୧୦୩ ବର୍ଷୀୟ ବୟସ୍କା ମହିଳା ‘କରୋନା ଭାଇରସ’କୁ ଦେଲେ ମାତ୍, ଜାଣନ୍ତୁ କିଭଳି ବଞ୍ଚିଲେ?

ନୂଆଦିଲ୍ଲୀ,୧୨।୩: କରୋନା ଭାଇରସ୍ ଯେଉଁଠି ସାରା ବିଶ୍ବରେ କୋହରାମ ସୃଷ୍ଟି କରିଛି। ପ୍ରାଣଘାତୀ ଏହି ଭାଇରସ୍ ସହ ଲଢେଇ କରି ଜୀବନ ଯୁଦ୍ଧ ଜିତିଥିବା ଜଣେ ୧୦୩ ବର୍ଷୀୟ ବୃଦ୍ଧାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ଏହି ବୃଦ୍ଧା ଜଣକ ହେଉଛନ୍ତି ଝାଙ୍ଗ ଗୁଆଙ୍ଗଫେକ୍। ଯିଏକି କରୋନା ଭାଇରସରେ ପୀଡିତ ଥିଲେ। ଏବେ ଠିକ୍ ହୋଇ ସେ ଘରକୁ ସୁସ୍ଥ ହୋଇ ଫେରିଛନ୍ତି।

ବୁହାନର ଲୋକାଲ ମିଡିଆ ରିପୋର୍ଟ ଅନୁସାରେ, ୧୦୦ ବର୍ଷରୁ ଅଧିକ ବୟସର ଏହି ମହିଳା ଗତ କିଛି ଦିନ ପୂର୍ବରୁ କରୋନା ଭାଇରସର ଶିକାର ହୋଇଥିଲେ। ରିପୋର୍ଟରେ କରୋନା ଭାଇରସ୍ ପଜେଟିଭ ଥିବା ନେଇ ଜଣାପଡିଥିଲା। ବୁହାନରଏକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ ଓ ନିୟମିତ ଭାବରେ ନିଜର ଚିକିତ୍ସା କରୁଥିଲେ। ଏହି ମହିଳା ଜଣକ ୬ ଦିନ ପରେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହୋଇ ଘରକୁ ଫେରିଆସିଛନ୍ତି।

ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର  ଜେଙ୍ଗ ୟୁଲାନ କହିଛନ୍ତି, ମାଇଲ୍ଡ କ୍ରୋନିକ୍ ବ୍ରୋଙ୍କାଇଟିସ୍ ବ୍ୟତୀତ ତାଙ୍କର ଅନେକ ପ୍ରକାର ସ୍ବାସ୍ଥ୍ୟଗତ ଗମ୍ଭୀର ସମସ୍ୟା ଦେଖିବାକୁ ମିଳିଥିଲା। ମହିଳା ଜଣକ ଏବେ ଶୀଘ୍ର ଠିକ୍ ହୋଇଥିବା କୌଣସି ଚମତ୍କାରଠାରୁ କମ୍ ନୁହେଁ। କାରଣ କରୋନା ଭାଇରସ୍  ଖରାପ ଇମିନ୍ୟୁ ସିଷ୍ଟମ ଥିବା ଲୋକଙ୍କୁ ଶୀଘ୍ର କବଳିତ କରିଥାଏ। ବୟସ୍କ ଲୋକମାନେ ଏଥିରେ ଶୀଘ୍ର ପୀଡିତ ହୋଇଯାଇଥାନ୍ତି।

ଏହି ମହିଳା କରୋନା ଭାଇରସକୁ ମାତ୍ ଦେବାରେ ଏବେ ବିଶ୍ବର ସବୁଠାରୁ ବୟସ୍କ ମହିଳା ହୋଇଛନ୍ତି। ଏହା ପୂର୍ବରୁ ବୁହାନ ସହରରେ ୧୦୧ ବର୍ଷୀୟ ଜଣେ ବ୍ୟକ୍ତି କରୋନା ଭାଇରସ କବଳରୁ ବଞ୍ଚି ପାରିଛନ୍ତି। ତେବେ ଏହି ବୟସ୍କ ବ୍ୟକ୍ତି ଜଣଙ୍କର ସ୍ଥିତି ଖୁବ୍ ଗମ୍ଭୀର ଥିଲା ବୋଲି କୁହାଯାଉଥିଲା। କରୋନା ଭାଇରସ୍ ପିଜିଟିଭ ଥିବା ଜଣାପଡିବା ପରେ ତାଙ୍କୁ ଅଲଜାଇମର, ହାଇପରଟେନସନ୍ ଓ ହାର୍ଟ ଆଟାକ୍ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ ଯେ, ଚୀନରେ ଏପର୍ଯ୍ୟନ୍ତ ୮୦,୦୦୦ରୁ ଅଧିକ ଲୋକ କରୋନା ଭାଇରସର ଶିକାର ହୋଇସାରିଛନ୍ତି, ଯାହା ଭିତରୁ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି।

   ସମ୍ବନ୍ଧିତ ଖବର


ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

ରୁଚି ସୋୟାର ମ୍ୟାନେଜିଂ ଡାଇରେକ୍ଟର ହେଲେ ରାମଦେବଙ୍କ ଭାଇ ରାମଭରତ, ବାର୍ଷିକ ନେବେ ଏତେ ଟଙ୍କା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ