ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ଉପରେ ଅଟକି ରହିଲା ୧୦୮ ଆମ୍ବୁଲାନ୍ସ

ଖୁଣ୍ଟା,୧୭/୫ : ମୟୂରଭଞ୍ଜ ଜିଲ୍ଲା ୧୯ନଂ ରାଜ୍ୟ ରାଜପଥ ଉଦଳା -ବାରିପଦା ମୁଖ୍ୟ ରାସ୍ତା ତଥା ଖୁଣ୍ଟା ବ୍ଲକ ଅଧିନସ୍ଥ ପୁରୁଣାପାଣି ଛକ ନିକଟ ରାସ୍ତା ଉପରେ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ଯାଉଥିବାବେଳେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା । ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ବାଲେଶ୍ଵର ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ଜନୈକା ମହିଳା ରୋଗୀ କଷ୍ଟ ଯନ୍ତ୍ରଣା ଭୋଗିବା ସହ ଗରମରେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । 

ପ୍ରକାଶ ଯେ, ଆଜି ଶୁକ୍ରବାର ଉଦଳା ଉପଖଣ୍ଡ ଡାକ୍ତରଖାନାରୁ ଉନ୍ନତ ଚିକିତ୍ସା ପାଇଁ ଜନୈକା ମହିଳାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ୧୦୮ ଆମ୍ବୁଲାନ୍ସ ଓଡି଼୦୨ସିଏନ୍ ୯୭୧୮ ଯୋଗେ ସ୍ଥାନାନ୍ତରିତ କରାଯାଇଥିବାବେଳେ ହଠାତ୍ ମୁଖ୍ୟ ରାସ୍ତାର ପୁରୁଣାପାଣି ଛକ ନିକଟରେ ଆମ୍ବୁଲାନ୍ସର ଦୁଇଟି ଟାୟାର ଫାଟି ଯାଇଥିଲା । ଆମ୍ବୁଲାନ୍ସ ରେ ଟାୟାର ବଦଳ ପାଇଁ ଗୋଟିଏ ଅତିରିକ୍ତ ଟାୟାର ରହିଥିବାବେଳେ ୨ଟି ଟାୟାରର ଆବଶ୍ୟକତା ଯୋଗୁଁ ଆମ୍ବୁଲାନ୍ସ ଟି ରାସ୍ତା ଉପରେ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀକୁ ଧରି ଅଟକି ରହିଥିଲା। 

ପରେ ଆଉ ଏକ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାରୁ ସେ ୧ଘଣ୍ଟା ବିଳମ୍ବରେ ପହଞ୍ଚି ରୋଗୀଙ୍କୁ ନେଇ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ତେବେ ଟାୟାର ଫାଟି ଅଟକି ରହିଥିଲା ୧୦୮ ଆମ୍ବୁଲାନ୍ସ । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋ‌ଷ ଦେଖାଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.