ସମ୍ବଲପୁର ଝିଅର ବାଜିମାତ: ତିଷ୍ୟା ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର୍‌

ସମ୍ବଲପୁର,୨୫/୦୮: ୟୁଏଇର ଓମାନ ଉପସାଗରରେ ୩୩ ଫୁଟ୍‌ ସ୍କୁବା ଡାଇଭ୍‌ କରି ସମ୍ବଲପୁରର ୧୦ ବର୍ଷିୟ ତିଷ୍ୟା ପାଣିଗ୍ରାହୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦୁବାଇର ରାଫେଲ୍ୱ ୱାଲ୍‌ର୍ଡ ଏକାଡେମୀ ସ୍କୁଲରେ ପଢୁଥିବା ତିଷ୍ୟା ପେଷାଦାର ଡାଇଭିଂ ପ୍ରଶିଷକ ସଂଘ୍ୟ (ପିଏଡିଆଇ)ଦ୍ୱାରା ହୋଇଥିବା ଏହି ସ୍କୁବା ଡାଇଭିଂ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।

ସେ ଏଥିରେ ଶ୍ରେଣୀ ଅଧ୍ୟୟନ, ପ୍ରାକ୍ଟିକାଲ ପରେ ଆରବ ମହାସାଗରର ଓମାନ ଉପସାଗରରେ ସମୁଦ୍ରରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ସେ ସନ୍ତରଣ ସହିତ ଭାସମାନ ଅବସ୍ଥାରେ ଦୀର୍ଘ ସମୟ ଧରି ରହି ଉକ୍ତ ସଫଳତା ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ପିଏଡିଆଇ ପକ୍ଷରୁ ଜୁନିୟର ଓପନ ୱାଟର ସ୍କୁବା ଡାଇଭର ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସେ ଏହି ପ୍ରାମଣପତ୍ର ପାଇବାରେ ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ଅଟନ୍ତି । ସୁଶ୍ରୀ ତିଷ୍ୟାଙ୍କ ଏହି ସଫଳତା ପଛରେ ତାଙ୍କ ବାପା ତଥା ଦୁବାଇର ବହୁରାଷ୍ଟ୍ରୀୟ କମ୍ପାନିର ମହାପ୍ରବନ୍ଧକ ପ୍ରିୟଦର୍ଶୀ ପାଣିଗ୍ରାହୀ ତଥା ପିଏଡିଆଇ ସ୍କୁବା ଡାଇଭରଙ୍କ ପ୍ରେରଣା ରହିଛି ବୋଲି କହିଛନ୍ତି ।

ସନ୍ତରଣ ପ୍ରଶିକ୍ଷଣ ପାଇଁ ତାଙ୍କୁ ମା ସୌମିତ୍ରୀ ନନ୍ଦ ପ୍ରଶିକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ବୋଲି ତିଷ୍ୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତିଷ୍ୟା ତତ୍କାଳୀନ ଦେବଗଡ ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ଓ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ଇରାଜୀ ଗବେଷିକା ସୁନନ୍ଦା ପାଣିଗ୍ରାହୀଙ୍କ ପୌତ୍ରୀ । ତାଙ୍କର ଏହି ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?