ଦିଲ୍ଲୀରେ ପ୍ରବଳ ଥଣ୍ଡା, ୧୯ ଦିନରେ ୧୦୬ ଜୀବନ ନେଇଛି ହାଡ଼ ଭଙ୍ଗା ଜାଡ଼ !

ନୂଆଦିଲ୍ଲୀ,୨୪/୦୧: ପ୍ରବଳ ଥଣ୍ଡା ଯୋଗୁ ରାଜଧାନୀ ଦିଲ୍ଲୀରେ ଚଳିତମାସ ୧ ତାରିଖରୁ ୧୯ ତାରିଖ ମଧ୍ୟରେ ୧୦୬ ଜଣଙ୍କର ମୃତ୍ୟୁ ଘଟିଛି । ସେଣ୍ଟର ଫର ହୋଲିଷ୍ଟିକ୍ ଡେଭେଲପମେଣ୍ଟ (ସିଏଚ୍ଡି) ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଜି ଏଭଳି ଦାବି କରିଛି । ସଙ୍ଗଠନ କହିଛି କି ଉତ୍ତର ଦିଲ୍ଲୀରେ ସର୍ବାଧିକ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଉତ୍ତର- ପଶ୍ଚିମ ଦିଲ୍ଲୀରେ ୧୩ ଏବଂ ଦକ୍ଷିଣ ପଶ୍ଚିମ ଓ କେନ୍ଦ୍ରୀୟ ସିଲ୍ଲୀରେ ୯ ଜଣ ଲେଖାଏ ଲୋକଙ୍କର ମୃତ୍ୟୁ ଘଟିଛି । ତେଣୁ ଦିଲ୍ଲୀ ସରକାର ଏଭଳି ଥଣ୍ଡାରୁ ନିରାଶ୍ରୟ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଗଠନ ଅନୁରୋଧ କରିଛି । ଅନ୍ୟପକ୍ଷରେ ଥଣ୍ଡାରେ ମୃତ୍ୟୁ ଘଟିଥିବା ଖବରକୁ ଦିଲ୍ଲୀ ସରକାର ଖଣ୍ଡନ କରିଛନ୍ତି ।
କହିଛନ୍ତି ଦୁର୍ଘଟଣା, ରୋଗ, ମଦ୍ୟପାନ, ନିଶା ସେବନ ଭଳି କାରଣରୁ ନିରାଶ୍ରୟ ଲୋକଙ୍କ ମୃତ୍ୟୁ ଘଟୁଛି । ଏହି ମୃତ୍ୟୁର ତଥ୍ୟ ତାଙ୍କ ପାଖରେ ନଥାଏ ବୋଲି ଦିଲ୍ଲୀ ସହରାଞ୍ଚଳ ଆଶ୍ରୟ ଉନ୍ନୟନ ବୋର୍ଡ କହିଛି ।