିବ ।
ପିଏଣ୍ଡଜି ପ୍ରଡକ୍ଟ ଉପରେ ୩୦ ପ୍ରତିଶତ ଡିସ୍କାଉଣ୍ଟ ମିଳୁଛି ।

କହିରଖୁଛୁ NPCI ସାରା ଦେଶରେ କ୍ୟାଶଲେସ୍ ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଅଫର୍ସ ପ୍ରଦାନ କରୁଛି । ଏହା ବ୍ୟତୀତ ଗ୍ରାହକ ଆମାଜନ, ସ୍ୱିଗି, ସାମସଙ୍ଗ, ମିନ୍ତ୍ରା, ଆଜିଓ, ଫ୍ଲିପକାର୍ଟ, ଶପର୍ସ ଷ୍ଟପ୍, ଲାଇଫଷ୍ଟାଇଲ୍, ବାଟା, ହେମଲିସ, ଜି୫, ଟାଟା ସ୍କାଇ, ମ୍ୟାକଡୋନାଲ୍ଡ ଡୋମିନୋ, ଆପୋଲୋ ଫାର୍ମାସି, ନେଟମେଡ୍ସ ଭଳି ବ୍ରାଣ୍ଡରେ ଫେଷ୍ଟିଭ୍ ସିଜନରେ ୧୦-୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତିର ଲାଭ ଉଠାଇ ପାରିବେ ।

ମାଗଣାରେ ମିଳିବ ୧୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ
ରୂପେ ସେଲେକ୍ଟ କ୍ରେଡିଟ୍ କାର୍ଡ ସହିତ ୧୦ ଲକ୍ଷ ଟଙ୍କା ଦାମର ବ୍ୟକ୍ତିଗତ ଦୁର୍ଘଟଣା ବୀମା କଭର ଦିଆଯାଉଛି । ବିଦେଶରେ କାର୍ଡ ବ୍ୟବହାର କଲେ ଏଟିଏମରେ ୫ ପ୍ରତିଶତ କ୍ୟାଶବ୍ୟାକ୍ ଓ ପିଓଏସରେ ୧୦ ପ୍ରତିଶତ କ୍ୟାଶବ୍ୟାକ୍ ମିଳୁଛି ।