ମୋଦିଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କଲେ ୧୦୨ ପ୍ରାର୍ଥୀ, ମତଦାନ ପାଇଁ ସ୍ୱତନ୍ତ୍ର ଏଭିଏମ୍ ବ୍ଯବସ୍ଥା

ନୁଆଦିଲ୍ଲୀ ୩୦/୪: ଲୋକସଭା ନିର୍ବାଚନ ୨୦୧୯ ପାଇଁ ଯୁଦ୍ଧ ଏବେ ଚରମ ସୀମାରେ । ତେବେ ଏହାମଧ୍ଯରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀକୁ ନେଇ ଲଗାତାର ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ପୁଣି ଆଉ ଏକ ଚର୍ଚ୍ଚିତ ଖବର ବାରାଣାସୀ ଲୋକସଭା ଆସନ ସହିତ ଯୋଡି ହୋଇଯାଇଛି । ଏହି ସିଟରେ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ତଥା ୨୯ ଏପ୍ରିଲରେ ସମୁଦାୟ ୧୦୨ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  

୬୪ ପ୍ରାର୍ଥୀଙ୍କ ପାଇଁ ଲାଗିପାରେ ୪ ଇଭିଏମ୍
ଯଦି ଏହି ପ୍ରାର୍ଥୀଙ୍କ ସଂଖ୍ୟା ଏତିକି ରୁହେ ତେବେ ବାରାଣାସୀ ଲୋକସଭା ଆସନରେ ବାଲାଟ ପେପରରେ ନିର୍ବାଚନ କରିବାକୁ ପଡିବ । କୁହାଯାଉଛି ଯେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ସରିବା ପରେ ଯଦି ପ୍ରାର୍ଥୀଙ୍କ ସଂଖ୍ଯା ଅତିକମରେ ୬୪ ରହିଯାଏ ତେବେ ଇଭିଏମ୍ ଦ୍ୱାରା ନିର୍ବାଚନ କରାଯାଇପାରେ । ଯଦି ଏହି ସଂଖ୍ଯା ୬୪ରୁ କମ୍ ହେବନି ତେବେ ନିର୍ବାଚନ ଆୟୋଗ ବାଲାଟ ପେପରରେ ମତଗ୍ରହଣ କରିବାକୁ ବାଧ୍ଯ ହେବେ । କହିରଖୁଛୁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଜେଲରେ ଥିବା ଅତୀକ ଅହମଦଙ୍କ ସମେତ ମୋଟ୍ ୭୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଏସପି ପ୍ରାର୍ଥୀ ରୂପେ ତେଜ ବାହାଦୁର ଯାଦବ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ଏହା ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିସାରିଛନ୍ତି । କହିରଖୁଛୁ ତେଜ୍ ବାହାଦୂର ନିଜ ଶପଥ ପତ୍ରରେ ଭୁଲ୍ ତଥ୍ୟ ଦେଇଥିବାରୁ ମଙ୍ଗଳବାର ନିର୍ବାଚନ ଅଧିକାରୀ ତାଙ୍କୁ ନୋଟିସ୍ ଜାରି କରିଛନ୍ତି । ଏପର୍ଯ୍ଯନ୍ତ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ଯରେ ଅଜୟ ରାୟ, ଏସପି ପ୍ରାର୍ଥୀ ଶାଲିନୀ ଯାଦବଙ୍କ ସହିତ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ମେ ୨ । ଯଦି ପ୍ରାର୍ଥୀଙ୍କ ସଂଖ୍ଯା ୬୪ରୁ କମ୍ ହୁଏ ତେବେ ୪ ଇଭିଏମ୍ ଲଗାଇ ମତଗ୍ରହଣ କରାଯିବ । ଯଦି ଅଧିକ ସଂଖ୍ଯା ରୁହେ ତେବେ ବାଲାଟ ପେପରରେ ଭୋଟିଂ ହେବ । କହିରଖୁଛୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକ ଲୋକସଭା ସିଟରେ ସର୍ବାଧିର ୪ ଇଭିଏମ୍ ଲଗାଯାଇପାରିବ ।

ନିଜାମାବାଜଦ ଲୋକସଭା ଆସନରେ ଲାଗିଥିଲା ଜମ୍ବୋ ଇଭିଏମ୍
ଏପରି ସ୍ଥିତିରେ ନିର୍ବାଚନ ଆୟୋଗ ଏକ ଉପାୟ ଅବଲମ୍ବନ କରିପାରନ୍ତି । ଏହା ପୂର୍ବରୁ ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ଯାୟ ମତଦାନ ସମୟରେ ତେଲେଙ୍ଗାନାର ନିଜାମାବାଦ ସଂସଦୀୟ ଆସନରୁ ମଧ୍ଯ ସମାନ ପରିସ୍ଥିତି ସାମ୍ନାକୁ ଆସିଥିଲା । ନିଜାମାବାଦ ଲୋକସଭା ଆସନରୁ ୧୮୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଏହି ସ୍ଥିତିରୁ ମୁକୁଳିବା ପାଇଁ ନିର୍ବାଚନ ଆୟୋଗ ୧୨ ଜମ୍ବୋ ସାଇଜ୍ ଇଭିଏମର ପ୍ରୟୋଗ କରିଥିଲେ ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର

ଅହମ୍ମଦ ପଟେଲଙ୍କ ପରେ କିଏ? କଂଗ୍ରେସ କୋଷାଧ୍ୟକ୍ଷ ପଦ ପାଇଁ କମଲନାଥ, ବେଣୁଗୋପାଳ ଓ ଗେହଲଟ୍‌ଙ୍କ ମଧ୍ୟରୁ ଜଣକୁ ବାଛିବେ ସୋନିଆ

ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଯାତ୍ରୀବାହି ବସ୍: ୩ ମୃତ ,୫ ଗୁରୁତର

ଏହି ଦେଶରେ ମାତ୍ର ଏକ ଘଣ୍ଟାରେ ୩ ଜଣ ହୋଇଥିଲେ ରାଷ୍ଟ୍ରପତି, ସାରା ବିଶ୍ବ ହୋଇଯାଇଥିଲା ଚକିତ