PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ମହାଶବରାତ୍ରୀ ପାଇଁ କଟକଣା ଜାରି କଲେ ଏସ୍‌ଆର୍‌ସି, କୋଭିଡ଼ କଟକଣାରେ ଜାଗର ପାଳିବାକୁ ଜିଲ୍ଲାପାଳ ଓ କମିଶନଙ୍କୁ ନିର୍ଦେଶ,
  • ||
  • ଜାଗର ଯାତ୍ରା ପାଇଁ ଜାରି ହେଲା କଟକଣା , ମନ୍ଦିର ଭିତରେ ଓ ବାହାରେ ଗହଳି ହେବା ଓ ମେଳା ବସିବା ନେଇ ମଧ୍ୟ ଲାଗିଲା କଟକଣା , ଏସ୍‌ଆର୍‌ସି ପକ୍ଷରୁ କଟକଣା ଜାରି
  • ||
  • ରାଇରଙ୍ଗପୁର: ମହିଳାଙ୍କୁ ଟାଙ୍ଗିଆ ହାଣି ହତ୍ୟା କରିବା ପରେ ଜାମଦା ଥାନାରେ ଆତ୍ମ ସମର୍ପଣ ଯୁବକ
  • ||
  • କୋରାପୁଟ: ସ୍କର୍ପିଓକୁ ପିଟିଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଲେ ବଡଗାଁ ସହକାରୀ ଯନ୍ତ୍ରୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୈତୃକ ଗ୍ରାମ ସହ ଲେଫ୍ରିପଡା ବାସଭବନ ଚାଲିଛି ରେଡ଼
  • ||
  • ଭୁବନେଶ୍ବର: ଆଜି ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • କୋଲକାତା : କୋଲକାତା ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ବଲାଙ୍ଗୀର: ବରଯାତ୍ରୀ ଯାଇଥିଲେ ଯୁବକ, କନିଆଁ ଘର ନିକଟ ଡ୍ରେନରେ ପଡି ଆଖିବୁଜିଲେ
  • ||
  • ଭଞ୍ଜନଗର : ଜଳୁଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ, ନିଆଁ ଲିଭାଇବାକୁ ଅସକ୍ଷମ ପାଲଟିଛି ବନ ବିଭାଗ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

ଗାଡ଼ିରୁ ୧୧ କୋଟି ଟଙ୍କା ଜବତ

source:www.hindustantimes.com

ନୂଆପଡ଼ା,୧୯ ।୨(ଆପ୍ର): ଜବତ ହୋଇଛି ବିଡ଼ାବିଡ଼ା ଟଙ୍କା । କୋଟିଏ କି ଦୁଇକୋଟି ନୁହଁ, ଏକାଥରକେ ୧୦କୋଟି ୯୦ଲକ୍ଷ । ଏକ ଦାମୀ ଗାଡ଼ିରେ ହେଉଥିଲା ଚାଲାଣ । କଟକରୁ ଉତ୍ତରପ୍ରଦେଶ ଭାୟା ନୂଆପଡ଼ା ଦେଇ ଯାଉଥିବା ବେଳେ ସୀମାନ୍ତ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ପୁଲିସ ହାତରେ ଧରାପଡ଼ିଛି । ଟଙ୍କା ଜବତ କରି ପୁଲିସ ଉକ୍ତ ଗାଡ଼ିରୁ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି । ଅଟକ ବ୍ୟକ୍ତିମାନେ ହେଲେ ୟୁପି ଆଗ୍ରା ଅଞ୍ଚଳର ଗାଡ଼ିଚାଳକ ବନବାରୀ ଜାଟ, ପ୍ରହଲ୍ଲାଦ ବଘେଲ, ମହମ୍ମଦ ଇବ୍ରାହିମ୍‌ ଓ ନଜ୍‌ମା ବେଗମ ।
ସୂଚନାମତେ ଆଜି ଅପରାହ୍ନରେ ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୫୩ର ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ନିକଟରେ ପୁଲିସ ଗାଡ଼ିସବୁ ଅଟକାଇ ତନଖି କରୁଥିଲା । ଏହି ସମୟରେ ଏକ ଗାଡ଼ି(ୟୁପି ୮୦ ଇକ୍ୟୁ ୯୬୮୧)କୁ ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ିରେ ଏକକାଳୀନ ବହୁ ପରିମାଣର ନଗଦ ଟଙ୍କା ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା । ଆଇନତଃ ଦୁଇଲକ୍ଷରୁ ଅଧିକ ନଗଦ କାରବାର ଅପରାଧ ହୋଇଥିବା ବେଳେ ଗାଡ଼ିରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଉକ୍ତ ଟଙ୍କା କଟକର ଏକ ଫାର୍ମ ହାଉସରୁ ୟୁପିର ଆଗ୍ରାକୁ ଚାଲାଣ ହେଉଥିବା ଗାଡ଼ିର ଡ୍ରାଇଭର ସୂଚନା ଦେଇଥିଲା । ପୁଲିସ ଟଙ୍କା ଜବତ କରି ଖଲ୍ଲାରୀ ଥାନାରେ ରଖିଛି । ତେବେ ଏତେ ପରିମାଣର ନଗଦ ରାଶି କାହିଁକି ଓ କିପରି ଏତେ ଦୂରକୁ ଚାଲାଣ ହେଉଥିଲା ତାହ ସନ୍ଦେହ ଘେରରେ ରହିଛି । ଅଧିକ ପଚରାଉଚରା ପରେ ଉକ୍ତ ଟଙ୍କା କଟକର ଜଣେ ଅଳଙ୍କାର ବ୍ୟବସାୟୀଙ୍କର ବୋଲି ଜଣାପଡ଼ିଛି । ସଂପୃକ୍ତ ବ୍ୟବସାୟୀ ଜଣକ ଉତ୍ତରପ୍ରଦେଶର ସ୍ଥାୟୀ ବାସିନ୍ଦା ଏବଂ କଟକରେ ସେ ଏକ ସୋ’ରୁମ କରିଥିବା ତଥ୍ୟ ସାମନାକୁ ଆସିଛି । ତେବେ କେଉଁ ସ୍ଥିତିରେ ବ୍ୟବସାୟୀ ଜଣକ ଏତେ ପରିମାଣର ନଗଦ ଟଙ୍କା ସ୍ଥାନାନ୍ତର କରୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ଏନେଇ ତନାଘନା ଚଳାଇଛି ।