୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ରାସ୍ତାରେ ଠିଆହୋଇଥିବା ୨ ପିକଅପ ଭ୍ୟାନ୍ ଚୁରମାର୍‌, ୩ କର୍ମଚାରୀ ଆହତ

ଅନୁଗୋଳ ୨୮।୫: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥ କୋଶଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ଆମ୍ବୁଲାନ୍ସ ଧକ୍କାରେ ରାସ୍ତା କଡରେ ଠିଆହୋଇଥିବା ଦୁଇ ପିକଅପ ଭ୍ୟାନ୍ ଚୁରମାର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ୧୦୮ ଆମ୍ବୁଲାନ୍ସଟି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଛାଡି ବାଗେଡିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣାରେ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚି ଆହତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଆଖି ଆଗରେ ଶବ ଦାହ କରିଦେଲେ ଦେଢଶୁର ଓ ଶ୍ବଶୂର…

ନଦୀବନ୍ଧରେ ପାଇଖାନା ଟାଙ୍କି ନିର୍ମାଣ କରି ନଦୀ ଭିତରକୁ ଛଡାଯାଉଛି ମଇଳା ପାଣି, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକ…

ଭଦ୍ରକ ହଳଦିଡିହିରେ ମା ଦୁର୍ଗାଙ୍କ ରୂପରେ ପୂଜା ପାଉଛନ୍ତି ମା’ ଭାରତ ମାତା, ଜାଣନ୍ତୁ ଏଠିକାର ନିଆରା ପରମ୍ପରା ବିଷୟରେ…