ପୋଲିସ ପେଟ୍ରୋଲିଂ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଜଣ ଅଟକ

ଲମତାପୁର ୨୧/୦୮: ପୁଣି ଲମତାପୁଟ ପୋଲିସକୁ ମିଳିଲା ସଫଳତା । କାରରେ ଅଭିନବ ଉପାୟରେ ଗଞ୍ଜେଇ ଚାଲଣ କରୁଥିବା ବେଳେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଗଞ୍ଜେଇ କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ବିହାର ପାଟନା ଚୋରା  ଚାଲାଣ ବେଳେ ୪ ଜଣ ମଫିଆଙ୍କୁ ଗରିଫ କରିଛି ପୁଲିସ। 

ସୂଚନା ମୁତାବିକ, କୋରାପୁଟ ଏସ୍‌ପିଙ୍କ ନିର୍ଦେଶ କ୍ରମେ ତୁସୁବା ଛକ ନିକରେ ଲମତାପୁଟ  ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ  କରୁ ଥିବା ସମୟରେ  ଶଗର ଅଞ୍ଚଳରୁ ଦୁଇଟି  ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଗାଡି ଯାଞ୍ଚ କରିବାରୁ  ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ।   ଦୁଇଟି କାରରେ ଥିବା ୪ ଜଣକୁ ଅଟକ ରାଖୀ ପୋଲିସ ପଚାର ଉଚାର ପରେ ଅଭିନବ ଉପାୟରେ ଗଞ୍ଜେଇ ନେଉଥିବା ସ୍ଵୀକାର କରିଥିଲେ ଏହି ଗଞ୍ଜେଇ ମଫିଆ ମାନେ। କାରର ବମ୍ଫର ଏବଂ ଡୋରରେ ଲୁଚାଇ ଗଞ୍ଜେଇ  ଚୋରା ଚାଲାଣ କରିଥିବା ପୋଲିସକୁ ପକ୍ଷରୁ ସୂଚନା ଦିଆଯାଇଛି। 

ପୋଲିସ ସୂଚନା ଅନୁଯାଇ, ଗାଡିରେ ପ୍ରାୟ ଏକ କୁଇଣ୍ଟାଲରୁ ଅଧିକା ଗଞ୍ଜେଇ ଅଛି  ଏହାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ  ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଯୁବକ ମାନେ ବିହାର ପାଟନାର ନିରଞ୍ଜନ ୟାଦବ ,ରବି ୟାଦବ ,ରଘୁବୀର ୟାଦବ ,ସୁମିତ କୁମାର  ।  ଏହି ଯୁବକଙ୍କ ବୟସ ୨୦ ରୁ ୨୫ ମଧ୍ୟରେ ରହିଥିବା ବେଳେ ନିଶା କାରବାରରେ  ବହୁ ଦିନରୁ  ଲିପ୍ତ ଥିବା ପୋଲିସକୁ କହିଛନ୍ତି । ପୂର୍ବରୁ ବହୁ ବାର ଏହି ଅଞ୍ଚଳକୁ ଆସି ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସକୁ କହିଛନ୍ତି । ସେହିଭଳି ଅଞ୍ଚଳର କିଛି ଯୁବକ ଏଥିରେ ସମ୍ପୃକ୍ତ ଥିବା  ମଧ୍ୟ ସ୍ଵୀକାର କରିଛନ୍ତି । ଗତ ମାର୍ଚ ମାସ ଲଗଡାଉନ ଠାରୁ ଆଜି ପର୍ଯ୍ୟନ୍ତ ମାଛକୁଣ୍ଡ ଥାନାରେ ୧୨ଟି ଗଞ୍ଜେଇ କେସ ହୋଇ ଥିବା ବେଳେ ୨୪   ଜଣଙ୍କୁ ଗିରଫ କରିଛି ପୋଲିସ  ଏବଂ ୧୩ ଟି ଗାଡି  ଜବତ ହୋଇ ଥିବା ପୋଲିସ ସୂଚନା ଦେଇଛି ।

   ସମ୍ବନ୍ଧିତ ଖବର


୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ସାଇକେଲ୍‌ ବନ୍ଧା ରଖିବାରୁ ଛୁରୀ ଭୁଷି ହତ୍ୟା

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ

କଟକ ବନଖଣ୍ଡରେ ଦେଖାଦେଲେ ଦୁଇ ବାଘ ଶାବକ- ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ