ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ: ୧୦୧ ବର୍ଷର ଏହି ଇଟାଲିୟନ ମହିଳା ନିଜ ଜୀବନରେ ଅନେକ କିଛି ଦେଖି ସାରିଲେଣି । ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ପାନିଶ ଫ୍ଲୁ  ପରେ ସେ ମାରାତ୍ମକ କୋଭିଡ ୧୯ ମହାମାରୀର ଯୁଦ୍ଧରେ ମଧ୍ୟ ଜିତିଛନ୍ତି । ହଁ, ଆଜ୍ଞା ୧୦୧ ବର୍ଷିୟ ମାରିଆ ଓରସିଙ୍ଗଙ୍କ  ନାମ ନିକଟରେ କରୋନା ୱାରିୟର୍ସ ତାଲିକାରେ ସ୍ଥାନ ପାଇଛି । ତେବେ ସବୁଠୁ ମଜାଦାର କଥା ହେଉଛି ମାରିଆ ଥରେ କିମ୍ବା ଦୁଇଥର ନୁହେଁ ବରଂ ତିନିଥର କରୋନାରେ ସଂକ୍ରମିତ ହୋଇଛନ୍ତି ।

ମାରିଆ ଓରସିଙ୍ଗ କୋଭିଡ -୧୯ ରେ ବାରମ୍ବାର ଆକ୍ରାନ୍ତ ହେବାପରେ ଇଟାଲୀୟ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ଏଭଳି ବୟସରେ ଏକ ମାରାତ୍ମକ ମହାମାରୀର ଶିକାର ହେବା କୌଣସି ବିପଦରୁ କମ୍ ନୁହେଁ । ଫେବୃଆରୀରେ ସେ ପ୍ରଥମେ କୋଭିଡ ୧୯ ରେ ସଂକ୍ରମିତ ହୋଇଥିଲେ । ଏନେଇ ତାଙ୍କ ଝିଅ କାର୍ଲା କହିଛନ୍ତି ଯେ ‘ମୋର ମା ଫେବୃଆରୀରେ ସୋଣ୍ଡାଲୋରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରଥମ ଥର ପାଇଁ କୋଭିଡରୁ ସୁସ୍ଥ ହେବା ପରେ ଡାକ୍ତରମାନେ ମୋତେ କହିଥିଲେ ଯେ ଏତେ ବୃଦ୍ଧ ବ୍ୟକ୍ତି ଏତେ ଶୀଘ୍ର କରୋନାରୁ ସୁସ୍ଥ ହୋଇଥିବାର ସେମାନେ କେବେ ଦେଖି ନାହାଁନ୍ତି । ସେ ଏହି ମହାମାରୀରୁ ସହଜରେ ସୁସ୍ଥ ହୋଇ ନିଜ ଘରକୁ ଯାଇଥିଲେ । କୋଭିଡ ୧୯ ସମୟରେ, ସେ ନିଶ୍ୱାସ ନେବାରେ କୌଣସି ସହାୟକଙ୍କ ସାହାଯ୍ୟ ଆବଶ୍ୟକ କରୁନଥିଲେ କିମ୍ବା ଜ୍ୱର ମଧ୍ୟ ଅଧିକ ନଥିଲା ।

ଚଳିତ ଜୁଲାଇରେ ଏହି ବୃଦ୍ଧ ମହିଳା ତାଙ୍କର ୧୦୧ ତମ ଜନ୍ମଦିନ ପାଳନ କରିଥିଲେ ।  ସେପ୍ଟେମ୍ବରରେ ସେ ପୁଣି ଜ୍ୱରରେ ପୀଡିତ ହୋଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟ ମଧ୍ୟରେ, ତାଙ୍କର କୋଭିଡ୍ ୧୯ ପରୀକ୍ଷା କରାଯାଇଥିଲା ଯେଉଁଥିରେ ସେ ପଜିଟିଭ୍ ପାଇଥିଲେ ।  ତା’ପରେ ଓରସିଙ୍ଗରଙ୍କୁ ଡାକ୍ତରଖାନାରେ ୧୮ ଦିନ ଚିକିତ୍ସା କରାଯାଇଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଓରସିଙ୍ଗରଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତରଖାନାର ଡାକ୍ତରମାନେ ତାଙ୍କ ବିରୋଧରେ ଅଧିକ ସତର୍କତା ଅବଲମ୍ବନ କରିଥିଲେ । ତଥାପି, ତୃତୀୟ ଥର ପାଇଁ ସେମାନେ କରୋନାର କୌଣସି ଲକ୍ଷଣ ଦେଖିପାରିନଥିଲେ ।

ମାରିଆ ଓରସିଙ୍ଗର୍ ବର୍ତ୍ତମାନ ବେଡରେଷ୍ଟରେ ଅଛନ୍ତି। ସେ ଶୁଣିପାରୁନାହାଁନ୍ତି, ତେଣୁ ନିଜ ପିଲାମାନଙ୍କ ସହିତ ଯୋଗାଯୋଗ କରିବାରେ ଅସମର୍ଥ ହୋଇଛନ୍ତି ।  ମାରିଆ ଓରସିଙ୍ଗର୍ ୨୧ ଜୁଲାଇ ୧୯୧୯ରେ ଇଟାଲୀର ଗାଗିଓରେ ଜନ୍ମଗ୍ରହଣ କରିଥିଲେ ।  ତାଙ୍କ ଝଅମାନେ କହିଛନ୍ତି ଯେ ଡାକ୍ତର ଏବଂ ନର୍ସମାନେ ମା’ର ଯତ୍ନ ନେବାବେଳେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତାଙ୍କ ମା ୯ ମାସର ସମୟ ମଧ୍ୟରେ ତିନିଥର କରୋନା ପଜିଟିଭ୍ ପାଇଥିଲେ ଏବଂ ତୃତୀୟ ଥର ପାଇଁ ସେ ମହାମାରୀକୁ ପରାସ୍ତ କରିଥିଲେ ।