ବ୍ରାଜିଲ: ଫୁଟବଲ୍ କ୍ଲବରେ ଅଗ୍ନିକାଣ୍ଡ ଫଳରେ ୧୦ ଜଣଙ୍କ ମୃତ୍ୟୁ

ବ୍ରାସିଲିୟା ୮/୨: ବ୍ରାଜିଲରେ ଫ୍ଲେମିଙ୍ଗୋ ୟୁଥ୍ ଟିମର ପ୍ରଶିକ୍ଷଣ କେନ୍ଦ୍ର ନିହ୍ନା ଉଋବାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୧୦ ଜଣଙ୍କ ମୃତ୍ଯୁ ହୋଇଛି । ଏହି ଅଗ୍ନିକାଣ୍ଡରେ ଅନେକ ଗୁରୁତର ହୋଇଛନ୍ତି । ରିୟୋ ଡି ଜେନେରିଓ ସହରରେ ସ୍ଥିତ ଏହି ଫୁଟବଲ୍ କ୍ଲବରେ ସ୍ଥାନୀୟ ସମୟାନୁସାରେ ସକାଳ ପ୍ରାୟ ୫ ଟାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଦମକଳ ବାହୀନି ଆସି ନିଆଁ ଲିଭାଇବାରେ ଲାଗିପଡିଥିଲା ।

ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଦମକଳ ବାହୀନି । ମୃତକଙ୍କ ମଧ୍ୟରେ ପ୍ରାୟ ହେଉଛନ୍ତି ଜୁନିୟର ଫୁଟବଲ୍ ଟିମର କିଛି ଖେଳାଳୀ । ସେମାନେ ରାତିରେ କ୍ଲବରେ ହିଁ ରହିଯାଇଥିଲେ । ତେବେ କେମିତି ଏ ନିଆଁ ଲାଗିଲା ଏହାର କିଛି ସୂଚନା ମିଳିନାହିଁ ।