ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ

ଫୁଲବାଣୀ,୧୬।୧୨:  ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ସମର ବିଳାସ ବେହେରା ଜଣେ ନାବାଳିକା ଦୁଷ୍କର୍ମକାରୀକୁ  ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ  ୨୦୧୭  ଏପ୍ରିଲ ୧୦  ତାରିଖ ସନ୍ଧ୍ୟା ୮ଟା ସମୟରେ  ବାଲିଗୁଡା ଥାନା ଅଂଚଳର ଜଣେ ନାବାଳିକା ଗ୍ରାମର ଥିବା ନିଜର ସମ୍ପର୍କୀୟଙ୍କ ଘରେ ଟିଭି ଦେଖି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବିଦ୍ୟୁତ୍ ଚାଲି ଯାଇଥିଲା। ଅନ୍ଧାରର ସୁଯୋଗ ନେଇ ସେହି ଗ୍ରାମରେ ରହୁଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କଳସା ଗ୍ରାମର ଅଭିଯୁକ୍ତ ନିତ୍ୟାନନ୍ଦ ପୀଡିତାକୁ ରାସ୍ତାରୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ଦାଣ୍ଡନାଚ ନିକଟରେ ଛାଡି ଫେରାର ହୋଇ ଯାଇଥିଲା।

ପୀଡିତାଙ୍କ ଘରଲୋକେ ତାଙ୍କୁ ଖୋଜାଖୋଜି କରି ଦାଣ୍ଡନାଚରୁ ପାଇ ଘରକୁ ନେଇଥିଲେ। ପୀଡିତା ନିକଟରୁ ସବୁ କଥା ଶୁଣିବା ପରେ ତାଙ୍କ ଦାରା ପର ଦିନ ଅର୍ଥାତ  ୧୧ତାରିଖରେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ଆଜି କୋର୍ଟ ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.