PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଏହି ଦେଶରୁ ମିଳିଲା ହଜାରେ ବର୍ଷରୁ ଅଧିକ ପୁରୁଣା ବିଷ୍ଣୁ ମୂର୍ତ୍ତି…

ଢାକା: ବାଂଲାଦେଶ ପୋଲିସ ଜଣେ ଶିକ୍ଷକଙ୍କଠାରୁ ୧୦୦୦ବର୍ଷରୁ ଅଧିକ ପୁରୁଣା ବୋଲି ବିଶ୍ୱାସ କରାଯାଉଥିବା ଭଗବାନ ବିଷ୍ଣୁଙ୍କ କଳା ପଥର ମୂର୍ତ୍ତି ଉଦ୍ଧାର କରିଛି । ନ୍ୟୁଜ୍ ପେପର ‘ ଡେଲି ଷ୍ଟାର୍’ ଅନୁଯାୟୀ, କୁମିଲା ଜିଲ୍ଲାର ବୋରୋ ଗୋଆଲି ଗ୍ରାମରୁ ପୋଲିସ ଏହି ପ୍ରତିମା ଉଦ୍ଧାର କରିଥିଲା ।

ଏହି କଳା ପଥର(ବ୍ଲାକ୍ ଷ୍ଟୋନ୍) ମୂର୍ତ୍ତିର ଉଚ୍ଚତା ପ୍ରାୟ ୨୩ ଇଞ୍ଚ ଏବଂ ମୋଟେଇ ୯.୫ ଇଞ୍ଚ । ଏହାର ଓଜନ ପ୍ରାୟ ୧୨ କିଲୋଗ୍ରାମ । ଡାଉଡକାଣ୍ଡି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ନଜରୁଲ ଇସଲାମ କହିଛନ୍ତି, “ଅବୁ ୟୁସୁଫ ନାମକ ଜଣେ ଶିକ୍ଷକ ଦେଢମାସ ପୂର୍ବରୁ ଏହି ପ୍ରତିମା ପାଇଥିଲେ କିନ୍ତୁ ସେ ଆମକୁ ଜଣାଇ ନଥିଲେ । ଏକ ସୂଚନା ପାଇବା ପରେ, ଆମେ ସୋମବାର ରାତିରେ ତାଙ୍କ ଘରୁ ଏହାକୁ ଉଦ୍ଧାର କରିଥିଲୁ ।

ତଥାପି, ୟୁସୁଫ କହିଛନ୍ତି, ‘ମୁଁ ପ୍ରାୟ ୨୦-୨୨ ଦିନ ପୂର୍ବରୁ ଏକ ପୋଖରୀରୁ କାଦୁଅ ଖୋଳିବା ସମୟରେ ଏହି ପ୍ରତିମା ଦେଖିଥିଲି । କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆମେ ପୋଲିସକୁ ଜଣାଇ ପାରିଲୁ ନାହିଁ । ‘ ଏହା ବୋଧହୁଏ ୧୦୦୦ବର୍ଷରୁ ଅଧିକ ପୁରୁଣା । ଉପଯୁକ୍ତ ସଂରକ୍ଷଣ ପାଇଁ ଏହାକୁ ତୁରନ୍ତ ମେନାମାଟି ସଂଗ୍ରହାଳୟକୁ ହସ୍ତାନ୍ତର କରାଯିବା ଉଚିତ୍ ।

ସମ୍ବନ୍ଧିତ ଖବର