PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||
  • କନ୍ଧମାଳ: ପେଟ୍ରୋଲ ପମ୍ପକୁ ତେଲ ପକାଇବା ଆସିଥିବା ଗାଡ଼ିରୁ ମୋବାଇଲ ଚୋରି
  • ||

ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫.୭୨ ଲକ୍ଷ ପରୀକ୍ଷାର୍ଥୀ

କଟକ,୨୧ା୨(ବ୍ୟୁରୋ): ଆସନ୍ତାକାଲି (ଶୁକ୍ରବାର)ରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା । ଏଥର ସମଗ୍ର ରାଜ୍ୟରେ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୭୨ ହଜାର ୬୯୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ପରୀକ୍ଷାକୁ ତ୍ରୁଟିଶୂନ୍ୟ ଓ କପିମୁକ୍ତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାସ୍ତରଠାରୁ ଆରମ୍ଭ କରି ବୋର୍ଡ ପର୍ଯ୍ୟନ୍ତ ପାଞ୍ଚ ସ୍ତରୀୟ ସ୍କ୍ୱାଡ୍‌ କପି ଉପରେ ନଜର ରଖିବେ । ପରୀକ୍ଷା ଆସନ୍ତା ମାର୍ଚ୍ଚ ୮ ତାରିଖ ଯାଏ ଚାଲିବ ।
ମାଟ୍ରିକ ପରୀକ୍ଷା ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍କ୍ୱାଡ୍‌ ଅଧିକାରୀ, ସେଣ୍ଟର୍‌ ସୁପରିଟେଣ୍ଡଣ୍ଟ୍‌, ପରୀକ୍ଷକ, ଡାଟା ଅପରେଟର୍‌, ଚେକର୍‌ ଓ ମେକର୍‌ଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ଦିଆଯାଇଛି । ସେହିପରି ୧୦୦ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଏହା ସହିତ ୩୦୪ଟି ନୋଡାଲ୍‌ ସେଣ୍ଟର୍‌ରେ ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସିସିଟିଭି ଲଗାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ଶିକ୍ଷକଙ୍କ ମୋବାଇଲ୍‌ ନେବା ଉପରେ କଟକଣା ଜାରି କରାଯାଇଥିବା ବେଳେ ସେଣ୍ଟର ସୁପରିଟେଣ୍ଡଣ୍ଟଙ୍କୁ ଫୋନ୍‌ ଆକ୍ଟିଭେଟ୍‌ ମୋଡ୍‌ରେ ଡ୍ର’ ଭିତରେ ରଖିବାକୁ କୁହାଯାଇଛି । ନୋଡାଲ୍‌ ସେଣ୍ଟର୍‌ରୁ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ୬୯୩ ଟିମ୍‌ ଗଠନ କରାଯାଇଛି । ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ନୋଡାଲ୍‌ ସେଣ୍ଟର୍‌ ଅଭିମୁଖେ ପ୍ରଶ୍ନପତ୍ର ଯିବ ।
ଆସନ୍ତାକାଲି ପ୍ରଥମ ଭାଷା (ଓଡ଼ିଆ) ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ଅବ୍‌ଜେକ୍ଟିଭ୍‌ ଓ ଏମ୍‌ଆର୍‌ ଉତ୍ତର ସିଟ୍‌ ସକାଳ ୯ଟା ୩୦ରେ ଦିଆଯିବ । ତେବେ ଉଭୟ ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ୯ଟା୪୫ରେ ଦିଆଯିବାକୁ ସ୍ଥିର ହୋଇଛି । ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍‌ ପ୍ରଶ୍ନପତ୍ର ପଢ଼ିବାକୁ ସୁବିଧା ମିଳିବ । ଅବ୍‌ଜେକ୍ଟିଭ୍‌ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ୧୧ଟାରେ ଶେଷ ହେବ ଓ କେବଳ ଗଣିତ ପରୀକ୍ଷା ପାଇଁ ୧୫ ମିନିଟ୍‌ ଅଧିକ ସମୟ ଦିଆଯିବ । ସମସ୍ତ ପରୀକ୍ଷା ସାଢ଼େ ୧୨ଟାରେ ଶେଷ ହେବ । ଚଳିତ ବର୍ଷର ନୂତନ ନିୟମ ଅନୁସାରେ, ଛାତ୍ରଛାତ୍ରୀମାନେ ପରୀକ୍ଷାରେ ପାସ୍‌ କରିବା ପାଇଁ ଉଭୟ ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ରେ ୧୫ ନମ୍ବର ଲେଖାଏଁ ରଖିବା ବାଧ୍ୟତାମୂଳକ କରାଯାଇଛି । ଅବ୍‌ଜେକ୍ଟିଭ୍‌ରେ ୪ଟି ଲେଖାଏଁ ସମାନ୍ତର ସେଟ୍‌ ପ୍ରଶ୍ନପତ୍ର କରାଯାଇଥିବାବେଳେ ସବ୍‌ଜେକ୍‌ଟିଭ୍‌ରେ କେବଳ ପ୍ରଶ୍ନର କ୍ରମିକ ନମ୍ବରକୁ ପରିବର୍ତ୍ତନ କରାଯାଇ ୪ଟି ସେଟ୍‌ କରାଯାଇଛି । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷା ସହିତ ମଧ୍ୟମା ସଂସ୍କୃତ ଓ ରାଜ୍ୟ ମୁକ୍ତ ସ୍କୁଲ୍‌ ସାର୍ଟିଫିକେଟ(ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେଉଛି । ମଧ୍ୟମା ସଂସ୍କୃତ ପରୀକ୍ଷାରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ରାଜ୍ୟ ମୁକ୍ତ ସ୍କୁଲ୍‌ ସାର୍ଟିଫିକେଟ(ଏସ୍‌ଓଏସ୍‌ସି) ପରୀକ୍ଷାରେ ୧୨ ହଜାର ୧୨ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୭୯ ପରୀକ୍ଷା କେନ୍ଦ୍ର କରାଯାଇଛି । ଉଭୟ ମଧ୍ୟମା ସଂସ୍କୃତ ଓ ଏସ୍‌ଓଏସ୍‌ସି ପରୀକ୍ଷା ପ୍ରତ୍ୟେକ ଦିନ ୨ଟାରୁ ଆରମ୍ଭ ହୋଇ ୪ଟା ୩୦ଟାରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ୪ଟା୪୫ ଶେଷ ହେବ । ପରୀକ୍ଷା ମୂଲ୍ୟାୟନ ପାଇଁ ମୋଟ ୬୦ଟି କେନ୍ଦ୍ର କରାଯାଇଥିବା ବେଳେ ମାଟ୍ରିକ୍‌ ପାଇଁ ୫୨ଟି, ମଧ୍ୟମା ପାଇଁ ୪ଟି ଓ ଏସ୍‌ଓଏସ୍‌ସି ପାଇଁ ୪ଟି କେନ୍ଦ୍ର କରାଯାଇଛି । ପରୀକ୍ଷାରେ ଯଦି କୌଣସି ସମସ୍ୟା ହୁଏ ଅବା ପରୀକ୍ଷା ନେଇ କୌଣସି ସୂଚନା ପାଇବାକୁ ଚାହୁଥିଲେ କଣ୍ଟ୍ରୋଲ ରୁମ୍‌ ନମ୍ବର ୦୬୭୧-୨୪୧୨୦୫୯ରେ ଯୋଗାଯୋଗ କରିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି ।