ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ରାଜ୍ୟ ପାଇଁ ବିପଦ ଆଣିପାରନ୍ତି ୧୦ ପ୍ରତିଶତ ଅମାନିଆ, ଲକ୍‌ ଡାଉନ୍‌ ନିୟମ ଭାଙ୍ଗିି ଗିରଫ ହେଲେଣି ୧୪୦୦ ରୁ ଅଧିକ ଉଲ୍ଲଂଘନକାରୀ

ଭୁବନେଶ୍ୱର ୩୧/୩: ଲକ୍‌ ଡାଉନ୍‌ ଓ କୋଭିଡ୍‌-୧୯ ନିୟମକୁ ୯୦ ପ୍ରତିଶତ ଲୋକେ ମାନୁଛନ୍ତି । ହେଲେ ୧୦ ପ୍ରତିଶତ ଏହାକୁ ଆଦୌ ଗୁରୁତର ସହ ନେଉନାହାନ୍ତି । ନିୟମକୁ ବେଖାତିର କରି ବାହାରେ ବୁଲୁଛନ୍ତି । ଏହି ୧୦% ଅମାନିଆ ବିପଦର କାରଣ ହୋଇପାରନ୍ତି । କେବଳ ନିଜ ପାଇଁ ନୁହେଁ, ସମସ୍ତ ନିୟମକୁ ମାନୁଥିବା ରାଜ୍ୟର ୯୦ ପ୍ରତିଶତ ଲୋକଙ୍କ ପାଇଁ ମଧ୍ୟ ଏହି ୧୦% ଅମାନିଆ ବିପଦ ଆଣିପାରନ୍ତି । ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ପୁଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଶ୍ରୀ ବାଗ୍‌ଚୀ କହିଛନ୍ତି, ଯେଉଁମାନେ ନିୟମକୁ ଉଲ୍ଲଘଂନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଖୋଦ୍‌ ମୁଖ୍ୟମନ୍ତ୍ରୀ ଏ ନେଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସମସ୍ତେ ନିୟମ ମାନନ୍ତୁ । ଘରେ ରହନ୍ତୁ । ସାବୁନରେ ବାରମ୍ବାର ହାତ ସଫା କରନ୍ତୁ । ପ୍ରତିଦିନ ପନିପରିବା କିମ୍ବା ଗ୍ରୋସରୀ କିଣିବା ଠିକ୍‌ ନୁହେଁ । ଥରକରେ ୨/୩ ଦିନ ପାଇଁ ପନିପରିବା କିଣି ଆଣନ୍ତୁ । ସବୁଦିନ ବାହାରକୁ ଯିବା ଆବଶ୍ୟକ ପଡ଼ିବନି । ସମୟର ଗମ୍ଭୀରତାକୁ ବୁଝିବାକୁ ହେବ ।

ଡିଜିଭି ଅଭୟ କହିଛନ୍ତି, ଲକ୍‌ ଡାଉନ କାର୍ଯ୍ୟକ୍ଷମ କରାଇବାକୁ ପୁଲିସ ବ୍ୟାପକ ଭାବେ ପ୍ରସ୍ତୁତ ରହିଛି । ୭୦୦ରୁ ଅଧିକ ସବ୍‌ଇନ୍ସପେକ୍ଟରଙ୍କୁ ଥାନାକୁ ପଠାଯାଇଛି । ୧୬୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧୦୦୦ରୁ ଅଧିକ ଗାଡ଼ି ଥାନାକୁ ଦିଆଯାଇଛି । ପୁଲିସକୁ କୁହାଯାଇଛି ଯେ ଲୋକଙ୍କୁ ଭଦ୍ର ବ୍ୟବହାର ଦେଖାଇବେ । ଏହାସହ ଆବଶ୍ୟକ ସ୍ଥଳେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଜିପି କହିଛନ୍ତି, ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଯେଉଁମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ତାହାକୁ ମାନିବା ଦରକାର । ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି । ୬୧ଟି ମାମଲା ଏ ନେଇ ରୁଜୁ ହୋଇଛି । ଲକ୍‌ ଡାଉନ୍‌ ନିୟମ ଭାଙ୍ଗିବା ନେଇ ୧୫୦୦ରୁ ଅଧିକ ମାମଲା ହୋଇଛି । ୧୪୦୦ ଅମାନିଆଙ୍କୁ ଗିରଫ କରାଯାଇଛି । ଅନୁରୋଧ କରୁଛୁ, ସମସ୍ତେ ନିୟମ ପାଳନ କରନ୍ତୁ । ପୁଲିସ ପ୍ରଶାସନକୁ ସହଯୋଗ କରନ୍ତୁ । ଆତଙ୍କିତ ହେବାର କୌଣସି କାରଣ ନାହିଁ । ମାଲବାହୀ ଗାଡ଼ିର ଚଳାଚଳ ସ୍ୱାଭାବିକ ରହିଛି । କିଛି ଅସୁବିଧା ଥିଲେ ପୁଲିସକୁ ଯୋଗାଯୋଗ କରିପାରିବେ । ଏଥିପାଇଁ ହେଲ୍ପଲାଇନ୍‌ ନମ୍ବର ମଧ୍ୟ ରହିଛି ।

ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି, ରାଜ୍ୟରେ କୋଭିଡ୍‌-୧୯ ନିୟମ ଓ ମାର୍ଗଦର୍ଶିକା ଉଲ୍ଲଘଂନ ନେଇ ୨୯ ମାର୍ଚ୍ଚରୁ ୩୦ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ (୨୪ ଘଣ୍ଟାରେ) ୨୨୪ଟି ମାମଲା ଦାୟର କରାଯାଇଛି । ଏଥିମଧ୍ୟରେ ୩ଟି ମାମଲା ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଘଂନ ଅଭିଯୋଗରେ ଦାୟର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.