PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା; ଆସନ୍ତା ସପ୍ତାହରେ ଘୋଷଣା ହେବ ତାରିଖ: ମନ୍ତ୍ରୀ

ଭୁବନେଶ୍ୱର ୨୨/୧୨: ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ଓ ମାଟ୍ରିକ୍‌ ପରୀକ୍ଷା ତାରିଖ ଘୋଷଣା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ସହ ବୈଠକ ହେବ । ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା ବିଳମ୍ବ ନେଇ ବୈଠକ କରାଯିବା ପରେ ଉଭୟ ପରୀକ୍ଷାର ତାରିଖ ଘୋଷଣା ହେବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ପ୍ରତିବର୍ଷ ଫେବ୍ରୁଆରୀ ଶେଷ ସପ୍ତାହରେ ମାଟ୍ରିକ୍‌ ଓ ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୁଏ । ଏହି ସମୟ ବେଳକୁ ତାରିଖ ମଧ୍ୟ ଘୋଷଣା ସରିଥାଏ । କିନ୍ତୁ ଏବର୍ଷ ବିଳମ୍ବ ହେଲାଣି । ଫେବ୍ରୁଆରୀ ହେବାକୁ ଆଉ ମାତ୍ର ଦେଢ଼ ମାସ ରହିଲା କିନ୍ତୁ ଏଯାଏ ଉଭୟ ପରୀକ୍ଷାର ତାରିଖ ଘୋଷଣ ହୋଇପାରିଲନା ନାହିଁ । କେବେ ପରୀକ୍ଷା ତାରିଖ ଘୋଷଣା ହେବ? ବିଳମ୍ବ ହେବନି ତ? ଏମିତି ଅନେକ ପ୍ରଶ୍ନ ଏବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଘାରିଛି । ଏପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ଅବଧି ୪ ଥର ବୃଦ୍ଧି କରାଗଲାଣି । ତେବେ ପରୀକ୍ଷା କେଉଁଦିନ ଏବେ ତାହା ଘୋଷଣା ହୋଇନାହିଁ । ଏସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଆସନ୍ତା ସପ୍ତାହରେ ପରୀକ୍ଷାର ତାରିଖ ଘୋଷଣା କରାଯିବ ।

ସମ୍ବନ୍ଧିତ ଖବର