ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବିଏମ୍‌ସିକୁ ଅନୁମୋଦନ ମାଗିଲା ହେକ୍ସି, ମାସେ ଭିତରେ ଫେରିବ ୧୦୦୦ ସାଇକେଲ

ଭୁବନେଶ୍ୱର: ‘ମୋ ସାଇକେଲ’କୁ ନେଇ ଚାଲିଥିବା ତନାଘନା ପୁଣି ନୂଆ ମୋଡ଼ ନେଇଛି । କବାଡ଼ିଖାନାରୁ ସାଇକେଲ ମିଳିବା ପରେ ଉଠିଥିବା ବିବାଦକୁ ଥଣ୍ଡା ପକାଇବାକୁ ହେକ୍ସି ବା ହିରୋ ୟୁ ଅନ୍‌ କମ୍ପାନି ଆଗଭର ହୋଇଛି । ଏହା ଅଧୀନରେ ଥିବା ୧୦୦୦ ମୋ ସାଇକେଲ ଫେରାଇ ଦେବାକୁ ବିଏମ୍‌ସିକୁ ଆଜି ଇ-ମେଲ୍‌ ଯୋଗେ ଅନୁମୋଦନ ମାଗିଛି । ଏଥିସହ ମୋ ସାଇକେଲ ପରିଚାଳନା ଦାୟିତ୍ୱରୁ ଓହରିଯିବାକୁ ମଧ୍ୟ ଅନୁମତି ମାଗିଛି ।

ଏହି ଇ-ମେଲ୍‌ରେ ଦର୍ଶାଯାଇଛି ଯେ, ଚୁକ୍ତି ମୁତାବକ କମ୍ପାନି ପାଖରେ ସମସ୍ତ ୧୦୦୦ଟି ସାଇକେଲ ରହିଛି । ସମସ୍ତ ସାଇକେଲ ଭଲ ସ୍ଥିତିରେ ଅଛି । ବିଏମ୍‌ସି ଓ ବିଏସସିଏଲ୍‌ ଅନୁମତି ଦେବା ମାତ୍ରେ ସମସ୍ତ ସାଇକେଲକୁ ହସ୍ତାନ୍ତର କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ସେହିଭଳି ଆଜି ଏ ସମ୍ପର୍କିତ ଇ-ମେଲ୍‌ ବିଏମ୍‌ସିକୁ ମିଳିବା ପରେ ଏହା ଉପରେ ବିଚାରବିମର୍ଷ ଆରମ୍ଭ ହୋଇଯାଇଛି । ବିଏମ୍‌ସି ଏହି ସାଇକେଲକୁ ନିଜ ଅଧୀନକୁ ଆଣିବା ନେଇ ଏକପ୍ରକାର ନିଷ୍ପତ୍ତି ବି ସରିଛି । ତେବେ ଏତେ ସଂଖ୍ୟକ ସାଇକେଲ କେଉଁଠି ରଖାଯିବ ତାହା ଏବେ ବିଚାର କରାଯାଉଛି । ହେକ୍ସି ସାଇକେଲ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ସମସ୍ତ ସାଇକେଲ ଭଲ ସ୍ଥିତିରେ ନାହିଁ । ଅନେକ ଖରାପ ସାଇକେଲ ବିଭିନ୍ନ ଷ୍ଟେସନରେ ଥୁଆ ହୋଇରହିଛି । ଏହାକୁ ମରାମତି କରିବା ଆବଶ୍ୟକ । ଏଣୁ ଏହାକୁ ହେକ୍ସି ନା ବିଏମ୍‌ସି ମରାମତି କରିବ, ତାହା ଉପରେ ନିଷ୍ପତ୍ତି ହୋଇନି ।

୧୦୦୦ ମୋ ସାଇକେଲ ଫେରିଲେ ଏହାକୁ କିଏ ପରିଚାଳନା କରିବ ତା’ଉପରେ ବି ଆଲୋଚନା ଆରମ୍ଭ ହୋଇଛି । ୟୁଲୁ ସମେତ ଆଉ କିଛି ସାଇକେଲ ଏଜେନ୍ସିକୁ ଏ ନେଇ ପ୍ରସ୍ତାବ ଦିଆଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସାଇକେଲକୁ ମରାମତି କରିବା, ଆପ୍‌ସରେ ଏହାକୁ ଯୋଡ଼ିବା ଓ ନୂଆ ଲକ୍‌ ଲାଗିବା ପରେ ଯାଇ ଏହାକୁ ବିଭିନ୍ନ ସ୍ଥାନରେ ରଖିହେବ । ଏହି ପ୍ରକ୍ରିୟା ସରିବାକୁ ପ୍ରାୟ ମାସେ ସମୟ ଲାଗିବ । ସବୁ ପ୍ରକ୍ରିୟା ସରିବା ପରେ ଯାଇ ହେକ୍ସିଠାରୁ ସାଇକେଲ ଅଣାଯିବ ବୋଲି ବିଏମ୍‌ସି ସୂତ୍ରରୁ ଜଣାପଡି଼ଛି ।

ସେପଟେ ମୋ ସାଇକେଲରେ ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ ଦୋହରାଇଛି । ବିଜେପି ଲିଗାଲ ସେଲ୍‌ର ସଂଯୋଜକ ଜୟନ୍ତ କୁମାର ଜେନା କହିଛନ୍ତି, ୨୫ହଜାର ଟଙ୍କାରେ ମୋ ସାଇକେଲ କିଣା ହୋଇ ୫୦୦ ଟଙ୍କାରେ କବାଡ଼ିବାଲାକୁ ବିକ୍ରି କରାଯାଇଛି । ପ୍ରତି ସାଇକେଲର ମରାମତି ପାଇଁ ବର୍ଷକୁ ଆଉ ୫ ହଜାର ଖର୍ଚ୍ଚ ହୋଇଛି । ମୋ ସାଇକେଲ ଆଳରେ କୋଟି କୋଟି ଟଙ୍କା ଲୁଟ୍‌ ହୋଇଛି । ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛୁ । ଖୁବ୍‌ଶୀଘ୍ର ଏହାକୁ ନେଇ ଜନସ୍ୱାର୍ଥ ମାମଲା ଦାୟର ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.