PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ମୋଦି ସରକାରଙ୍କ ବଡ ନିଷ୍ପତ୍ତି, ଦୁଷ୍କର୍ମ ଭଳି ଘଟଣାରେ ଶୀଘ୍ର ନ୍ୟାୟ ଦେବା ପାଇଁ ଖୋଲିବ ୧୦୨୩ ନୂଆ ଫାଷ୍ଟ ଟ୍ରାକ୍ କୋର୍ଟ

ନୁଆଦିଲ୍ଲୀ ୧୨/୧୨: ଦୁଷ୍କର୍ମ ଭଳି ଘଟଣା ଉପରେ ରୋକ ଲଗାଇବା ପାଇଁ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଭଳି ଘଟଣାରେ ଶୀଘ୍ର ନ୍ୟାୟ ପାଇଁ ସାରା ଦେଶରେ ୧୦୨୩ ନୂଆ ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲାଯିବ ।

ମୋଦି ସରକାର ଚାହାଁନ୍ତି ଯେ ଦୁଷ୍କର୍ମ ଓ ପୋକ୍ସୋ ମାମଲାରେ ଯାଞ୍ଚ ୨ ମାସ ମଧ୍ୟରେ ପୂରା କରାଯିବ । ଏହି ମାମଲାରେ ଟ୍ରାୟଲ ୬ ମାସରେ ପୂରା ହେବା ଉଚିତ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ହାଇକୋର୍ଟଙ୍କ ସମସ୍ତ ମୁଖ୍ୟ ନାୟାଧିଶଙ୍କୁ ଫାଷ୍ଟ କୋର୍ଟ ଟ୍ରାୟଲ ୬ ମାସରେ ପୂରା କରିବା ପାଇଁ ପତ୍ର ଲେଖିଛନ୍ତି । ଆଇନ୍ ମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦୁଷ୍କର୍ମ ଓ ପୋସ୍କୋ ମାମଲାରେ ୨ ମାସରେ ଯାଞ୍ଚ ସାରିବାକୁ ପତ୍ର ଲେଖିଛନ୍ତି । କହିରଖୁଛୁ ଏବେ ସାରା ଦେଶରେ ୭୦୦ ଫାଷ୍ଟ ଟ୍ରାକ୍ କୋର୍ଟ ଅଛି । ଏଥିରେ ୧୦୨୩ ଅଧିକ ଫାଷ୍ଟ ଟ୍ରାକ୍ କୋର୍ଟ ବୃଦ୍ଧି ହେବାକୁ ଯାଉଛି ।