PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

୧୦ ବର୍ଷର ନାବାଳିକାକୁ ଗର୍ଭବତୀ କଲା ୧୨ ବର୍ଷର ନାବାଳକ

ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ୧୦ ବର୍ଷର ନାବାଳିକା ସହ ହୋଇଛି ଦୁଷ୍କର୍ମ। ପଡ଼ୋଶୀ ଘରେ ରହୁଥିବା ୧୨ବର୍ଷର ନାବାଳକ ଏହି ନାବାଳିକା ସହ ବାରମ୍ବାର କରୁଥିଲା ଦୁଷ୍କର୍ମ। ଏବେ ନାବାଳିକା ଗର୍ଭବତୀ। ଏହି ଖବର ଜାଣିବା ପରେ ଝିଅର ପୀଡ଼ିତାର ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି।

ପୁଲିସ କହିବାନୁସାରେ, ପୀଡ଼ିତାର ବାପା ମା’ ୧୨ ବର୍ଷର ନାବାଳିକ ବିରୁଧରେ ମାମଲା ରୁଜ୍ଜୁ କରିଛନ୍ତି। ମିଳିଥିବା ଖବର ଅନୁସାରେ ଦୁଇ ଜଣ ପଡୋଶୀ ଥିଲେ। ଗତ ୪ ମାସ ହେଲାଣି ନାବାଳିକା ସହ ଦୁଷ୍କର୍ମ କରିଆସୁଥିଲା ନାବାଳକ।

କିଛି ଦିନ ତଳେ ନାବାଳିକାର ପେଟରେ ଯନ୍ତ୍ରଣା ହୋଇଥିଲା। ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ପରେ ଝିଅ ଗର୍ଭବତୀ ଅଛି ବୋଲି ଡାକ୍ତର ପୀଡ଼ିତାର ବାପା ମା’ଙ୍କୁ ଜଣାଇଥିଲେ। ପୀଡ଼ିତାର ବାପା ମା’ ଯେତେବେଳେ ତାକୁ ପଚାରିଲେ ସେ ସମସ୍ତ କଥା ଖୋଲି କହିଥିଲା। ଏହା ପରେ​‌ ସେ ନାବାଳକ ବିରୁଧରେ ମାମଲା ରୁଜ୍ଜୁ କରିଥିଲେ।

ମାମାଲାର ତଦନ୍ତ କରି ପୁଲିସ ସୂଚନା ଦେଇଛି କି, ନାବାଳକ ବିରୋଧରେ ଆଇପିସି ଧାରା ୩୭୫ ଏବଂ ପିଓସିଏସ୍ଓ ଧାରାରେ ମାମାଲା ରୁଜ୍ଜୁ କରାଯାଇଛି। ବର୍ତ୍ତମାନ ନାବାଳିକକୁ ଗିରଫ କରାଯାଇନାହିଁ ମାମାଲାକୁ ଯାଞ୍ଚ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର