PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପୁରୀରେ ନିର୍ମାଣ ହେବ ୧୦୦୦ ରୁମ୍‌ର ଯାତ୍ରୀନିବାସ, ଯାତ୍ରୀଙ୍କୁ ମିଳିବ ଆଧୁନିକ ସେବା

ପୁରୀ ୨୨/୧୨: ପୁରୀ ମାଟିତୋଟା ମୌଜାରେ ନିର୍ମାଣ ହେବ ଅତ୍ୟାଧୁନିକ ଯାତ୍ରୀନିବାସ। ଏହି ଯାତ୍ରୀନିବାସରେ ୧୦୦୦ଟି ରୁମ୍‌ ବ୍ୟବସ୍ଥା ରହିବ। ପୁରୀକୁ ଆସୁଥିବା ଯାତ୍ରୀଙ୍କୁ ଏଠାରେ ଆକର୍ଷଣୀୟ ସେବା ମିଳିବ । ଏଥିପାଇଁ ୬ଟି ପ୍ଲଟକୁ ପ୍ରଶାସନ ମାଟିତୋଟାରେ ଚିହ୍ନଟ କରିଛି । ଯାତ୍ରୀ ନିବାସର ଡିଜାଇନ ପ୍ରସ୍ତୁତ କରିବାକୁ ଅଭିଜ୍ଞ ସ୍ଥପତିଙ୍କଠାରୁ ଡିଜାଇନ ଏବଂ ଲେଆଉଟ୍‌ ଆହ୍ୱାନ କରାଯାଇଛି । ଆସନ୍ତା ଜୁନ୍‌ ମାସ ସୁଦ୍ଧା ଏହି ଯାତ୍ରୀନିବାସରେ ଭକ୍ତଙ୍କୁ ସେବା ପ୍ରଦାନ କରିବାକୁ ପ୍ରଶାସନ ଗତକାଲି ଠାରୁ ପ୍ରସ୍ତୁତି ଆରମ୍ଭ କରିଛି ।

ଗତ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଆଦେଶରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତ୍ୟହ ୬୦ ହଜାରରୁ ଅଧିକ ଦର୍ଶନାର୍ଥୀ ପୁରୀ ଆସୁଛନ୍ତି । ସେମାନଙ୍କ ରାତି ରହଣି ତଥା ରହିବା ପାଇଁ ସ୍ୱତନ୍ତ୍ର ଆବାସିକ ସୁବିଧା ପ୍ରଶାସନିକ ଉଦ୍ୟମରେ ହୋଇନାହିଁ । ଅନ୍ତତଃ ୬୦ ହଜାର ଦର୍ଶନାର୍ଥୀଙ୍କ ପାଇଁ ଏକ ପୁରୀରେ ଏକ ଯାତ୍ରୀ ନିବାସ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ତାଙ୍କ ମଧ୍ୟବର୍ତ୍ତିକାଳୀନ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ତଥ୍ୟ ସତ୍ୟପାଠ ଜାରିଆରେ ଆଗାମୀ ଶୁଣାଣି ତାରିଖ ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୦ ଜାନୁଆରି ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ ଶୁକ୍ରବାର ପରିଚାଳନା କମିଟିକୁ ଅବଗତ କରାଇଛି। ପରେ ଯାତ୍ରୀ ନିର୍ବାସ ନିର୍ମାଣ କରିବାକୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ଉପରେ ଅନ୍ତତଃ ଏକ ହଜାର ରୁମ୍‌ ବିଶିଷ୍ଟ ଯାତ୍ରୀ ନିବାସ ନିର୍ମାଣ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ପୁରୀ ସହର ମାଟିତୋଟା ମୌଜାରେ ଏହି ଯାତ୍ରୀନିବାସ ନିର୍ମାଣ କରିବାକୁ ଜମି ଚିହ୍ନଟ ହୋଇଛି। ମାଟିତୋଟା ମୌଜାର ଛଅଟି ପ୍ଳଟକୁ ଏହି ଯାତ୍ରୀ ନିବାସ ପାଇଁ ଚିହ୍ନଟ କରାଯାଇଥିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜୁନ୍‌ ମାସ ସୁଦ୍ଧା ଯାତ୍ରୀନିବାସର କିଛି ପ୍ରକୋଷ୍ଠ ନିର୍ମାଣ ଶେଷ କରିବାକୁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ଚଳାଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର